www.samajalive.in
Thursday, December 11, 2025
14.1 C
Bhubaneswar

ନବରଙ୍ଗପୁର ହାଜତ ମୃତ୍ୟୁ ତଦନ୍ତ ଭାର ହାତକୁ ନେଲେ ମାନବାଧିକାର କମିଶନ

ଭୁବନେଶ୍ୱର: ଗତ ୨୦୧୯ ମସିହା ଜୁନ ମାସରେ ନବରଙ୍ଗପୁର ଜିଲ୍ଲାର କୋଡ଼ିଙ୍ଗା ଥାନା ଅନ୍ତର୍ଗତ କୋଷମୁଗୁଡା ଫାଣ୍ଡି ରେ ହୋଇଥିବା ହାଜତ ମୃତ୍ୟୁ ଘଟଣାର ତଦନ୍ତ ଭାର ନିଜେ ମାନ୍ୟବର ରାଜ୍ୟ ମାନବାଧିକାର ଆୟୋଗ ଙ୍କ ତଦନ୍ତକାରୀ ବିଭାଗର ନିର୍ଦ୍ଧେଶକ ଙ୍କ ଦ୍ଵାରା କରେଇବାକୁ ନିଷ୍ପତ୍ତି କରିଛନ୍ତି। ରାଜ୍ୟର ବିଶିଷ୍ଟ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଉକ୍ତ ସମ୍ବେଦନଶୀଳ ମାମଲା ମାନ୍ୟବର କମିଶନଙ୍କ ଅଦାଲତରେ ପରିଚାଳନା କରି ଆଜି ନିବେଦନ କରିଥିଲେ ଯେ ନବରଙ୍ଗପୁର ଏସ୍‌ପି ଦେଇଥିବା ତଦନ୍ତ ରିପୋର୍ଟ ମିଥ୍ୟା, ସତ୍ୟଘଟଣା କୁ ଲୁଚାଇବା, ଉଦ୍ଦେଶ୍ୟ ପ୍ରଣୋଦିତ ଓ କେଶକୁ ଦଫା ରଫା କରିଦେବା ପାଇଁ ଉଦ୍ଦିଷ୍ଟ। ତେଣୁ ମାନ୍ୟବର କମିଶନ ଘଟଣାର ଅନୁସନ୍ଧାନ ନିଜେ କରନ୍ତୁ କିମ୍ବା ଉଚ୍ଚତର ଅନୁଷ୍ଠାନ ଦ୍ୱାରା କରିବାକୁ ଶ୍ରୀ ନାୟକ ନିବେଦନ କରିଥିଲେ।
ଘଟଣାରୁ ପ୍ରକାଶ ଯେ ଆଦିବାସୀ ଅଧ୍ୟୁଷିତ କୋଷମଗୁଡା ଅଞ୍ଚଳରେ ହେଉଥିବା କୁକୁଡ଼ା ଲଢେ଼ଇ ଦେଖିବାକୁ ବହୁ ଲୋକ ରୁଣ୍ଡ ହୋଇଥିଲେ। ସ୍ଥାନୀୟ ଫାଣ୍ଡି ଅଧିକାରୀ ଓ ପୋଲିସ ଦଳ ହଠାତ ପହଁଚି ଗୋଡ଼ାଇବା ରୁ ସମସ୍ତେ ଦୌଡ଼ି ପଳେଇ ଯାଇଥିଲେ ମାତ୍ର ରୁଗଣ ଗୋବର୍ଦ୍ଧନ ବିନ୍ଧାଣି ଦୌଡ଼ି ନପାରି ତଳେ ପଡି ଯାଇଥିଲେ। ପୋଲସ ତାଙ୍କୁ ଧରି ବହୁତ ମାରପିଟି କରିବାରୁ ସେ ସଂଜ୍ଞା ହୀନ ହୋଇ ପଡ଼ିଥିଲେ। ଏହାପରେ ନବରଙ୍ଗପୁର ମେଡିକାଲ ରେ ତାଙ୍କର ମୃତ୍ୟୁବରଣ କରିଥିଲେ ବୋଲି ତାଙ୍କର ବିଧବା ପତ୍ନୀ ନୀଳ ବିନ୍ଧାଣି ଓ ଝିଅ ଜ୍ୱାଇଁ ଅଭିଯୋଗ କରିଥିଲେ। କୋଡ଼ିଙ୍ଗା ଥାନା ପୋଲିସ ମୃତ୍ୟ ହେବା କଥା ଲୁଚାଇବା ସହିତ ଘଟଣା କୁ ଓଲଟ ପାଲଟ କରି ବିଶାଖାପାଟଣା ସେଭେନ ହିଲସ ମେଡିକାଲ ଚିକିତ୍ସା ପାଇଁ ନେଇଥିଲେ। ନୀଳ ଓ ଝିଅ କୁ ଅନ୍ୟ ଏକ ଗାଡ଼ିରେ ବିଶାଖାପାଟଣା ନେଲେ ମାତ୍ର ଗୋବର୍ଦ୍ଧନ ର ମୃତ୍ୟୁ ଶରୀର ଦେଖାଇଲେ ନାହିଁ। ଉନ୍ନତ ଚିକିତ୍ସା ଚାଲିଛି ବୋଲି ଏକ ଡ୍ରାମା ରଚିଲେ। ତା’ସତ୍ତ୍ୱେ ମରିଗଲା ବୋଲି କହି ନବରଙ୍ଗପୁର ଫେରି କହିଲେ। ମିଛରେ ଆଡୁ ସାଡୁ ଲେଖି ନିରକ୍ଷର ନୀଳ ଠାରୁ ଟିପ ଚିହ୍ନ ନେଇଗଲେ। ଏବେ ଦରିଦ୍ର ନୀଳ ଭୋକ ଉପାସରେ ରହି ସ୍ୱାମୀ ହତ୍ୟାର ନ୍ୟାୟ ପାଇବା ପାଇଁ ମାନବାଧିକାର କମିଶନ ଙ୍କୁ ଭରସା କରି ଅପେକ୍ଷା କରି ଛନ୍ତି। ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ଶ୍ରୀ ନାୟକ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories