www.samajalive.in
Sunday, December 14, 2025
14.1 C
Bhubaneswar

‘ସମାଜରେ ଓକିଲଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ’

ଚଣ୍ଡିଖୋଲ : ଅଲ୍‍ ଓଡ଼ିଶା ଓକିଲ ସଂଘର ୪୯ତମ ସାମ୍ବିଧାନିକ ସମ୍ମିଳନୀ ମଙ୍ଗଳବାର ଚଣ୍ଡିଖୋଲ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥିଭାବେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‍ ବି.କେ.ମିଶ୍ର ଯୋଗଦେଇ କହିଲେ ଯେ ବାର୍‍ ଓ ବିଚାରପତିଙ୍କ ମଧ୍ୟରେ ସମ୍ପର୍କ ନିବିଡ଼। ବିଚାରବୃତ୍ତି ଏକ ଆଦର୍ଶ ବୃତ୍ତି ଅଟେ। ଏବେ ହାକିମମାନଙ୍କର ଶୁଣିବା ପାଇଁ ଧୈର୍ଯ୍ୟ ନାହିଁ ବୋଲି ଅଭିଯୋଗ ହେଉଛି। ଓକିଲଙ୍କର ଅସୁବିଧା ସମୟରେ ସହାୟତା ଯୋଗାଦେବା ସରକାରଙ୍କ କାମ ହେବା ଉଚିତ୍‍। ନ୍ୟାୟବୃତ୍ତିରେ ଆସ୍ତିବାଚକ ମାନସିକତା ଗ୍ରହଣ କରାଗଲେ ସବୁ ସମ୍ଭବ ହୋଇପାରିବ ବୋଲି ସେ ମତ ଦେବା ସହ ସମାଜରେ ଓକିଲଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତପୋଷଣ କରିଥିଲେ। ଅତିଥିଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗଦେଇ ଆଧୁନିକ ବ୍ୟବସ୍ଥାରେ ପରିବର୍ତ୍ତନ ହେଉଥିବା ମାନସିକତାକୁ ଭାରତୀୟ ଗଣତନ୍ତ୍ର ଭିତରେ ସୁରକ୍ଷିତ କରିବାକ୍ଷେତ୍ରରେ ଓକିଲ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସଂଘର ସଭାପତି ବିଚିତ୍ରକୁମାର ବଡ଼ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟ ବାର୍‍ର ପୂର୍ବତନ ଅଧ୍ୟକ୍ଷ ମାନସ ମହାପାତ୍ର ଯୋଗଦେଇ କହିଲେ ଯେ ଓକିଲଙ୍କକ୍ଷେତ୍ରରେ କେହି ସହାୟତା ଯୋଗାଇବେ ନାହିଁ। ନିଜକୁ ନିଜେ ବଞ୍ଚି ଶିଖିବା ଉଦ୍ୟମ କରିବା ଉଚିତ୍‍। ପୂର୍ବତନ ସଭାପତି ଶିଶିରକୁମାର ପାଢୀ ମଧ୍ୟ ଅତିଥିଭାବେ ଯୋଗଦେଇଥିଲେ।
ପ୍ରାରମ୍ଭରେ ଗୋପାଳକୃଷ୍ଣ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ନିରଞ୍ଜନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଚଣ୍ଡିଖୋଲ ବାର୍‌ର ପ୍ରଫୁଲ୍ଲ ପଣ୍ଡା, ଶରତଚନ୍ଦ୍ର ବଳ, ମୋହନ ମହାନ୍ତି, ରେଣୁବାଳା ମହାନ୍ତି, ଦେବରାଜ ବେହେରା, ପ୍ରକାଶ ଦାସଙ୍କ ସମେତ ରାଜ୍ୟର ବିଭିନ୍ନ ବାର୍‌ ଆସୋସିଏସନ୍‍ର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଅପରାହ୍ନରେ ଅନୁଷ୍ଠିତ ସାଧାରଣ ଅଧିବେଶନରେ ଆସନ୍ତା ୨ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବିଧାୟକ ଅମରପ୍ରସାଦ ଶତପଥୀ ଯୋଗଦେଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ଯୋଗଦେଇଥିବା ଓକିଲ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଆଡ଼ୁ ୫୦୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଯୋଗଦେଇଥିଲେ। ସେମାନଙ୍କୁ ଉଦୟଗିରି ବୁଦ୍ଧମହୋତ୍ସବ ପ୍ରକାଶିତ ଉଦୟଗିରି ସଂକଳନ ପ୍ରଦାନ କରାଯାଇଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories