www.samajalive.in
Sunday, December 7, 2025
15.1 C
Bhubaneswar

‘ବ୍ୟକ୍ତିଗତ ଭାବରେ ସାକ୍ଷାତ କରି ନୂତନ ବର୍ଷର ଅଭିନନ୍ଦନ ଜଣାଇବାରୁ ନିଜକୁ ନିବୃତ୍ତ ରଖନ୍ତୁ’-ଏସଆରସି

ଭୁବନେଶ୍ବର: କୋଭିଡ୍‍-୧୯ ମହାମାରୀ ମୁକାବିଲାରେ ଆପଣମାନଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ଏହି ବିଶ୍ୱ ମହାମାରୀକୁ ଆମ ରାଜ୍ୟରେ ସିମୀତ କରାଯାଇ ପାରିଛି। ଆମ ରାଜ୍ୟରେ ଏବେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ କମ୍‍ ହୋଇଥିଲେ ମଧ୍ୟ, ସଂକ୍ରମଣର ଭୟ ସଂପୂର୍ଣ୍ଣ ଦୂର ହୋଇନାହିଁ। ଏହା ସହିତ ଏବେ ବିଶ୍ୱରେ କରୋନାର ଏକ ନୂତନ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଛି। ଯାହାର ସଂକ୍ରମଣ ବେଗ ଅତ୍ୟନ୍ତ ପ୍ରଖର ଅଟେ। ତେଣୁ ଏହି ମହାମାରୀ ସଂପୂର୍ଣ୍ଣ ପ୍ରଶମିତ ହେବା ପର୍ଯ୍ୟନ୍ତ ଆମକୁ ଯଥେଷ୍ଟ ସାବଧାନ ରହିବାକୁ ପଡ଼ିବ। ପୁରୁଣା ବର୍ଷର ବିଦାୟ ଏବଂ ନୂତନ ବର୍ଷ ଆଗମନ ଅବସରରେ ଆମ୍ଭେମାନେ ସାଂଗସାଥିମାନଙ୍କ ସହିତ ଏକାଠି ହୋଇ ଭୋଜିଭାତ କରି ଆନନ୍ଦ ଉଲ୍ଲାସ କରିଥାଉ। ତେବେ ଚଳିତ ବର୍ଷ ମହାମାରୀ ଜନିତ ପରିସ୍ଥିତକୁ ଦୃଷ୍ଟିରେ ରଖି ଆମ୍ଭେମାନେ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

ନୂତନ ବର୍ଷ ଅବସରରେ ସାଧାରଣତଃ ସରକାରୀ ଏବଂ ବେସରକାରୀ ଦପ୍ତରଗୁଡିକରେ କର୍ମଚାରୀମାନେ ପରସ୍ପର ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ପାଇଁ ଏକତ୍ର ହୋଇଥାନ୍ତି। ଏତଦ୍‍ବ୍ୟତୀତ ଅନ୍ୟ ସାଧାରଣ ବ୍ୟକ୍ତି ମଧ୍ୟ ବିଭିନ୍ନ ଦପ୍ତରକୁ ଆସି ଶୁଭେଚ୍ଛା ଜଣାଇଥାନ୍ତି। କୋଭିଡ୍‍ ମହାମାରୀର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ସରକାରୀ ଦପ୍ତରଗୁଡିକରେ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ନିମନ୍ତେ ଏକାଠି ନ ହେବା ପାଇଁ ଏସଆରସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

- Advertisement -

ଏହି କଟକଣାକୁ ଭିନ୍ନ ଦୃଷ୍ଟିରେ ନ ଦେଖି, ଏହି କଠିନ ସମୟରେ ଆପଣମାନେ ପୁରୁଣା ବର୍ଷର ବିଦାୟ ଏବଂ ନୂତନ ବର୍ଷର ଆଗମନକୁ ସମ୍ମିଳିତ ଭାବରେ ପାଳନ ନ କରିବାକୁ ଏକାନ୍ତ ଅନୁରୋଧ। ଯେତେ କଷ୍ଟ ହେଲେ ମଧ୍ୟ ଆମ ନିଜର ଓ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରି ନୂତନ ବର୍ଷର ଅଭିନନ୍ଦନ ଜଣାଇବାରୁ ନିଜକୁ ନିବୃତ୍ତ ରଖନ୍ତୁ। ଏହି ଶୁଭେଚ୍ଛା ଆପଣମାନେ ହୃଦୟର ଆବେଗ ସହିତ ଟେଲିଫୋନ, ହ୍ୱାଟ୍ସଆପ୍‍ ବା ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇବା ସଂଗେ ସଂଗେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ଧୁମିଳନ କରି ନୂତନ ବର୍ଷକୁ ଆନନ୍ଦଉଲ୍ଲାସ ସହିତ ସ୍ୱାଗତ କରନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories