www.samajalive.in
Tuesday, December 9, 2025
26.1 C
Bhubaneswar

୨ ଟିକାକୁ ଅନୁମତି ପରେ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସେରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍‍ର ଟୀକାକୁ ମଞ୍ଜୁରି ମିଳିବା ଦ୍ୱାରା ଦେଶକୁ ଦ୍ରୁତଗତିରେ କରୋନା ମୁକ୍ତ କରିବାରେ ସହାୟତା ମିଳିବ। ଏହି ଦୁଇ କମ୍ପାନୀର ଟୀକାକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ ମଞ୍ଜୁରି ପ୍ରଦାନ କରିଛନ୍ତି। ଶ୍ରୀ ମୋଦୀ ଟ୍ୱିଟ୍‍ କରି ଦେଶବାସୀ ଏବଂ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା କରୋନା ବିରୋଧରେ ଚାଲିଥିବା ସଂଘର୍ଷର ଏହା ହେଉଛି ଏକ ନିର୍ଣ୍ଣାୟକ ମୋଡ଼।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ନିର୍ମିତ ଦୁଇଟି ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ସେ କହିଛନ୍ତି, ଏହାଦ୍ୱାରା ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଆମର ବୈଜ୍ଞାନିକ ସମୁଦାୟଙ୍କ ସକ୍ରିୟତାର ସୂଚନା ମିଳିଛି, ଯେଉଁମାନେ କି ସେବା ଓ କରୁଣାର ଭାବ ସହିତ କାର୍ଯ୍ୟ କରିଚାଲିଛନ୍ତି। ସେ କହିଛନ୍ତି, ଦେଶକୁ କରୋନା ମୁକ୍ତ କରିବା ଦିଗରେ ଚିକିତ୍ସକ, ସ୍ୱାସ୍ଥ୍ୟ କର୍ମଚାରୀ, ବୈଜ୍ଞାନିକ, ପୁଲିସ୍‍ କର୍ମୀ ଏବଂ ସଫେଇ କର୍ମଚାରୀଙ୍କ ସହିତ ସମସ୍ତ କରୋନା ଯୋଦ୍ଧାଙ୍କ ପ୍ରତି ପୁଣି ଥରେ କୃତଜ୍ଞତା ଜଣାଇବାର ସମୟ ଉପନୀତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ଯୋଦ୍ଧାମାନେ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଅନେକ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories