www.samajalive.in
Saturday, December 6, 2025
26.1 C
Bhubaneswar

ଗାଁଗାଁ ବୁଲି ଗୀତ ଗାଇ ହାତୀ ସୁରକ୍ଷା ସଚେତନତା

ଗୁରୁଡିଝାଟିଆ: ସାଧାରଣ ଲୋକଙ୍କ ସଂପୃକ୍ତି ଜଙ୍ଗଲ ସଂପଦର ଅଭିବୃଦ୍ଧି ସହିତ ହାତୀ ସୁରକ୍ଷା ଦିଗରେ ବଳିଷ୍ଠ ଭୂମିକା ଗ୍ରହଣ କରିଥାଏ। ଏହାକୁ କାର୍ଯ୍ୟକ୍ଷେତ୍ରରେ ପରିଣତ କରିବା ପାଇଁ ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା ଆଜି ଗାଁଗାଁ ବୁଲି ଗୀତଗାଇ ହାତୀ ସରୁକ୍ଷା ସଚେତନତାର ବାର୍ତ୍ତା ପ୍ରଚାର କରିଛନ୍ତି। ଯାହାକି ଜନସାଧାରଣଙ୍କ ହୃଦୟକୁ ପାଇଛି। ଗାଁର ମା ଭଉଣୀ, ସାଧାରଣ ଲୋକ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅତି ଉତ୍ସାହର ସହିତ ବନଖଣ୍ଡ ଅଧିକାରୀ ସୁଶ୍ରୀ ଲେଙ୍କାଙ୍କ ଏଭଳି ନିଆରା କାର୍ଯ୍ୟଶୈଳୀ ପାଇଁ ସାଧୁବାଦ ଜଣାଇବା ସହିତ ଜଣେ ମହିଳା ହିସାବରେ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିବାକୁ ପଛାଇ ନ ଥିଲେ। ଆଜି ପୂର୍ବାହ୍ନରେ ଆଠଗଡ ବନଖଣ୍ଡ ପକ୍ଷରୁ ହାତୀ ସାଥି ବାହିନୀ ଦ୍ୱାରା ଜଙ୍ଗଲ ସଂପଦ ଓ ହାତୀ ସୁରକ୍ଷା ନେଇ ଏକ ସାଇକେଲ ଶୋଭାଯାତ୍ରା ଓରନ୍ଦା ସମ୍ଭେଶ୍ୱର ମନ୍ଦିର ଠାରୁ ବାହାରି ପିଠାଖିଆ, ଗୁରୁଡିଝାଟିଆ ମେଡିକାଲ ଛକ, ଗୁରୁଡିଝାଟିଆ ବଜାର, ସରକୁଆଁ, ଛଅଗାଁ, ପର୍ବତିଆ, ଧର୍ମପୁର ଓ ବାଳି ପ୍ରଭୃତି ଗାଁରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ବନଖଣ୍ଡ ଅଧିକାରୀ ସୁଶ୍ରୀ ଲେଙ୍କା ପ୍ରତ୍ୟେକ ଗାଁରେ ନିଜେ ଗୀତବୋଲି ଜନସାଧାରଣଙ୍କ ଭିତରେ ହାତୀ ପ୍ରତି ଭଲପାଇବା, ଶ୍ରଦ୍ଧା, ସ୍ନେହ, ଜଙ୍ଗଲ ସଂପଦର ବିକାଶରେ ଏହାର ଭୂମିକା ଓ ଏହା ଆମ ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଲି ସୁଚାଇଥିଲେ। ଏହାକୁ ଗାଁର ଜନସାଧାରଣ ଅତି ଉତ୍ସାହର ସହିତ ଗ୍ରହଣ କରି ବନଖଣ୍ଡ ଅଧିକାରୀ ଙ୍କ ଏଭଳି କାର୍ଯ୍ୟକୁ ପ୍ରଂଶସା କରିଥିଲେ। ଏପରିକି ଓରନ୍ଦା ଗ୍ରାମ୍ୟ କମିଟି, ବରିଷ୍ଠ ନାଗରିକ ମଞ୍ଚ ନବେଢା, ଗୁରୁଡିଝାଟିଆ, ଛଅଗାଁରେ କୋମଳମତି ବିଦ୍ୟାର୍ଥୀ ଓ ବାଳିରେ ବନଦୂର୍ଗା ସ୍ପୋର୍ଟସ କ୍ଳବର କର୍ମକର୍ତ୍ତାମାନେ ବନଖଣ୍ଡ ଅଧିକାରୀ ସୁଶ୍ରୀ ଲେଙ୍କା ହାତୀ ସୁରକ୍ଷା ପାଇଁ ନିଆରା ସଚେତନତା ପାଇଁ ଶୋଭାଯାତ୍ରୀ ଦଳକୁ ସାଧୁବାଦ ଜଣାଇବା ସହିତ ଏଭଳି ସଚେତନତା କୌଣସି ଅଧିକାରୀ ଗାଁରେ ଆସି ଲୋକମାନଙ୍କୁ ଗୀତବୋଲି ସଚେତନ କରାଇ ନ ଥିବାରୁ କହିବାକୁ ପଛାଇ ନ ଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମରେ ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଭୂବନେଶ୍ୱରର ଟ୍ରଷ୍ଟି ତଥା ପୂର୍ବତନ ଆରସିସିଏଫ ଜିତାଶତୃ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ହାତୀସୁରକ୍ଷା ପାଇଁ ଆଠଗଡ ବନଖଣ୍ଡ ଅଧିକାରୀଙ୍କ ନିଷ୍ଠା,ଏକାଗ୍ରତା ଓ ନିଆରା ପଦକ୍ଷେପକୁ ଭାଷାରେ ବର୍ଣ୍ଣନା କରିହେବ ନାହିଁ ବୋଲି କହିକହିଥିଲେ। ଏହାସହିତ ସ୍ଥାନୀୟ ଜନସାଧାରଣଙ୍କ ପରିବେଶପ୍ରୀତି ଓ ହାତୀସୁରକ୍ଷା ସାଇକେଲ ଅଭିଯାତ୍ରୀଦଳକୁ ଏଭଳି ଉଚ୍ଛ୍ୱସିତ ସ୍ୱାଗତ କରିବା କେବେ ଦେଖିନାହାନ୍ତି ବୋଲି କହିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଓରନ୍ଦା ଗ୍ରାମ୍ୟ କମିଟିର ସଭାପତି ତଥା ବନସୁରକ୍ଷା ସମିତି ଅଧ୍ୟକ୍ଷ ରାଜ୍ୟସରକାରଙ୍କ ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଇଂ ପ୍ରତାପ ଚନ୍ଦ୍ର ସାମଲ, ପରିବେଶବିତ୍‍ ସଂଜୀବ କୁମାର ଦାସ, ଓରନ୍ଦା ରାଧାକୃଷ୍ଣ ଭକ୍ତି ମନ୍ଦିରର ମୁଖ୍ୟ ଅସୀତ ମହାରାଜ, ବରିଷ୍ଠ ନାଗରିକ ମଞ୍ଚ ନବେଢାର କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକ, ବୈଜ୍ଞାନିକ ନାରାୟଣ ଚନ୍ଦ୍ର ଦାସ, ପରିବେଶବିତ୍‍ ଅଭୟ ସାମଲ, ସମାଜସେବୀ ତଥା ଅବସରପ୍ରାପ୍ତ ସେବା ପୁରସ୍କାରପ୍ରାପ୍ତ ଅର୍ଦ୍ଧସାମରିକ ବାହିନୀର ଅଧିକାରୀ ବଂଶୀଧର ଶତପଥି, ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସର ମେଡିଆ ଇନଚାର୍ଯ ଜିତ୍‍ ପଟ୍ଟନାୟକ, ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ମାଗୁଣୀ ବେହେରା, ହାତୀସାଥି ପ୍ରମୁଖ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories