www.samajalive.in
Sunday, December 14, 2025
19.1 C
Bhubaneswar

ଷ୍ଟକ୍ ମାର୍କେଟ ଭାଙ୍ଗିଲା ୧୦ ବର୍ଷର ରେକର୍ଡ଼: ପ୍ରଥମଥର ଲାଗି ନିଫ୍ଟି ୧୪ ହଜାର ପଏଣ୍ଟ ଉପରେ, ୪୮୦୦୦ ନିକଟତର ସେନସେକ୍ସ

ନୂତନ ବର୍ଷର ପ୍ରଥମ ଦିନରେ ଶେଷ ହୋଇଥିବା  ସପ୍ତାହରେ ଷ୍ଟକ୍ ମାର୍କେଟ୍ ୧୦ ବର୍ଷର ରେକର୍ଡ ଭାଙ୍ଗିଛି | କ୍ରମାଗତ୯ ସପ୍ତାହ ପାଇଁ ବଜାରରେ ବୃଦ୍ଧି ଘଟିଛି । ୨୦୧୦ ଅପ୍ରେଲ ମାସରେ ଶେଷଥର ପାଇଁ କ୍ରମାଗତ ୯ ଥର ବଜାର ସୂଚକାଙ୍କ ଅଭିବୃଦ୍ଧି ସହ ଶେଷ ହୋଇଥିଲା । ଚଳିତ ବର୍ଷ ତଥା ଚଳିତ ଦଶନ୍ଧିର ପ୍ରଥମ ଦିନ ଷ୍ଟକ ମାର୍କେଟ ପାଇଁ ବେଶ୍ ଉତ୍ସାହଜନକ ରହିଛି । ନିଫ୍ଟି ପ୍ରଥମଥର ପାଇଁ ୧୪ହଜାର ପଏଣ୍ଟ ଅତିକ୍ରମ କରିଛି ଓ ସେନସେକ୍ସ ୪୮୦୦୦ର ନିକଟତର ହୋଇଛି ।

ଶୁକ୍ରବାର ଅର୍ଥାତ୍ ୧ ଜାନୁଆରୀ ୨୦୨୧ରେ ୧୧୭.୬୫ ପଏଣ୍ଟ ବୃଦ୍ଧି ସହ ବାଣିଜ୍ୟିକ ସପ୍ତାହ ଶେଷ କରିଛି ସେନସେକ୍ସ । ଆଜି ୪୭୮୬୮.୯୮ ପଏଣ୍ଟରେ ସେନସେକ୍ସ ବନ୍ଦ ହୋଇଛି । ଏହା ମଧ୍ୟାହ୍ନରେ ୪୭୯୮୦.୩୬ ପଏଣ୍ଟରେ ପହଞ୍ଚିଥିବା ସତ୍ବେ ଶେଷ ବେଳକୁ କିଛିଟା ହ୍ରାସ ପାଇଥିଲା । ଆସନ୍ତା ସପ୍ତାହରେ ସେନସେକ୍ସ ୪୮ ହଜାର ପଏଣ୍ଟ ସ୍ତର ଛୁଇଁପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

- Advertisement -

ଶୁକ୍ରବାର ଷ୍ଟେଟବ୍ୟାଙ୍କ, ଟିସିଏସ୍, ଏଚସିଏଲ୍, ରିଲାଏନ୍ସ କମ୍ପାନୀର ସେୟାର ବେଶ୍ ଲାଭ କରିଛି । ସେହିପରି ବିଏସଇ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ପ୍ରଥମଥର ପାଇଁ ୧୮୯.୨୬ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୧୭୦ କମ୍ପାନୀର ସେୟାର କାରବାର ହୋଇଥିବାବେଳେ ୬୪% ଅର୍ଥାତ ୨୦୪୩ କମ୍ପାନୀ ଲାଭ ସହ କାରବାର ଶେଷ କରିଛନ୍ତି ।

ଶୁକ୍ରବାର ନିଫ୍ଟି  ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ପ୍ରଥମ ଥର ପାଇଁ ୧୪୦୦୦ ପଏଣ୍ଟ ଅତିକ୍ରମ କରି ୧୪୦୧୮ ପଏଣ୍ଟ ଛୁଇଁଛି ।ଆଦାନୀ ବନ୍ଦର, ଆଇଟିସି, ଟିସିଏସ୍, ଏମ ଏଣ୍ଡ ଏମ୍, ଆଇସିଆଇସିଆଇ ଆଦି ସେୟାର ମୂଲ୍ୟ ବୃଦ୍ଧି ପାଇଛି ।

ରେଟିଂ ଏଜେନ୍ସି ଆଇକ୍ରା ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ପ୍ରାୟ ୧୦% ସକରାତ୍ମକ ଅଭିବୃଦ୍ଧି ଆଶା କରୁଛି। ଏଜେନ୍ସି ପୂର୍ବରୁ ୨୦୨୦-୨୧ ପାଇଁ ଅର୍ଥନୀତି ପାଇଁ ୭ରୁ ୮ ରହିବ ବୋଲି ଅନୁମାନ କରିଥିଲା ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories