www.samajalive.in
Sunday, December 7, 2025
14.1 C
Bhubaneswar

ସାରନଗରୀରେ ସାଇବାବାଙ୍କ ନିରାଡମ୍ବର ପାଲିଙ୍କି ଯାତ୍ରା

ସାରନଗରୀ : ଦକ୍ଷିଣ ରାଉରକେଲା ସ୍ଥିତ ସାରନଗରୀ ସାଇଧାମ ଟ୍ରଷ୍ଟ ପକ୍ଷରୁ ଆଜି ସାଇବାବାଙ୍କ ଭବ୍ୟ ପାଲିଙ୍କି ଯାତ୍ରା ସାଇବାବା ମନ୍ଦିର ପ୍ରାଙ୍ଗଣରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ସାଇବାବାଙ୍କ ଭବ୍ୟ ପାଲିଙ୍କିକୁ ଅଳ୍ପ ସଂଖ୍ୟକ ଭକ୍ତଙ୍କ ମେଳରେ ମନ୍ଦିର ପରିସରରେ ଥିବା ଚାଉଡ଼ି, ଲେଣ୍ଡିବାଗ ସ୍ଥଳକୁ ପରିକ୍ରମା କରି ନିଆଯିବା ପରେ ପାଲିଙ୍କି ପୁଣିଥରେ ମନ୍ଦିରକୁ ଫେରି ଆସିଥିଲା । ପରେ ଅନ୍ୟାନ ପୂଜା କାର୍ୟ୍ୟ ସମାପନ ପରେ ସାଇବାବା ଆସ୍ଥାନରେ ବିରାଜିତ ହୋଇଥିଲେ । ନୂତନ ବର୍ଷ ଆଗମନର ପ୍ରଥମ ଦିନରେ ସାରନଗରୀ ସ୍ଥିତ ସିରିଡ଼ି ସାଇବାବା ମନ୍ଦିର ପରିସରରୁ ବାବାଙ୍କ ଭବ୍ୟ ପାଲିଙ୍କି ଯାତ୍ରା ବାହାରି ଅଂଚଳ ପରିକ୍ରମା କରିବା ସହ ଏହି ଉତ୍ସବ ସାରନଗରୀରେ ମହା ଆଡମ୍ବରରେ ପାଳନ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ସାରନଗରୀ ସମେତ ଆଖପାଖ କଲୋନୀରୁ ବହୁ ସଂଖ୍ୟକ ସାଇପ୍ରେମୀ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥାଏ । ପାଲିଙ୍କି ଯାତ୍ରା ସାରନଗରୀ ସମେତ ଅନ୍ୟ ଅଂଚଳ ପରିକ୍ରମା କରିବା ଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶ ଅଂଚଳରେ ସୃଷ୍ଟି ହୋଇଥାଏ, ମାତ୍ର ବୈଶ୍ୱିକ ମହାମାରୀ କରୋନାର ପ୍ରଭାବ ଯୋଗୁ ଆଜି ସାଇବାବାଙ୍କ ପାଲିଙ୍କି ଯାତ୍ରା କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ମନ୍ଦିର ପରିସରରେ ନିରାଡମ୍ବର ଭାବେ ପାଳନ କରାଯାଇଥିଲା ।

କେବଳ ରିତୀନୀତି ଓ ବିଧି ଅନୁଯାୟୀ ପୂଜକଙ୍କ ଦ୍ୱାରା ସାଇବାବାଙ୍କ ଆରାଧନା କରିବା ଦେଖିବାକୁ ମିଳିଥିଲା । ପାଲିଙ୍କି ଯାତ୍ରା ବିଧି ଅନୁଯାୟୀ ପୂର୍ବାହ୍ନ ପ୍ରାୟ ୧୧ ଘଟିକାରେ ସାରନଗରୀ ନିକଟସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଆଜ୍ଞାମାଳ ଅଣାଯିବା ପରେ ପାଲିଙ୍କି ଯାତ୍ରା କାର୍ୟ୍ୟକ୍ରମ ଅପରାହ୍ନ ପ୍ରାୟ ୪ଟାରେ ଶୁଭାରମ୍ଭ କରାଯାଇଥିଲା । ଏହା ପୂର୍ବରୁ ମନ୍ଦିର ପରିସରରେ ସାଇବାବାଙ୍କୁ ବିଭିନ୍ନ ପୁଷ୍ପରେ ସୁସଜ୍ଜିତ କରାଯିବା ସହ ପୂଜାର ସମସ୍ତ ବିଧି ମନ୍ଦିରର ପୂଜକ ହୃଷିକେଶ ଦାଶଙ୍କ ଦ୍ୱାରା କରାଯାଇଥିଲା । ସବୁଦିନ ପରି ପ୍ରାତଃ ୫.୩୦ ମିନିଟରେ କାକଡ଼ ଆରତୀ, ମଧ୍ୟାହ୍ନ ଆରତୀ, ସଂଧ୍ୟା ଆରତୀ ଓ ଶେଷରେ ସାଇବାବାଙ୍କ ଶେଯ ଆରତୀ ରିତିନୀତିରେ ସମ୍ପାଦନ କରାଯାଇଥିଲା । ସକାଳେ ଓ ସଂଧ୍ୟାରେ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ମନ୍ଦିର ପରିସରକୁ ଭକ୍ତ ମାନେ ସାଇବାବାଙ୍କ ଦର୍ଶନ ନିମନ୍ତେ ଆସିଥିଲେ । ଅନ୍ୟପକ୍ଷେ କୋଭିଡ଼ କଟକଣା ଯୋଗୁ ଚଳିତ ବର୍ଷ ମନ୍ଦିର ପରିସରରେ ବିଭିନ୍ନ ସାସ୍କୃତିକ କାର୍ୟକ୍ରମ ଯେପରି ଭଜନ ସମାରୋହ, କିର୍ତନ, ପ୍ରବଚନ ଆଦିକୁ ସ୍ଥଗିତ ରଖାଯାଇଥିଲା । ସଂଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ସାଇପ୍ରେମୀ ମାନଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ଏହି ଆଧ୍ୟାତ୍ମିକ କାର୍ୟ୍ୟକ୍ରମରେ ମନ୍ଦିର କମିଟିର ସଦସ୍ୟ ଓ ସାଇପରିବାରର ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିବା ସହ ସାଇବାବାବାଙ୍କ ଅଶେଷ କରୁଣା ଲାଭ କରିଥିଲେ ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories