www.samajalive.in
Saturday, December 13, 2025
26.1 C
Bhubaneswar

ୱେସ୍କୋ ଘରୋଇକରଣକୁ ବିରୋଧ: ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚର ବିକ୍ଷୋଭ

ବୁର୍ଲା: ୱେସ୍କୋର ଘରୋଇକରଣକୁ ବିରୋଧ କରିଛି ପଶ୍ଚିମ ଓଡ଼ିଶା ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚ । ମଞ୍ଚ ପକ୍ଷରୁ ଆଜି ବୂୁର୍ଲାସ୍ଥିତ ୱେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଘରୋଇ ସଂସ୍ଥାକୁ ୱେସ୍କୋକୁ ହସ୍ତାନ୍ତର କରାଯିବା ବ୍ୟବସ୍ଥାକୁ ବିରୋଧ କରିଛନ୍ତି ।

ଘରୋଇକରଣ ବିରୋଧରେ ତଥା ଅନ୍ୟାନ୍ୟ ଦାବୀଗୁଡିକୁ ନେଇ ସଂଘ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।  କର୍ମଚାରୀ ମାନଙ୍କ ଏହି ଆନ୍ଦୋଳନ ଗତ ୧୬ ଡିସେମ୍ବରରୁ ୫୦ ଜଣଙ୍କୁ ନେଇ ଚାଲିଆସୁଥିବା ବେଳେ ଆଜି ଶହ ଶହ ମାତ୍ରାରେ କର୍ମଚାରୀ ଏହି ଧାରଣାରେ ସାମିଲ ହୋଇଥିଲେ ।  ଏହା ସହିତ ବୁର୍ଲା ୱେସ୍କୋ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟକୁ ଟାଟାର ପ୍ରତିନିଧିଙ୍କ ପ୍ରବେଶକୁ ବିରୋଧ କରିଥିଲେ। ତେବେ ଆଜି ପ୍ରଶାସନ ତରଫରୁ ଏକ ତ୍ରୈପାକ୍ଷିକ ଆଲୋଚନା କରାଯାଇ ଏକ ଶାନ୍ତି  ବାତାବରଣ ଫେରାଇ ଆଣିବାକୁ ଚେଷ୍ଠା କରାଯାଇଥିଲା। ଏହି ବିକ୍ଷୋଭରେ ନେତୃତ୍ୱ ନେଉଥିବା କର୍ମଚାରୀମାନେ ଆପ୍ରୋପିଏଟ ବଡିକୁ ନେଇ ରାଜ୍ୟ ସରକାରଙ୍କର ପ୍ରତିନିଧିଙ୍କ ଉପସ୍ଥିତିରେ ତ୍ରୈପାକ୍ଷିକ ରାଜିନାମା କରି ସମସ୍ୟା ଗୁଡିକ ସମାଧାନ କଲେ ମଞ୍ଚ ତାହାର ପଶ୍ଚିମ ଓଡିଶାରେ ଚାଲିଥିବା ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତ୍ତି ନେବା ଉପରେ ବିଚାର କରିପାରେ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା

- Advertisement -

ପ୍ରଶାସନର ଅନୁରୋଧ କ୍ରମେ ଏବଂ ମଞ୍ଚର ନିଷ୍ପତ୍ତିରେ ରାଜିହେବା ପରେ ଧାରଣାକୁ ସୀମିତ କରାଯାଇଥିଲା ।  ୱେସ୍କୋର ସମସ୍ତ କାର୍ଯ୍ୟାଳୟରେ ଓ ଘଣ୍ଟିଆ ଧାରଣା ଏବଂ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୦ ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଶାନ୍ତିପୂର୍ଣ ଭାବରେ ଦାବି ପୂରଣ ନ ହେବା ପାର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜିକାର ଏହି କାର୍ଯ୍ୟକ୍ରମରେ ବିଷ୍ଣୁ ମହାନ୍ତି, ଗୋକୁଳ ମେହେର, ବବିତା ବଡପଣ୍ଡା, ଲଲିତ ପଟ୍ଟନାୟକ, ପ୍ରଣୟ ନାୟକ, ହରିହର ବେହେରା, ସନ୍ତୋଷ ସାହୁ, ପବିତ୍ର ଖୁଣ୍ଟିଆ, ନାରାୟଣ ସିଂ, ନିରଂଜନ ପାଣିଗ୍ରାହୀ, ଜଗନ୍ନାଥ ବାରିକ, ରଜତ ମହାନ୍ତି ପ୍ରମୁଖ ନେତୃତ୍ବ ନେଇଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories