www.samajalive.in
Friday, December 12, 2025
15.1 C
Bhubaneswar

କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଖୋଲିବନି ସ୍କୁଲ, ମାର୍ଗଦର୍ଶକା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା କଟକଣା ପାଇଁ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆସନ୍ତା ଜାନୁଆରୀ ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ ଏବଂ ୧୦୦ ଦିନ ପର୍ଯ୍ୟନ୍ତ ପାଠପଢ଼ା ହେବ। ତେବେ କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ସ୍କୁଲଖୋଲାଯାଇପାରିବ ନାହିଁ ଏବଂ ସ୍କୁଲ ପରିସରରେ ଥିବା ହଷ୍ଟେଲ୍‌ଗୁଡ଼ିକ ଖୋଲାଯିବ ନାହିଁ ବୋଲି ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରାୟ ୯ ମାସ ଧରି ବନ୍ଦ ରହିବା ପରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ମାର୍ଗଦର୍ଶିକା ଜାରି କରାଯାଇଛି।


ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳ ବାହାରେ ଥିବା ସ୍କୁଲ ଖୋଲିପାରିବ। କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳରେ କୌଣସି ଶିକ୍ଷକ, ଅଣଶିକ୍ଷକ କିମ୍ବା ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ ବାରଣ କରାଯାଇଛି। କୌଣସି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଗଲେ ଖୋଲିଥିବା ସ୍କୁଲଗୁଡ଼ିକ ତୁରନ୍ତ ବନ୍ଦ କରାଯିବ। ପାଇଖାନା ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି। ସ୍କୁଲ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବ। ସେହିପରି ଏବେ କୌଣସି ସ୍କୁଲର ହଷ୍ଟେଲ ଖୋଲିପାରିବନାହିଁ। ସ୍କୁଲ ବସ୍ ବଦଳରେ ଅଭିଭାବକମାନେ ସେମାନଙ୍କ ପୁଅଝିଅଙ୍କୁ ନିଜେ ଆସି ସ୍କୁଲରେ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଅପରପକ୍ଷରେ କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ। କେବଳ ଅଭିଭାବକ ଏବଂ ଛାତ୍ରଛାତ୍ରୀ ରାଜିଥିଲେ ସ୍କୁଲ ଆସିବାକୁ ଅନୁମତି ଦିଆଯାଇପାରିବ। କ୍ଲାସ ରୁମ୍‌ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଗୋଟିଏ ସିଟ୍ ଛାଡ଼ି ଛାତ୍ରଛାତ୍ରୀ ବସି ପାରିବେ। ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଭଳି କ୍ଲାସ୍‌ରେ ନିର୍ଦିଷ୍ଟ ସିଟ୍ ବ୍ୟବସ୍ଥା ରହିବ। ପ୍ରତି ସ୍କୁଲରେ ଆଇସୋଲେସନ ରୁମ୍ ବ୍ୟବସ୍ଥା ରଖିବାକୁ ନିର୍ଦେଶ ଜାରି କରାଯାଇଛି। ପ୍ରତି କ୍ଲାସରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସି ପାଠପଢ଼ିବା କିମ୍ବା ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ। ତେବେ ସ୍କୁଲ ଟାଇମିଂ ପୂର୍ବଭଳି ରଖାଯିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଗହଳି ଏଡ଼ାଇବାକୁ ରିସେସ୍ ଟାଇମ୍ ଭିନ୍ନ ଭିନ୍ନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।
ସୂଚନାଯୋଗ୍ୟ ଯେ, ଜାନୁଆରୀ ୮ ତାରିଖରୁ ରାଜ୍ୟରେ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ୧୦୦ ଦିନ ପର୍ଯ୍ୟନ୍ତ ପାଠ ପଢ଼ା ହେବାକୁ ଥିବାବେଳେ ଶନିବାର ଓ ରବିବାର ସ୍କୁଲ ବନ୍ଦ ରହିବ ନାହିଁ। ଏହି ଦିନ ମଧ୍ୟ କ୍ଲାସ୍ ଚାଲୁ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories