www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଥମ ପିଢ଼ି ଇଥାନଲ୍‍ ଉତ୍ପାଦନ ସଂକ୍ରାନ୍ତ ସଂଶୋଧିତ ଯୋଜନାକୁ କ୍ୟାବିନେଟ୍‍ ମଞ୍ଜୁରି

ଦେଶରେ ଫାଷ୍ଟ୍‍ ଜେନେରେସନ୍‍ ବା ପ୍ରଥମ ପିଢ଼ିର ଇଥାନଲ୍‍ ଉତ୍ପାଦନ ସଂକ୍ରାନ୍ତ ସଂଶୋଧିତ ଯୋଜନାକୁ ଆଜି ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‍ କମିଟି ମଞ୍ଜୁରି ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‍ ବୈଠକ ବସିଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରାୟତଃ ଦେଶର ବଳକା ଚାଉଳ, ଗହମ, ବାର୍ଲି, ମକାରୁ, ବର୍ଜ୍ୟ ଏବଂ ଆଖୁଛେଦାରୁ ଇଥାନଲ୍‍ ଉତ୍ପାଦନ ହୋଇଥାଏ। ଆଜି କ୍ୟାବିନେଟ୍‍ର ଅନୁମୋଦନ ଦ୍ୱାରା ଏହି ଶସ୍ୟ ଉତ୍ପାଦନ କରୁଥିବା ଚାଷୀଙ୍କ ଆୟ ବୃଦ୍ଧି ପାଇବ।

ଅନେକ ଚାଷୀଙ୍କୁ ଲାଭ ଦେବା ପାଇଁ ସରକାର ଉପଲବ୍ଧ ମକା ଏବଂ ବଳକା ଚାଉଳରୁ ଇଥାନଲ ଉତ୍ପାଦନ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫ୍‍.ସି.ଆଇ.) ସହ ଡିଷ୍ଟିଲାରିଗୁଡ଼ିକୁ ପ୍ରୋତ୍ସାହନ ଦେଇଛନ୍ତି। ୨୦୨୨ ସୁଦ୍ଧା ପେଟ୍ରୋଲରେ ଇଥାନଲର ୧୦ ଭାଗ ମିଶାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୨୬ ସୁଦ୍ଧା ୧୫ ପ୍ରତିଶତ ଇଥାନଲ ପେଟ୍ରୋଲରେ ମିଶାଇବାର ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ସହ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ବିଗତ ୬ ବର୍ଷ ମଧ୍ୟରେ ଆଖୁଚାଷୀମାନେ ଉପକୃତ ହୋଇଛନ୍ତି। କାରଣ ଡିଷ୍ଟିଲାରିର କ୍ଷମତା ବର୍ତ୍ତମାନ ଦ୍ୱିଗୁଣିତ ହୋଇ ୪୨୬ କୋଟି ଲିଟରରେ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories