www.samajalive.in
Monday, December 8, 2025
16.1 C
Bhubaneswar

ଲାଗୁ ହେଲା ଓଡ଼ିଶା ମଡେଲ୍ ଜେଲ୍‌ ମାନୁଆଲ୍‌-୨୦୨୦

ଭୁବନେଶ୍ବର: ବନ୍ଦୀମାନଙ୍କ ମାନବିକ ଅଧିକାର, ସୁପ୍ରିମକୋର୍ଟଙ୍କ କେତେକ ନିର୍ଦେଶନାମା ଓ ଏନ୍ଏଚ୍‌ଆର୍‌ସିଙ୍କ ନିୟମାବଳୀକୁ ନେଇ ଓଡ଼ିଶା ନୂତନ ଜେଲ୍ ମାନୁଆଲ୍‌-୨୦୨୦ ଲାଗୁ ହୋଇଛି। ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜେଲ୍‌ ପ୍ରଶାସନ ଏବଂ ସଂସ୍କାର ସେବାକୁ ସମାନ ପ୍ରକାର କରିବା ପାଇଁ କେନ୍ଦ୍ର ସରକାର ନିର୍ଦେଶରେ ଏହି ନୂତନ ଜେଲ୍ ମାନୁଆଲ୍‌ ପ୍ରସ୍ତୁତ କରାଯାଇଛି। ନୂତନ ମଡେଲ୍‌ ଜେଲ୍‌ ମାନୁଆଲ୍‌ରେ ବହୁ ପରିବର୍ତ୍ତନ କରାଯାଇଛି। ମୁଖ୍ୟତଃ କଏଦୀଙ୍କ ମାନବିକ ଅଧିକାର ଯେମିତି କ୍ଷୁଣ୍ଣ ନ ହେବ ସେଥିପାଇଁ ଗୁରୁତ୍ବ ଦିଆଯାଇଛି। କଏଦୀଙ୍କୁ ସାଧାରଣ ବନ୍ଦୀ, ବିଚାରାଧୀନ ବନ୍ଦୀ, ମହିଳା ବନ୍ଦୀ, ସଜା କାଟୁ ଥିବା ବନ୍ଦୀ, ଯୁବ ବନ୍ଦୀ ଓ ପ୍ରଥମ ଅପରାଧୀ, ଅଭ୍ୟାସଗତ ଅପରାଧୀ ଏବଂ ହାଇ ସିକ୍ୟୁରିଟି ବନ୍ଦୀ ଭାବେ ବିଭକ୍ତ କରାଯାଇଛି। ନୂତନ ମାନୁଆଲ୍ ଅନୁସାରେ ଜେଲ୍‌ଗୁଡ଼ିକୁ କଏଦୀଙ୍କ କ୍ଷମତା ଅନୁସାରେ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ସର୍କଲ ଜେଲ୍‌ରେ ୧୦୦୦, ଜିଲା ଜେଲାରେ ୫୦୦ ଓ ସବ୍‌ ଜେଲ୍‌ରେ ୩୦୦ କଏଦୀ ରହିବେ ବୋଲି କହିଛନ୍ତି କାରାଗାର ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ। ପ୍ରତି ୬ କଏଦୀଙ୍କ ପାଇଁ ଜଣେ ଗାର୍ଡ ବା ୱାର୍ଡର ରହିବେ। କଏଦୀଙ୍କ ପାଇଁ ମେସିନ୍‌ ଚାଳିତ ଲଣ୍ଡରି, ହସ୍ପିଟାଲ୍‌, ନିଶାଖୋର ବନ୍ଦୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା, ଜଣେ ସଜାକାଟୁଥିବା କଏଦୀଙ୍କୁ ମାସକୁ ଥରେ ସମ୍ପର୍କୀୟଙ୍କୁ ସାକ୍ଷାତ କରିବାକୁ ଅନୁମତି, ପ୍ରତି ନୂତନ ବିଚାରାଧୀନ କଏଦୀଙ୍କୁ ଆବଶ୍ୟକ ମୁତାବକ ମୁଲାକାତ ବ୍ୟବସ୍ଥା, ଜେଲ୍‌ ବଦଳ ପାଇଁ ବ୍ୟବସ୍ଥା ରହିଛି।

ଜେଲ ସଂସ୍କାର କାର୍ୟ୍ୟକ୍ରମରେ ୨୦୧୭ ଅକ୍ଟୋବର ୨ ତାରିଖରୁ ଜେଲ ପରିସରରେ କ୍ୟାଣ୍ଟିନ ଖୋଲାଯାଇଛି। ୨୦୨୦ ଡିେସମ୍ବର ସୁଦ୍ଧା ୩୪ଲକ୍ଷ ୫୭୫ ଟଙ୍କା ଲାଭ ହୋଇଥିବା ବେଳେ ଏହାକୁ ପ୍ରିଜନର୍ସ ୱେଲଫେୟାର ଫଣ୍ଡ ଆକାଉଣ୍ଟରେ ଜମା କରାଯାଇଛି। ଏହି ଅର୍ଥରାଶି କଏଦୀଙ୍କ ଉନ୍ନୟନ କାମରେ ବିନିେଯାଗ କରାଯିବ। ବର୍ତ୍ତମାନ ସୁଦ୍ଧା ୩ମୃତ ବନ୍ଦୀଙ୍କ ପରିବାରକୁ ୧୦ହଜାର ଟଙ୍କା ଓ ଜଣେ ବନ୍ଦୀଙ୍କୁ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହାଛଡା କଏଦୀଙ୍କ ଲୁଗାପଟା, କମ୍ବଳ ଓ ବେଡସିଟ ଧୋଇବା ପାଇଁ ୪ଟି ୱାସିଂମେସିନ, ଦୁଇଟି ପାଣି ଗରମ ମେସିନ ସ୍ଥାପନ କରାଯାଇଛି। ଏହାଛଡା ରାଜ୍ୟର ବିଭିନ୍ନ ଜେଲରେ କଏଦୀଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ୟ୍ୟ କରାଯାଉଛି।

- Advertisement -

୨୦୨୦-୨୧ ଆର୍ଥିକ ବର୍ଷରେ ୫୦ଟି ଚଟାଣ ଶୁଖାଇବା ମେସିନ, ୮୮ଟି ଭାକ୍ୟୁମ କ୍ଲିନର, ୨୦୦ ସ୍ପ୍ରେୟର ମେସିନ, ୧୦୮ ସର୍ଚ୍ଚ ଲାଇଟ, ୮ଟି ୱାସିଂମେସିନ, ୧୬ଟି ଆବର୍ଜନା କମ୍ପୋଷ୍ଟର ମେସିନ କିଣାଯିବା ଲାଗି ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ସେହିପରି ଆଗାମୀ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ହଳଦୀ ପାଉଡର ପ୍ରୋସେସିଂ ୟୁନିଟ ସ୍ଥାପନ କରିବା ଲାଗି ସ୍ଥିର ହୋଇଛି। ଏଥିସହ ସୋରିଷେତଲ ପ୍ରସ୍ତୁତି ମେସିନ, ଇ-ରିକ୍ସା, କିଓସ୍କ ମେସିନ, ମେଟାଲ ଡିଟେକ୍ଟର, ଫ୍ଲେକ୍ସ ପ୍ରୋସେସିଂ ମେସିନ, ପାୱାରଟିଲର ଓ ବଡିୱାର୍ମ କ୍ୟାମେରା କ୍ରୟ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ନୂତନ ପ୍ରକଳ୍ପ
-ଆଗାମୀ ଦିନରେ କଏଦୀଙ୍କ ଆତ୍ମ ନିର୍ଭରଶୀଳ କରିବା ଲାଗି ବାୟୋଫ୍ଲକ ମାଛଚାଷ ସମ୍ପର୍କରେ େସମାନଙ୍କୁ ତାଲିମ -ଦିଆଯିବା ସହ ସେମାନଙ୍କ ଉତ୍ପାଦକୁ ବଜାରରେ ବିକ୍ରି ଲାଗି ବ୍ୟବସ୍ଥା କରାଯିବ।
-ମହିଳା କଏଦୀଙ୍କ ଲାଗି ସ୍ବତନ୍ତ୍ର ଭାବେ ସୋରିଷେତଲ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ
-େଜଲ ହସପିଟାଲରେ ଇସିଜି ମେସିନ ସ୍ଥାପନ
-ଜେଲର ପ୍ରତି ବ୍ଲକରେ ସୌରଚାଲିତ ୱାଟରହିଟର ସ୍ଥାପନ
-୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ୫ଟି ଆକ୍ବାଗାର୍ଡ (୧୨୦ଲିଟର) ସ୍ଥାପନ
ଖୋଲିଲା ନୂତନ ଆଉଟଲେଟ
ନୂତନ ମାନୁଆଲ ଲାଗୁ ହେବା ପରେ ଶୁକ୍ରବାର ଝାରପଡା ସ୍ବତନ୍ତ୍ର ଜେଲର ମହିଳା ବିଚାରାଧୀନ କଏଦୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ଆରମ୍ଭ ହୋଇଛି। ଏଥିପାଇଁ ଏଠାରେ ଏକ ସ୍ବତନ୍ତ୍ର ଆଉଟଲେଟ ଖୋଲାଯାଇଛି। ବଜାର ଦର ଠାରୁ ଅପେକ୍ଷାକୃତ କମ ଥିବା ବେଳେ ଏଥିରେ ଅପମିଶ୍ରଣ ଭୟ ନଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ଏହି ଆଉଟଲେଟକୁ ଉଦଘାଟନ କରିଥିଲେ। ପ୍ରାଥମିକ ପର୍ୟ୍ୟାୟରେ କଏଦୀଙ୍କ ଦ୍ବାରା ପ୍ରସ୍ତୁତ ହଳଦୀ, ଅଟା, ବେସନ, ମୂଢି ଏଠାରେ ବିକ୍ରି ପାଇଁ ରଖାଯାଇଛି। କଏଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବ ଲକ୍ଷ୍ୟରେ ଏହି ପଦଷେପ ନିଆଯାଇଛି। ଆଗାମୀ ଦିନରେ ନୂତନ ଜେଲ ମାନୁଆଲ ଅନୁଯାୟୀ ମୁଲାକାତ ବ୍ୟବସ୍ଥାରେ ପରିବର୍ତ୍ତନ ହେବ। କାଚ ଗ୍ଲାସ୍ ସାଙ୍ଗକୁ ଇଣ୍ଟରକମ ଟେଲିଫୋନ ବ୍ୟବସ୍ଥା ମଧ୍ୟ କରାଯିବ। ସ୍ବଚ୍ଛ କାଚ ଗ୍ଲାସ ଲାଗିବ ଫଳରେ ପରସ୍ପରକୁ ଦେଖି ପାରିବେ। କଥା ହେବା ଲାଗି ୧୬ ଚାନେଲ ବିଶିଷ୍ଟ ଇଣ୍ଟରକମ ବ୍ୟବସ୍ଥା କରାଯାଇଛି। ଏହାଛଡା ସଜା କାଟୁଥିବା କଏଦୀଙ୍କ ଦୈନିକ ବେତନ ୧୦୦ ଟଙ୍କା ବୃଦ୍ଧି କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଝାରପଡା ଜେଲ ଅଧୀକ୍ଷକ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଜେଲ୍ ବିଭାଗର ନୁଆ ମାନୁଆଲ ଅନୁଯାୟୀ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧୀକ୍ଷକ ସୂଚନା ଇେଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories