www.samajalive.in
Sunday, December 7, 2025
13.1 C
Bhubaneswar

ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ମନା

ଗୋପାଳପୁର : ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୩୧ ଓ ଜାନୁଆରୀ ୧ ରେ ପର୍ଯ୍ୟଟକଙ୍କ ସମେତ ଗୋପାଳପୁର ବାସିନ୍ଦାଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବା ବ୍ରହ୍ମପୁର ଉପଜିଲାପାଳ ତଥା ଗୋପାଳପୁର ଏନ୍ ଏ ସି ପ୍ରଶାସକ ଭି.କୀର୍ତ୍ତିଭାସନ ଙ୍କ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଜିରୋ ନାଇଟ ଓ ନୂଆ ବର୍ଷ ପାଳନ ଲାଗି ବହୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଗୋପାଳପୁର ବେଳାଭୂମିରେ ଭିଡ଼ ଜମିବାର ଆଶଙ୍କା ରହିଥିବା ସହ କରୋନା ସଂକ୍ରମଣ ବ୍ୟାପିବାର ଆଶଂକାକୁ ନଜରରେ ରଖି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ ଉକ୍ତ ଦୁଇଦିନ ନିମନ୍ତେ ଗୋପାଳପୁରକୁ ପର୍ଯ୍ୟଟକଙ୍କୁ ବାରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହି କ୍ରମରେ ଆଜି ବ୍ରହ୍ମପୁର ଉପ ଜିଲାପାଳ ତଥା ପ୍ରଶାସକ ଭି. କୀର୍ତ୍ତି ଭାସନଙ୍କ ଗୋପାଳପୁର ଗସ୍ତ କରିବା ସହ ଗୋପାଳପୁର କୁ ସଂଯୋଗ କରୁଥିବା ରାସ୍ତା ସହ ବେଳାଭୂମି ପରିସର ବୁଲି ଦେଖିଥିଲେ,ଏଥି ସହ ଏନ୍ ଏ ସି ନିର୍ବାହୀ ଅଧିକାରୀ ଏବଂ ପୁଲିସ ସହ ଦୁଇଦିନିଆ ବନ୍ଦ ନେଇ ଆଲୋଚନା କରିଥିଲେ। ଏ ନେଇ ଉପଜିଲାପାଳଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଥିଲେ ଯେ ଗୋପାଳପୁର ସହରର ମୁଖ୍ୟ ପ୍ରବେଶ ପଥକୁ ବନ୍ଦ କରାଯିବସହ ପୁଲିସ ଫୋର୍ସ ନିୟୋଜିତ କରାଯିବ,ବାହାର ଲୋକଙ୍କୁ ଗୋପାଳପୁର ପ୍ରବେଶ ଉପରେ ବାରଣ କରାଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ନିଜ ନିଜ ପରିଚୟ ପତ୍ର ଦେଖାଇ ଯାଆସ କରିବେ।

- Advertisement -

ଜରୁରୀ ସେବା ନିମନ୍ତେ କଟାକଣା ନଥିବା କହିଛନ୍ତି। ଏହି ଦୁଇ ଦିନ ନିମନ୍ତେ ଗୋପାଳପୁର ପୁଲିସ ପକ୍ଷରୁ ଥାନାରେ ଥିବା ୨ ସେକ୍ସନ ଫୋର୍ସ ଓ ଆସିଥିବା ୪ ସେକ୍ସନ ପୁଲିସ ଫୋର୍ସ ବେଳାଭୂମିକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା,ବେଳାଭୂମି, ବିଭିନ୍ନ ହୋଟେଲ ଏବଂ ସାହିରେ ନିୟୋଜିତ ରହି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା କାର୍ୟ୍ୟକାରୀ କରିବେ ବୋଲି ପ୍ରକାଶ କରିଛନ୍ତି। ଏଥି ସହ ଏହା ନେଇ ମାଇକ ଯୋଗେ ଓ ପୋଷ୍ଟର ମାଧ୍ୟମରେ ଲୋକଙ୍କୁ ଏହା ନେଇ ସଚେତନତା କରାଯାଇଥିବା ଏବଂ ପେଟ୍ରୋଲିଙ୍ଗ କଡ଼ାକଡ଼ି କରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଏନଏସି କାର୍ୟ୍ୟ ନିର୍ବାହି ଅଧିକାରୀ ଉମା ଶଙ୍କର ସେଠୀଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି ଯେ ବେଳାଭୂମିକୁ ସଂଯୋଗ ହୋଉଥିବା ସମସ୍ତ ରାସ୍ତାରେ ବେଡ଼ିକେଟ୍ କରାଯାଇଛି। ଏଣୁ ଗୋପାଳପୁର ର ଜନସାଧାରଣ ସମେତ ବାହାର ଲୋକ ମାନେ ଉକ୍ତ ଦୁଇ ଦିନ ନିମନ୍ତେ ଗୋପାଳପୁର ବୁଲିବାକୁ ନ ଆସିବାକୁ ଅନୁରୋଧ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories