www.samajalive.in
Friday, December 12, 2025
27.1 C
Bhubaneswar

ବିଜେପି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ନାମରେ ଦୁଇଟି ଥାନାରେ ଏତଲା

ନବରଙ୍ଗପୁର/ ଜି.ଉଦୟଗିରି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରୁଥିବା ଅଭିଯୋଗରେ ବିଜେପି ତରଫରୁ ଦୁଇଟି ଥାନାରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା ଦିଆଯାଇଥିବା ଜଣାପଡିଛି। ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀ ଶଙ୍କର ମାଝୀଙ୍କ ନେତୃତ୍ୱରେ ବିଜେପି ତରଫରୁ ନବରଙ୍ଗପୁର ଥାନାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା ଦିଆଯାଇଛି। ଏତଲା ଅନୁଯାୟୀ, ଓଡିଶା ମୁଖ୍ୟମନ୍ତ୍ରୀ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ନାମରେ ହଡପ କରି ଷ୍ଟିକର ମାରିବା ଭଳି କୁତ୍ସିତ କାର୍ଯ୍ୟ କରି ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଘର କହି ଚିଠି ଦେଇ ଠକୁଛନ୍ତି ତେଣୁ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଦର୍ଶା ଯାଇଛି। ତାର ପ୍ରତିବାଦରେ ଆଜି ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମଦଙ୍କୁ  ଆଇପିସି ଧାରା ୪୨୦ରେ ମାମଲା ରୁଜ୍ଜୁ କରିବା ପାଇଁ ଦାବି କରାଯାଇଛି।

- Advertisement -

ଆବାସ ଯୋଜନାରେ ନିର୍ମିତ ଗୃହ କାନ୍ଥରେ ଲେଖାଯାଇଥିବା ଫଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ର.ଆ.ଯୋ ଲେଖି ତା ତଳେ ବିଜୁ ପକ୍କା ଘର ଲେଖିବା ସହ ପୋଷ୍ଟର ଲଗାଯିବାକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ପ୍ରତିବାଦ କରି ଜି.ଉଦୟଗିରି ନଗର ଓ ବ୍ଳକ ବିଜେପି କର୍ମକର୍ତ୍ତାମାନେ କେନ୍ଦ୍ରୀୟ ଯୋଜନାକୁ ଏଭଳି ଭାବେ ରାଜ୍ୟର ବୋଲି ଦର୍ଶାଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ନେଇ ସ୍ଥାନୀୟ ଥାନାରେ ବିଜେପି କର୍ମକର୍ତ୍ତାମାନେ ଏତଲା ଦେଇଛନ୍ତି । ଥାନାରେ ଏତଲା ଦେଲାବେଳେ ଜି.ଉଦୟଗିରି ନଗର ବିଜେପି ସଭାପତି ଉଦେଶନ ପ୍ରଧାନ,ମନୋଜ ମହାପାତ୍ର,ପ୍ରୀୟବ୍ରତ ସାହୁ ରବୀନ୍ଦ୍ର ସାହୁ,ମାନଗୋବିନ୍ଦ ପ୍ରଧାନ,ମାୟାବନ୍ଧୁ ପ୍ରଧାନ,ଜ୍ଞାନରଞ୍ଜନ ପ୍ରଧାନ,ଅଭିମନ୍ୟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories