www.samajalive.in
Tuesday, December 9, 2025
26.1 C
Bhubaneswar

ଜାନୁଆରୀ ୧୬ରୁ ଗୋଆରେ ହେବ ୫୧ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଚଳିତ ମାସ ୧୬ ତାରିଖରେ ଗୋଆରେ ଆରମ୍ଭ ହେବ। ଏହା ୫୧ତମ ସଂସ୍କରଣ ହେବ। ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୪ରେ ଶେଷ ହେବ। ୯ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ପୃଥିବୀର ବିଭିନ୍ନ ଦେଶରୁ ମୋଟ ୨୨୪ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଉତ୍ସବର ପ୍ରଥମ ଦିନ ଡେନମାର୍କ ଚଳଚ୍ଚିତ୍ର ନିର୍ମାତା ଥୋମାସ ୱିଣ୍ଟରବର୍ଗଙ୍କ ଫିଲ୍ମ ‘ଆନାଦର ରାଉଣ୍ଡ’ର ପ୍ରିମିୟରରୁ ଆରମ୍ଭ ହେବ। ଜାନୁଆରୀ ୨୪ ମହୋତ୍ସବର ଶେଷ ଦିନରେ କିୟୋସୀ କୁରୋସାବାଙ୍କ ନିର୍ଦ୍ଦେଶିତ ଜାପାନର ଐତିହାସିକ କଥାବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ର ‘ୱାଇଫ୍ ଅଫ୍ ଏ ସ୍ପାଏ’ ପ୍ରଦର୍ଶିତ ହେବ।

ସେହିଭଳି କାନ୍ସ ଶ୍ରେଷ୍ଠ ଅଭିନେତା ପୁରସ୍କାର ବିଜେତା ମ୍ୟାଡସ୍ ମିକ୍କେଲସନ୍ ଅଭିନୀତ ତଥା ଓସ୍କାର ପାଇଁ ମନୋନୀତ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶନ ପାଇଁ ତାଲିକାଭୁକ୍ତ ହୋଇଛି। ଅଷ୍ଟ୍ରିଆର ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ଦୀପ କୁମାରଙ୍କ ଫିଲ୍ମ ‘ମେହେରୁନିସା’ର ୱାର୍ଲଡ ପ୍ରିମିୟର ହେବ ଯେଉଁଥିରେ ପ୍ରସିଦ୍ଧ ଅଭିନେତା ଫାରୁଖ ଜାଫରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ଜଣେ ମହିଳାଙ୍କ ଆଜୀବନ ସ୍ୱପ୍ନର କାହାଣୀ ବର୍ଣ୍ଣନା କରାଯାଇଛି।

- Advertisement -

ପ୍ରଥମ ଥର ପାଇଁ ଏହି ମହୋତ୍ସବ ହାଇବ୍ରିଡ୍ ମୋଡ୍’ରେ ପରିଚାଳିତ ହେବ ଯେଉଁଥିରେ ଉଭୟ ଅନଲାଇନ୍ ଏବଂ ଅଫଲାଇନ ମାଧ୍ୟମରେ ଯୋଗଦାନ କରିହେବ। ଏଥିରେ ଭାରତୀୟ ପାନୋରାମା ଚଳଚ୍ଚିତ୍ର ବିଭାଗ ଅଧୀନରେ ୨୧ଟି ଅଣଫିଚର ଏବଂ ୨୬ଟି ଫିଚର ଚଳଚ୍ଚିତ୍ର ସାମିଲ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ୫୧ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାଗ ନେବା ପାଇଁ ଗଣମାଧ୍ୟମ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି ଏବଂ ଏହା ଜାନୁୟାରୀ ୧୦ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏଥିପାଇଁ ଆବେଦନକାରୀମାନଙ୍କ ବୟସ ଜାନୁୟାରୀ ୧ ସୁଦ୍ଧା ୨୧ ବର୍ଷରୁ ଅଧିକ ହେବା ଉଚିତ ଏବଂ ସର୍ବନିମ୍ନ ତିନି ବର୍ଷ ପାଇଁ ଇଫି ପରି ପ୍ରମୁଖ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବକୁ କଭର୍ କରିବାର ବୃତ୍ତିଗତ ଅଭିଜ୍ଞତା ଥିବା ଆବଶ୍ୟକ।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories