www.samajalive.in
Sunday, December 14, 2025
16.1 C
Bhubaneswar

ବିବାହ ପ୍ରସ୍ତାବ ଶୁଣି ପ୍ରେମିକାର ପାଦ ଖସିଗଲା, ୬୫୦ ଫୁଟ୍ ତଳକୁ ଖସି ପଡିଲେ…. ଜାଣନ୍ତି କି ଖସିବା ପୂର୍ବରୁ ତାଙ୍କ ଉତ୍ତର କ’ଣ ଥିଲା …..?

କୁହାଯାଏ ଯେ ଯଦି ପ୍ରେମ ସତ ହୁଏ ତେବେ ସେମାନଙ୍କୁ କୌଣସି ଶକ୍ତି ଅଲଗା କରିପାରେନି। ହିନ୍ଦୀରେ ବହୁ ଲୋକପ୍ରିୟ କଥା ଅଛି..ଅଗର ପ୍ୟାର ସଚ୍ଚା ହୋ, ତୋ ପୁରୀ କାୟନାତ ଉହେଁ ମିଲାନେ ସେ ନେହିଁ ରୋକ ସକ୍‌ତି। ଯଦି ସଫା ହୃଦୟରୁ କାହା ସାମ୍ନାରେ ବିବାହା ପ୍ରସ୍ତାବ ରଖାଯାଏ, ତେବେ ନାଁ ଉତ୍ତର ବହୁତ ହି କମ୍ ଆସିବ।

ସେଭଳି ଏକ ଘଟଣା ଅଷ୍ଟ୍ରେଲିୟାରେ ଘଟିଛି। ଜଣେ ପ୍ରେମିକ ନିଜ ପ୍ରେମିକାଙ୍କ ସାମ୍ନାରେ ବିବାହ ପ୍ରସ୍ତାବ ରଖିଥିଲେ ଏବଂ ପ୍ରେମିକ ଜଣକ ହଁ କହିବାକୁ ଏତେ ମାତ୍ରାରେ ତତ୍ପର ଥିଲେ ସେ ସିଧା ୬୫୦ ଫୁଟ୍ ତଳକୁ ଖସିପଡିଥିଲେ।

- Advertisement -

ବାସ୍ତବରେ, ପ୍ରେମିକ ନିଜ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେବା ପାଇଁ ସୂର୍ଯ୍ୟୋଦୟ ସମୟରେ ଏକ ଶିଖର ଉପରକୁ ନେଇଯାଇଥିଲେ। ପରେ ଅତି ସୁନ୍ଦର ଭାବରେ ନିଜ ପ୍ରେମିକାଙ୍କ ସାମ୍ନାରେ ଏହି ପ୍ରସ୍ତାବ ରଖିଥିଲେ। ପ୍ରେମିକାର ବୟସ ୨୭ ବର୍ଷ । ପ୍ରେମିକା ବିବାହ ପ୍ରସ୍ତାବ ଶୁଣିବା ମାତ୍ରେ ହିଁ ଶିଖରରୁ ଖସିପଡିଥିଲେ। କିନ୍ତୁ ଦୁହେଁ ବହୁତ ଭାଗ୍ୟବାନ ଥିଲେ । କାରଣ ଏତେ ଉଚ୍ଚତାରୁ ତଳକୁ ପଡ଼ିବା ପରେ ମଧ୍ୟ ଯୁବତୀଙ୍କର କିଛି କ୍ଷତି ହେଲା ନାହିଁ । କିନ୍ତୁ ଖସିବା ପୂର୍ବରୁ ପ୍ରେମିକା ଜଣକ ଏହି ପ୍ରସ୍ତାବର ଉତ୍ତର ଦେଇ କହିଥିଲେ …..ମୁଁ ହଁ ମୁଁ ତୁମକୁ ବିବାହ କରିବି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରେମିକା ଖସିବା ଦେଖି ପ୍ରେମିକ ମଧ୍ୟ ତାଙ୍କୁ ବଞ୍ଚାଇବାକୁ ଡେଇଁ ପଡିଥିଲେ। ମାତ୍ର ୫୦ ଫୁଟ୍ ତଳକୁ ଆସିବା ପରେ ସେ ଗୋଟିଏ ସ୍ଥାନରେ ଅଟକି ଯାଇଥିଲେ । ମହିଳା ଜଣକ ୬୫୦ ଫୁଟ୍ ଉଚ୍ଚତାରୁ ଖସିଯିବା ପରେ ବରଫର ଏକ ସିଟ୍ ଉପରେ ପଡ଼ିଯାଇଥିବାରୁ ତାଙ୍କର ବିଶେଷ କିଛି କ୍ଷତି ହୋଇନଥିଲା।

ଏହା ପରେ ଜଣେ ଯାତ୍ରୀ ତାଙ୍କୁ ବରଫ ଉପରେ ପଡ଼ିଥିବାର ଦେଖି ପ୍ରଶାସନକୁ ଜଣାଇଥିଲେ। ପରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଦୁହେଁ ବହୁତ ଭାଗ୍ୟବାନ, ଦୁହେଁ ତଳେ ପଡ଼ିଯାଇଥିଲେ ମଧ୍ୟ କେହି ଗଭୀର ଆଘାତ ପାଇନାହାଁନ୍ତି । ଉଭୟ ସୁରକ୍ଷିତ ଏବଂ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି ପୁଲିସ ଅଧିକାରୀ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories