www.samajalive.in
Saturday, December 6, 2025
15.1 C
Bhubaneswar

ମନ କିଣେ ଝାଡଖଣ୍ଡର ଏହି ସୌନ୍ଦର୍ଯ୍ୟମୟ ପର୍ଯ୍ୟଟନସ୍ଥଳୀ

ଘଞ୍ଚ ଜଙ୍ଗଲ ଭିତରେ ହାଲକା ଖରାର ଅନୁଭବ ହେଉ ଅଥବା ବହି ଯାଉଥିବା ଝରଣାର ଆନନ୍ଦ ପାଇବାକୁ ଆପଣ ଭ୍ରମଣ ପାଇଁ ନେତରହାଟ ଯାଇପାରିବେ। ଏହା ଏକ ସୁନ୍ଦର ସ୍ଥାନ ଅଟେ।
ନେତରହାଟର ଅର୍ଥ
ଝାଡ଼ଖଣ୍ଡର ଏହି ସ୍ଥାନରେ ବହୁ ଆଦିବାସୀ ରହିଛନ୍ତି ଓ ଅଧିକାଂଶ ସ୍ଥାନ ଜଙ୍ଗଲରେ ପରିପୂର୍ଣ୍ଣ ରହିଛି। ଏହି ଜଙ୍ଗଲରେ ଶାଳ, ଶାଗୁଆନ, ବାଉଁଶ ଭଳି ବିଭିନ୍ନ ଗଛ ରହିଛି। ଏଠାକାର ସ୍ଥାନୀୟ ଭାଷାରେ ନେତରହାଟର ଅର୍ଥ ହେଉଛି ବାଉଁଶର ବଜାର ଅର୍ଥାତ ଯେଉଁଠାରେ ବାଉଁଶରେ ନିର୍ମିତ ବିଭିନ୍ନ ପ୍ରକାରର ବସ୍ତୁ ଏହି ବଜାରରେ ମିଳିଥାଏ।
ଭ୍ରମଣ ପାଇଁ ଏଠାରେ ବହୁସ୍ଥାନ ରହିଛି। ପ୍ରକୃତିର ସୌନ୍ଦର୍ୟ୍ୟ ସହ ଝରଣାର ମନରୋମ ରୂପ ତା’ସାଙ୍ଗକୁ ସୂର୍ୟ୍ୟୋଦୟ ଓ ସୂର୍ୟ୍ୟାସ୍ତ ଦୃଶ୍ୟ ବାସ୍ତବିକ ଦେଖିବା ଯୋଗ୍ୟ ଅଟେ।
ସୂର୍ୟ୍ୟୋଦୟ ଓ ସୂର୍ୟ୍ୟାସ୍ତ ଦୃଶ୍ୟ –
ଏହି ପାହାଡି ସ୍ଥାନର ସବୁଠାରୁ ବଡ଼ ଆକର୍ଷଣ ହେଉଛି ସୂର୍ୟ୍ୟୋଦୟ ଓ ସୂର୍ୟ୍ୟାସ୍ତ ଦୃଶ୍ୟ। ନେତରହାଟ ବସଷ୍ଟାଣ୍ଡରୁ ୧ କି.ମି ଦୂରରେ ଥିବା ହୋଟେଲ ମାନଙ୍କରେ ରହିଲେ ଏହି ଦୃଶ୍ୟର ବେଶ ମଜା ନେଇପାରିବେ। ଘଞ୍ଚ ବୃକ୍ଷ ମଧ୍ୟରେ ସୂର୍ୟ୍ୟଙ୍କ କିରଣ ଯେତେବେଳେ ଆକାଶରେ ଲାଲ ରଙ୍ଗର କିରଣ ବିଚ୍ଛୁରିତ କରିଥାଏ, ଏହି ଦୃଶ୍ୟ ଚକ୍ଷୁକୁ ବିସ୍ମିତ କରିଦେଇଥାଏ।
ଅପର ଘାଗରୀ ଜଳପ୍ରପାତ –
ନେତରହାଟ ଠାରୁ ଅଳ୍ପ ଦୂରରେ ରହିଛି ଅପର ଘାଗରୀ ଜଳପ୍ରପାତ। ପାହାଡ଼ରୁ ବାହାରିଥିବା ଏହି ଝରଣାର ଶବ୍ଦ ମନରେ ବେଶ ଆନନ୍ଦ ସୃଷ୍ଟି କରିଥାଏ। ଏହି ଝରଣାଟି ଛୋଟ ହେଲେ ମଧ୍ୟ ବହୁତ ସୁନ୍ଦର ଦେଖାଯାଏ। ଏଠାକୁ ଆସୁଥିବା ପର୍ୟ୍ୟଟକ ଏହି ସ୍ଥାନର ବେଶ ମଜା ନେଇଥାଆନ୍ତି।
ଲୋଅର ଘାଗରୀ ଜଳପ୍ରପାତ –
ଘଞ୍ଚ ଜଙ୍ଗଲ ମଧ୍ୟରେ ଯିବା ସମୟରେ ପକ୍ଷୀମାନଙ୍କର ଶବ୍ଦ ସହ ପାଣିର କୁଳୁକୁଳୁ ଶବ୍ଦ ଶୁଣିବାକୁ ମିଳେ। ନେତରହାଟରୁ କିଛି ଦୂରକୁ ଯିବା ପରେ ଆପଣ ଏହି ସୁନ୍ଦର ସ୍ଥାନ ଲୋଅର ଘାଗରୀ ଜଳପ୍ରପାତକୁ ଯାଇପାରିବେ। ବହୁ ଉଚ୍ଚରୁ ଏହି ଜଳପ୍ରପାତକୁ ପାଣି ପଡ଼ିଥାଏ। ଯେଉଁ ଦୃଶ୍ୟକୁ ଦେଖିଲେ ମନେ ହୁଏ ଯେପରି ପ୍ରକୃତି ନିଜର ସୌନ୍ଦର୍ୟ୍ୟ ଏଠାରେ ଅର୍ପଣ କରିଦେଇଛି। ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ୟ୍ୟଟକ ଏଠାକୁ ଭ୍ରମଣ ପାଇଁ ଆସିଥାଆନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories