www.samajalive.in
Sunday, December 7, 2025
23.1 C
Bhubaneswar

ଶବଦାହ କରିବାକୁ ଆସିଥିଲେ, ଶବ ହୋଇ ଫେରିଲେ: ଶ୍ମଶାନ ଘାଟ ଗ୍ୟାଲେରି ଛାତ ଭୁଶୁଡ଼ି ୧୭ ମୃତ

ଗାଜିଆବାଦ: ଶବଦାହ କରିବାକୁ ଆସିଥିଲେ। ଶବ ହୋଇ ଫେରିଲେ। ଶ୍ମଶାନରେ ଶେଷକୃତ୍ୟ ପରେ ଶୋକ ପାଳିବାକୁ ଶ୍ମଶାନଘାଟ ନିକଟ ଗ୍ୟାଲେରି ପାଖରେ ଏକାଠି ହୋଇଥିବା ଲୋକଙ୍କ ଉପରେ ଛାତ ଭୁଶୁଡ଼ି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଗାଜିଆବାଦରେ ରବିବାର ଏପରି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହତମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

- Advertisement -
Image Courtesy: Aajtak

ସୂଚନା ଅନୁସାରେ, ମୁରାଦନଗର ଡିଫେନ୍ସ କଲୋନୀ ନିବାସୀ ଫଳ ବିକ୍ରେତା ଜୟରାମ(୬୫)ଙ୍କ ଶେଷକୃତ୍ୟରେ ଯୋଗଦେବା ଲାଗି ୪୦ରୁ ଅଧିକ ଲୋକ ଶ୍ମଶାନଘାଟକୁ ଯାଇଥିଲେ। ଶେଷକୃତ୍ୟ ସମ୍ପନ୍ନ ହେବା ପରେ ଲୋକମାନେ ଗେଟ୍‌ ନିକଟ ଗ୍ୟାଲେରି ପାଖରେ ଶୋକ ପାଳନ ପାଇଁ ଏକାଠି ହୋଇଥିଲେ। ଏହି ସମୟରେ ବର୍ଷା ଯୋଗୁ ନିର୍ମାଣାଧୀନ ଗ୍ୟାଲେରି ଛାତ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଛାତ ତଳେ ୪୦ରୁ ଅଧିକ ଲୋକ ଚାପି ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଜରିଆରେ ଆହତମାନଙ୍କୁ ହସ୍ପିଟାଲ ନେଇଛନ୍ତି। ଏମଏମଜି ହସ୍ପିଟାଲରେ ୧୭ଟି ମୃତଦେହ ପହଞ୍ଚିଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଜିଲାପାଳ ଏବଂ ଏସପିଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରିତ କରିବା ସହିତ ଘଟଣାର ଅନୁଧ୍ୟାନ କରିବାକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଘଟଣାରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ। ଆହତମାନଙ୍କୁ ସମସ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯିବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories