www.samajalive.in
Sunday, December 7, 2025
26.1 C
Bhubaneswar

ସୁନ୍ଦରତା ବଜାୟ ରଖିବା ପାଇଁ ସରଳ ଉପାୟ

ଅଳ୍ପ ମହୁ, ଏକ ଚାମଚ ଗ୍ରୀନ ଟି, ଏକ ଚାମଚ କମଳା ଚୋପାର ଗୁଣ୍ଡ, ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। କିଛି ସମୟ ରଖିବା ପରେ ମୁହଁକୁ ମସାଜ କରି ଧୋଇ ଦିଅନ୍ତୁ। ଏହାକୁ ଲଗାଇବା ଦ୍ୱାରା ମୁହଁ ସୁନ୍ଦର, ଉଜ୍ୱଳ, କୋମଳ ହୋଇଥାଏ।
୨ ଚାମଚ ମହୁରେ , ଏକ ଚାମଚ ଗ୍ରୀନ ଟିକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ବେକରେ ଲଗାନ୍ତୁ। ସପ୍ତାହକୁ ଥରେ ଏହାକୁ ଲଗାଇବା ଦ୍ୱାରା ବେକର କଳା ଅଂଶ ସଫା ହୋଇଥାଏ।
ବହୁ ଲୋକଙ୍କର ମୁହଁ ଶୁଷ୍କ ଅଟେ। ଅଳ୍ପ କିଛି ଘିଅକୁ ନେଇ ମୁହଁରେ ଭଲ ଭାବେ ମାଲିସ କରନ୍ତୁ। ଏହା ଦ୍ୱାରା ମୁହଁର ଶୁଷ୍କପଣ ଦୂର ହୋଇଥାଏ। ମୁହଁ ଉଜ୍ୱଳ ଓ କୋମଳ ହୋଇଥାଏ।
ତଡ଼କା ହେଉ ଅଥବା ଡ଼ାଲିକୁ ଘିଅରେ ପ୍ରସ୍ତୁତ କରି ଖାଇବା ଦ୍ୱାରା ଅଧିକ ବୟସ ହେଲେ ମଧ୍ୟ କମ ବୟସର ଭଳି ଜଣାପଡ଼ିବେ। ଏଥିରେ ଭିଟାମିନ ଇ ଥିବାରୁ ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ।
ଆଖି ତଳର କଳା ଦାଗ ଦୂର କରିବା ପାଇଁ ସପ୍ତାହକୁ ୩ ରୁ ୪ ଥର ଏକ ବୁନ୍ଦା ଘିଅ ଭଲ ଭାବେ ମାଲିସ କରି ଦିଅନ୍ତୁ। ଏପରି କରିବା ଦ୍ୱାରା କଳାଦାଗ ସଂପୂର୍ଣ୍ଣ ଦୂର ହୋଇଥାଏ।
ଓଠର କଳାପଣ ଦୂର କରିବା ପାଇଁ ଓ ଓଠକୁ ନରମ କରିବା ପାଇଁ ନିୟମିତ ଘିଅର ବ୍ୟବହାର କରନ୍ତୁ। ରାତିରେ ଶୋଇବା ସମୟରେ ଘିଅକୁ ଓଠରେ ମାଲିସ କରି ଶୁଅନ୍ତୁ।
ଯଦି ଆପଣଙ୍କ ତ୍ୱଚା ଅଧିକ ଶୁଷ୍କ ତେଲିଆ ନୁହେଁ ତେବେ ନିୟମିତ ନଡ଼ିଆ ତେଲର ମୁହଁରେ ମାଲିସ କରନ୍ତୁ। ରାତିରେ ଶୋଇବା ସମୟରେ ତୁଳାର ବ୍ୟବହାର କରି ମୁହଁରେ ଲଗାନ୍ତୁ। ସକାଳେ ଆପଣ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
ପେଷା ହୋଇଥିବା ଗ୍ରୀନ ଟିରେ ଅଳ୍ପ ପାଣି ମିଶାଇ ତୁଳାର ବ୍ୟବହାର କରି ଏହି ପେଷ୍ଟକୁ ରାତି ଯାକ ମୁହଁରେ ଲଗାଇ ରଖନ୍ତୁ। ସକାଳେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ମୁହଁରେ ଥିବା ବିଭିନ୍ନ ଦାଗକୁ ଦୂର କରିଥାଏ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories