www.samajalive.in
Friday, December 12, 2025
26.1 C
Bhubaneswar

ବ୍ରେଲି ଶିକ୍ଷାର ସଫଳ ପ୍ରୟୋଗ : ୩ ଦୃଷ୍ଟିହୀନ ଶିକ୍ଷକ ବାଣ୍ଟୁଛନ୍ତି ଶିକ୍ଷାର ଆଲୋକ

ସୋରଡ଼ା : କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଓ ପ୍ରଚେଷ୍ଟା ହିଁ ସଫଳତା ଆଣିଦେଇଥାଏ। ଜିଲା ତଥା ରାଜ୍ୟରେ ଦୃଷ୍ଟିହୀନମାନେ ନାନା ସମସ୍ୟାରେ ରହିଥିବାବେଳେ ଦୃଷ୍ଟିହୀନଙ୍କ ପାଇଁ ଉଦ୍ଦିଷ୍ଟ ବ୍ରେଲି ଶିକ୍ଷାର ଉପଯୋଗ କରି ଗଞ୍ଜାମ ଜିଲା ସୋରଡ଼ା ବ୍ଲକର ୩ ଦୃଷ୍ଟିହୀନ ସଫଳତା ହାସଲ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଦୃଷ୍ଟିହୀନଙ୍କ ପାଇଁ ବ୍ରେଲି ଶିକ୍ଷା ବେଶ୍‌ ସହାୟକ ହୋଇଥିବାବେଳେ ଏହି ୩ ଦୃଷ୍ଟିହୀନ ବ୍ରେଲି ଶିକ୍ଷା ଲାଭ କରି ଆତ୍ମନିର୍ଭରଶୀଳ ହେବା ସହିତ ଜଣେ ସଫଳ ଶିକ୍ଷକ ହୋଇପାରିଛନ୍ତି। ୩ ଦୃଷ୍ଟିହୀନ ଶିକ୍ଷକ ବାଣ୍ଟୁଛନ୍ତି ଶିକ୍ଷାର ଆଲୋକ।
ଦୃଷ୍ଟିହୀନମାନଙ୍କ ନିମନ୍ତେ ବ୍ରେଲିଭାଷାର ଉଦ୍ଭାବନ କରିଥିଲେ ଲୁଇସ୍‍ ବ୍ରେଲି। ୧୮୦୯ ମସିହା ଜାନୁଆରୀ ମାସ ୪ ତାରିଖରେ ବ୍ରେଲି ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ଦୃଷ୍ଟିହୀନମାନଙ୍କ ନିମନ୍ତେ ବ୍ରେଲି ଶିକ୍ଷା ବେଶ୍‍ ସହାୟକ ହୋଇଥିବାବେଳେ ସାରା ବିଶ୍ୱରେ ଅନେକ ଦୃଷ୍ଟିହୀନ ଏହା ଦ୍ବାରା ଶିକ୍ଷିତ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ସୋରଡ଼ା ବ୍ଲକର ୩ ଜଣ ଦୃଷ୍ଟିହୀନ ମଧ୍ୟ ବ୍ରେଲି ଶିକ୍ଷା ଲାଭ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ୩ ଦୃଷ୍ଟିହୀନ ଲୁଇସ୍‍ ବ୍ରେଲିଙ୍କୁ ଜୀବନର ଆଦର୍ଶ ମାନୁଥିବା ବେଳେ କେବଳ ବ୍ରେଲି ଶିକ୍ଷା ଯୋଗୁଁ ସେମାନଙ୍କ ସ୍ବାବଲମ୍ବୀ ହେବା ସମ୍ଭବପର ହୋଇପାରିଛି ବୋଲି କହିଛନ୍ତି ୩ ଶିକ୍ଷକ। ସୂଚନା ମୁତାବକ ସୋରଡ଼ା ବ୍ଲକ ଲାଠିପଡ଼ା ଗ୍ରାମର ଗୌରହରି ସ୍ୱାଇଁଙ୍କ ପୁଅ ସନ୍ତୋଷ ସ୍ୱାଇଁ, ଶରାବାଡ଼ି ପଞ୍ଚାୟତର ଜଟେଶ୍ୱର ଗୁରୁଙ୍କ ପୁଅ ପ୍ରକାଶ ଚନ୍ଦ୍ର ଗୁରୁ ଏବଂ ଏହି ଗ୍ରାମର ସେଠୀଙ୍କ ପୁଅ ଅରୁଣ ସେଠୀ ବ୍ରେଲି ଶିକ୍ଷାରେ ଅଧ୍ୟୟନ କରି ଏବେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ବ୍ରେଲି ଶିକ୍ଷାରେ ସେମାନେ ପାଠ୍ୟକ୍ରମ ଅଧ୍ୟୟନ କରିବା ପରେ ଓଡ଼ିଆରେ ଅନ୍ୟ ବିଦ୍ୟାର୍ଥୀମାନଙ୍କୁ ପଢାଇଥାନ୍ତି। ଏ କ୍ଷେତ୍ରରେ ସହକର୍ମୀମାନେ ମଧ୍ୟ ସେମାନଙ୍କୁ ସହାୟତା କରୁଛନ୍ତି। ଲାଠିପଡ଼ାର ସନ୍ତୋଷ ଜନ୍ମରୁ ସଂପୂର୍ଣ୍ଣ ଦୃଷ୍ଟିହୀନ ହୋଇଥିବାବେଳେ ୫ ବର୍ଷ ବୟସରୁ ବ୍ରହ୍ମପୁରସ୍ଥିତ ରେଡକ୍ରସ ସ୍କୁଲ ଫର ବ୍ଲାଇଣ୍ଡରେ ନାମ ଲେଖାଇ ସେଠାରେ ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ିବା ପରେ ସୋରଡ଼ା ଋଷିକୂଲ୍ୟା ମହାବିଦ୍ୟାଳୟରେ ଯୁକ୍ତ ୨ ଓ ଭଞ୍ଜନଗର ମହାବିଦ୍ୟାଳୟରେ ଯୁକ୍ତ ୩ ଏବଂ ପରେ ସିଟିଶିକ୍ଷା ସମାପ୍ତ କରି ୨୦୦୫ ମସିହାରୁ ସୋରଡ଼ା ବ୍ଲକ ଲାଠିପଡ଼ା ପଞ୍ଚାୟତର ବାଘୁଆପଲ୍ଲୀ ପ୍ରାଥମିକ ଶିକ୍ଷକ ରୂପେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସେ ଜଣେ ସଫଳ ଶିକ୍ଷକ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ବେଶ ପ୍ରିୟ ହୋଇପାରିଛନ୍ତି। ଶରାବାଡ଼ିର ପ୍ରକାଶ ମଧ୍ୟ ଜନ୍ମରୁ ଦୃଷ୍ଟିହୀନ। ୫ ବର୍ଷ ବୟସରେ କୋରାପୁଟ ଜିଲା ଭିନ୍ନକ୍ଷମ ବିଦ୍ୟାଳୟରେ ଯୋଗଦେଇ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପାଠ ପଢ଼ିସାରି ସୋରଡ଼ା ଋଷିକୁଲ୍ୟା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ବ୍ରହ୍ମପୁର ଖଲିକୋଟ ମହାବିଦ୍ୟାଳୟରେ ଯୁକ୍ତ ତିନି ପଢ଼ିବା ପରେ ୨୦୦୭ ମସିହାରୁ ଶରାବାଡ଼ି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରୂପେ ଚାକିରିରେ ଯୋଗ ଦେଇଛନ୍ତି। ଶରାବାଡ଼ିର ଅରୁଣ ମଧ୍ୟ ଜନ୍ମରୁ ଦୃଷ୍ଟିହୀନ। ସେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ିବା ପରେ ବ୍ରହ୍ମପୁରର ଖଲିକୋଟ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ ୩ ସମାପ୍ତ ପରେ ୨୦୧୨ ମସିହାରେ ସୋରଡ଼ା ବ୍ଲକର ଚାକୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ। ସନ୍ତୋଷ, ପ୍ରକାଶ ଓ ଅରୁଣ ବର୍ତ୍ତମାନ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଖସଡ଼ାର ସମସ୍ତ ବିଷୟ ଉପରେ ଉଚିତ୍‍ ଶିକ୍ଷାଦାନ ଦେବାର ଯୋଗ୍ୟତା ହାସଲ କରି ଜଣେ ଭଲ ଶିକ୍ଷକ ହୋଇପାରିଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଆଖିର ଯୋଗାଯୋଗ ହୋଇପାରୁନଥିବାରୁ କିଛିଟା ସମସ୍ୟା ଉପୁଜିଥାଏ ବୋଲି ଶିକ୍ଷକ ଅରୁଣ କହିଛନ୍ତି। ଏହି ୩ ଜଣ ଶିକ୍ଷକ କଠିନ ପରିଶ୍ରମ କରିବା ସହ ସମୟାନୁବର୍ତ୍ତିତାରେ କାମ କରୁଥିବା ସିଆରସିସି ସନ୍ୟାସୀ ନାୟକ କହିଛନ୍ତି। ଏହି ୩ ଶିକ୍ଷକ ବ୍ଲକର ଅନ୍ୟ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ବ୍ଲକ ଶିକ୍ଷା ଅଧିକାରୀ ବିଜୟ କୁମାର ପ୍ରଧାନ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories