www.samajalive.in
Sunday, December 7, 2025
14.1 C
Bhubaneswar

ଧରାଇଲା ସିସିଟିଭି : ଭଡ଼ାଘରୁ ୧୦୩ ମୋବାଇଲ୍‌ ଫୋନ୍‌ ଜବତ

ଭୁବନେଶ୍ବର : ଦିନକୁ ହାରାହାରି ୧୦ଟି ମୋବାଇଲ୍‌ ଫୋନ୍‌ ଚୋରି କରୁଥିଲେ। ମାତ୍ର ୧୫ ଦିନ ମଧ୍ୟରେ ରାଜଧାନୀରୁ ୧୦୩ଟି ଫୋନ୍‌ ଚୋରି କରିଥିଲେ। ଏଭଳି ଏକ ମୋବାଇଲ୍‌ ଫୋନ୍‌ ଚୋର ଗ୍ୟାଙ୍ଗ୍‌କୁ ଲକ୍ଷ୍ମୀସାଗର  ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ମୋବାଇଲ୍‌ ଫୋନ୍ କରୁଥିବା ଏହି ଗ୍ୟାଙ୍ଗ୍‌ ଝାଡ଼ଖଣ୍ଡର ବୋଲି ଜଣାପଡ଼ିଛି। ଏହି  ଗ୍ୟାଙ୍ଗ୍‌ର ୩ ଜଣ  ହେଲେ ସାହେବଗଞ୍ଜ  ଜିଲାର ଦୀପକ କୁମାର, କାଞ୍ଚନ ନୁନିଆ ଓ ଅଙ୍କିତ କୁମାର ପାୱସର।  ଗତ ଡିସେମ୍ବର ୩୧ରେ ପ୍ରଖର ଗୋଏଙ୍କାଙ୍କ ମୋବାଇଲ୍‌ ଫୋନ୍ ଚୋରି  ଗ୍ୟାଙ୍ଗ୍‌ ପାଇଁ କାଳ ହୋଇଥିଲା। ଏକ ମଦ ଦୋକାନ ନିକଟରୁ ମୋବାଇଲ୍‌ ଫୋନ୍ ଚୋରି କରିବାବେଳେ ସେମାନଙ୍କୁ ସିସିଟିଭି ଫୁଟେଜ୍‌ରୁ ଚିହ୍ନଟ କରାଯାଇଥିଲା।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories