www.samajalive.in
Sunday, December 14, 2025
26.1 C
Bhubaneswar

ମୁଖ କର୍କଟ ରୋଗରେ ଶଯ୍ୟାଶାୟୀ କରୁଣାକର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ଦାବୀ

ଫୁଲବାଣୀ : ପରିବାର ପ୍ରତିପୋଷଣ କରିବା ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିଲେ। ତେବେ ଦାଦନ ଖଟିବାକୁ ଯାଇ ଏବେ କର୍କଟ ରୋଗରେ ପୀଡ଼ିତ ହୋଇ ଅସହ୍ୟ ଯନ୍ତ୍ରଣାରେ ରୋଗ ଶଯ୍ୟାରେ ପଡ଼ିରହିଛନ୍ତି। ଏହିଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଂଚାୟତ ପାଦେରିମାହା ଗ୍ରାମର ପିତ ପ୍ରଧାନଙ୍କ ପୁଅ କରୁଣାକର ପ୍ରଧାନ(୨୫)ଙ୍କ କ୍ଷେତ୍ରରେ। ଚିକିତ୍ସାପାଇଁ ଆବଶ୍ୟକ ଆର୍ଥ ନ ଥିବାରୁ ଚିକିତ୍ସା କରି ନ ପାରି ମୃତ୍ୟୁ ସହିତ କରୁଣାକର ସଂଗ୍ରାମ କରୁଥିବା ବେଳେ ଦିନକୁଦିନ ରୋଗବଢ଼ିବାରେ ଲାଗିଛି।

କରୁଣାକରଙ୍କ ମୁହଁର ଡାହାଣ ପାର୍ଶ୍ବ ପ୍ରାୟ ୬୦ପ୍ରତିଶତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଡାହାଣ ଆଖି, ନାକ ନଷ୍ଟ ହୋଇ ବେକ ଆଡ଼କୁ ମାଡ଼ି ଗଲାଣି। ଚିକିତ୍ସା କରା ନ ଗଲେ ତାହା ଖୁବଶୀଘ୍ର ଖାଦ୍ୟନଳୀକୁ ମଧ୍ୟ ସଂକ୍ରମଣ କରିବାର ଆଶଙ୍କା ରହିଛି। କରୁଣାକର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବା ବେଳେ ୩ବର୍ଷ ତଳେ ବିବାହ କରିଥିଲେ। ବର୍ତମାନ ତାଙ୍କର ୧୧ ମାସର ଝିଅଟିଏ ଅଛି। ପରିବାର ପ୍ରତିପୋଷଣ ପାଇଁ ଗାଁରେ ରୋଜଗାର ପାଇଁ କୌଣସି ପନ୍ଥା ନ ମିଳିବାରୁ ୨ବର୍ଷ ତଳେ ସ୍ତ୍ରୀଙ୍କୁ ଧରି କରୁଣାକର କେରଳକୁ ଦାଦନ ଖଟିବାକୁ ଯାଇଥିଲେ। ତେବେ କରୋନା ମହାମାରୀରେ ସେଠାରେ କାମ ବନ୍ଦ ହେବାରୁ ଗାଁକୁ ଫେରିଥିଲେ। ଗାଁକୁ ଫେରିବା ପରେ କରୁଣାକର ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ରୋଗ ଆରମ୍ଭ ହେବା ପରେ ବାପା ପିତ ପୁଅର ଚିକିତ୍ସା ପାଇଁ ନିଜର ଗାଈ, ଛେଳି, ଚାଷ ଜମି ଇତ୍ୟାଦି ବିକ୍ରି କରି ବ୍ରହ୍ମପୁରଠାରୁ ଆରମ୍ଭ କରି ଭୁବନେଶ୍ୱର ଏବଂ କଟକ ଡାକ୍ତରଖାନାକୁ ନେଇଥିଲେ। ହେଲେ କୌଣସି ଡାକ୍ତରଖାନାରେ ସୁଫଳ ମିଳି ନ ଥିବା ବେଳେ ଆର୍ଥିକ ଅନଟନ ସହିତ କରୋନା କଟକଣା ମଧ୍ୟରେ ପୁଅ କରୁଣାକରଙ୍କ ବର୍ତମାନ ଅଧିକା ଚିକିତ୍ସା ସମ୍ଭବ ହୋଇପାରୁ ନ ଥିବା ବାପା ପିତର ପ୍ରଧାନ କହିଛନ୍ତି। ଅନ୍ୟପକ୍ଷରେ ସରକାର ସହାୟତା କଲେ ତାଙ୍କ ସ୍ୱାମୀ ଭଲ ହୋଇଥାନ୍ତେ ବୋଲି କରୁଣାକରଙ୍କ ସ୍ତ୍ରୀ ପରମା ପ୍ରଧାନ କହିଛନ୍ତି। ଘଟଣା ବାବଦରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଯାକେଶ ସାମନ୍ତରାୟଙ୍କ ସହିତ ଯୋଗାଯୋଗ କରିବା ପରେ ସ୍ୱାସ୍ଥ୍ୟ ଅଧିକାରୀ ଜଣକ କରୁଣାକରଙ୍କ ପାଖରେ ପହଞ୍ଚି ପୁର୍ବରୁ ଚିକିତ୍ସା କରିଥିବାର ସମସ୍ତ କାଗଜପତ୍ର ଯାଞ୍ଚ କରିବା ସହିତ କରୁଣାକରଙ୍କ ଚିକିତ୍ସା ପାଇଁ ସେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରିଣୀଙ୍କୁ ଅବଗତ କରିଥିବା ପ୍ରକାଶ କରିଥିଲେ। ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories