www.samajalive.in
Monday, December 8, 2025
13.1 C
Bhubaneswar

ନୂଆବର୍ଷରେ ବଦଳିବ ମନ୍ତ୍ରିମଣ୍ଡଳ ଚେହେରା

ଭୁବନେଶ୍ବର: ନୂଆବର୍ଷରେ ନୂଆ ମୁଖ୍ୟଶାସନ ସଚିବ ଭାବେ ସୁରେଶ ମହାପାତ୍ର ରାଜ୍ୟ ପ୍ରଶାସନର ଦାୟିତ୍ବ ସମ୍ଭାଳିବେ। ଆଗାମୀ ଦିନରେ ପ୍ରଶାସନ କିଭଳି ଅଧିକ ସ୍ବଚ୍ଛ, ଉତ୍ତରଦାୟିତ୍ବ ଓ ଲୋକଙ୍କ ନିକଟତ୍ତର ହୋଇପାରିବ ସେ ନେଇ କେତେକ ଢ଼ାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଦୀର୍ଘଦିନରୁ ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିବ ବୋଲି ଚର୍ଚ୍ଚା ଏବେ ଜୋର ଧରିଛି।

ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ଦ୍ବିତୀୟ ପର୍ୟ୍ୟାୟରେ କେଉଁ ମନ୍ତ୍ରୀଙ୍କୁ ବାଦ୍ ଦିଆଯିବ ଏବଂ କେଉଁ ବିଧାୟକଙ୍କ ମୁଣ୍ଡରେ ପାଗ ଭିଡ଼ାଯିବ ତାହା ନବୀନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଗତ କିଛିଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବାରୁ କେତେକ ମନ୍ତ୍ରୀଙ୍କୁ ବାଦ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମନସ୍ଥ କରିଥିବା ଦଳୀୟସୂତ୍ରରୁ ଜଣାଯାଇଛି। ସେଥିପାଇଁ ବିଜେଡ଼ିର ଆଶାୟୀଙ୍କ ଭିତରେ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଛି। ଏହାକୁ ନେଇ ଦଳ ଭିତରେ ଚର୍ଚ୍ଚା ଚାଲିଛି।

- Advertisement -

ତେବେ ଚଳିତବର୍ଷ ପରୀ ହତ୍ୟାକାଣ୍ଡ ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ନିଶାଣ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି। ସେହିପରି ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇ ସମବାୟ ବ୍ୟାଙ୍କରୁ ଋଣ ଜାଲିଆତି କରିଥିବା ଅଭିଯୋଗ କରି ତିନିଜଣ ଚାଷୀ ଆତ୍ମାହୂତି କରିବା ପର୍ୟ୍ୟନ୍ତ କଥା ଯାଇଥିବାରୁ ତାଙ୍କ ପାଇଁ ବି ଅଡୁଆ ବଢ଼ିଛି। ଅନ୍ୟପକ୍ଷରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପରେ ଚୋରା ରତ୍ନପଥର କାରବାରରେ ସଂପୃକ୍ତ ଥିବା ଅଭିଯୋଗ କରି ବିରୋଧୀ ଦଳଗୁଡିକ ତାଙ୍କ ଇସ୍ତଫା ଦାବି କରିଛନ୍ତି। ଏହାବାଦ୍ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବିରୋଧରେ ପୂର୍ବରୁ ମହିଳାଙ୍କ ସହ ରାଜ୍ୟ ବାହାରକୁ ଗସ୍ତ ନେଇ ବାବଦମାନ ପରିସ୍ଥିତି ଦେଖାଦେଇଥିଲା।

ଅନ୍ୟପକ୍ଷରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କୋଭିଡ଼ କଟକଣାବେଳେ ବାରମ୍ବାର ବିଦ୍ୟାଳୟ ଖୋଲିବା ନେଇ ବୟାନରେ ତାଳମେଳ ନଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଖପ୍ପା ରହିଥିଲେ। ଏସବୁ ବାଦ୍ ପଦ୍ମିନୀ ଦିଆନଙ୍କ ଭଳି ଅନେକ ମନ୍ତ୍ରୀ ବିଧାନସଭାରେ ନିଜର ବକ୍ତବ୍ୟ ରଖିବାବେଳେ ଅସମର୍ଥ ଦେଖାଇଥିବାରୁ ସରକାର ଅଡୁଆରେ ପଡିଥିଲେ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତବର୍ଷ ’ମୋ-ସରକାର’ କାର୍ୟ୍ୟକ୍ରମ ହାତକୁ ନିଆଯାଇଥିଲା। ଏଥିରେ ପ୍ରତ୍ୟେକ ମନ୍ତ୍ରୀଙ୍କୁ ମାସକରେ ଅଧାଦିନ ବିଭିନ୍ନ ଅଞ୍ଚଳ ଗସ୍ତ କରି ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିବାକୁ କୁହାଯାଇଥିଲା। ହେଲେ ଅନେକ ମନ୍ତ୍ରୀ ସେସବୁ କାର୍ୟ୍ୟ ସୂଚାରୁ ରୂପେ ପାଳନ କରି ନାହାନ୍ତି। ଯାହାକୁ ନେଇ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ହୋିପାରିନାହିଁ।

ଏସବୁକୁ ବିଚାରକୁ ନେଲେ ୪ରୁ ଅଧିକ ମନ୍ତ୍ରୀ ବାଦ୍ ପଡ଼ିବା ଜଳଜଳ ଦିଶୁଛି। ତେଣୁ ମୁଖ୍ୟମନ୍ତ୍ରୀ ନୂଆବର୍ଷରେ ତାଙ୍କ ଟିମକୁ ଅଧିକ ସୁଦୃଢ଼ କରିବା ଲାଗି ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରିବେ ବୋଲି ଆଭାସ ମିଳୁଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories