www.samajalive.in
Saturday, December 6, 2025
26.1 C
Bhubaneswar

ମାହାଙ୍ଗା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ସହଯୋଗୀଙ୍କୁ ହତ୍ୟା ମାମଲାରେ ୧୨ ଜଣଙ୍କ ବିରୋଧରେ ଏତଲା ଦାୟର, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ଓ କଂଗ୍ରେସ

କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ହତ୍ୟାକାଣ୍ଡ ଘଟଣାରେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ କୁଳମଣି ବରାଳଙ୍କ ଗାଁ ନୃତାଙ୍ଗରେ ଉତ୍ତେଜନା ପ୍ରକାଶ ପାଇବାରୁ ସେଠାରେ ଜଣେ ଏଏସ୍‌ପି, ଜଣେ ଏସ୍‌ଡିପିଓ ଓ ୫ ଜଣ ଅଫିସରଙ୍କ ସହ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସ୍ଥାନୀୟ ମାହାଙ୍ଗା ପୁଲିସ କହିଛି।

ମୃତକ କୁଳମଣିଙ୍କ ବଡ ପୁଅ ରମାକାନ୍ତ ବରାଳ ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା ଦେଇଥିବା ସୂଚନା ମିଳିଛି। ୧୨ ଜଣଙ୍କ ମଧ୍ୟରେ ଯଂକୋଟି ଗ୍ରାମର ୪ ଜଣ ଓ ନୃତାଙ୍ଗ ଗ୍ରାମର ୮ ଜଣଙ୍କ ନାଁ ଉଲ୍ଲେଖ ଥିବା ଅସମର୍ଥିତ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ ଏହା ଏକ ଯୋଜନାବଦ୍ଧ ରାଜନୈତିକ ହତ୍ୟାକାଣ୍ଡ ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ଏହା ଭାରତୀୟ ଜନତା ଦଳ ପାଇଁ ଏକ କ୍ଷତି ବୋଲି କହିଛନ୍ତି। ସ୍ଥାନୀୟ ଅଞ୍ଚଳର ନେତା ତଥା ଆଇନ ମନ୍ତ୍ରୀଙ୍କ ଇଙ୍ଗିତରେ ଏହି ହତ୍ୟା କରାଯାଇଥିବା କୁଳମଣିଙ୍କ ପରିବାର ବର୍ଗ ଅଭିଯୋଗ କରିଥିବା ବେଳେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ହତ୍ୟାକାଣ୍ଡକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ତେବେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

- Advertisement -

କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ମାହାଙ୍ଗାରେ ଅରାଜକତା ସୃଷ୍ଟି ହୋଇଥିବା କହିବା ସହ କୁଳମଣି ବାବୁଙ୍କ ଭଳି ଜଣେ ଭଲ ଲୋକଙ୍କୁ ଯିଏ ତାଙ୍କୁ ହତ୍ୟା କରିଛି, ତାକୁ ତୁରନ୍ତ ଧରାଯାଉ ବୋଲି ଦାବି କରିଛନ୍ତି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ କୁଳମଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ମୁହଁ ଖୋଲିବାରୁ ତାଙ୍କୁ ହତ୍ୟା କରାଯାଇଛି ଓ ଆଗାମୀ ଦିନରେ ବିଜେପି ଏହି ପ୍ରସଙ୍ଗକୁ ନେଇ ସବୁ ଗାଁକୁ ଯିବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories