www.samajalive.in
Tuesday, December 9, 2025
26.1 C
Bhubaneswar

ସରକାରଙ୍କ ନିମନ୍ତ୍ରଣ ଗ୍ରହଣ କଲେ କୃଷକ ସଂଗଠନ, ୩୦ରେ ୪ଟି ପ୍ରସଙ୍ଗରେ ହେବ ଆଲୋଚନା

ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନଙ୍କୁ ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ଦିଆଯାଇଥିବା ପ୍ରସ୍ତାବ ୪୦ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିସାନ ମୋର୍ଚ୍ଚା ଗ୍ରହଣ କରିଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟକୁ ଚିଠି ଲେଖି ଡିସେମ୍ବର ୩୦ରେ ଆଲୋଚନା ପାଇଁ କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କରିଥିବା ସଂଗଠନ ଜଣାଇଛି। କୃଷି ମନ୍ତ୍ରଣାଳୟ ସଚିବ ସଞ୍ଜୟ ଅଗ୍ରୱାଲଙ୍କୁ ଏକ ଚିଠିରେ ଏକ ମାସରୁ ଅଧିକ ସମୟ ଧରି କେନ୍ଦ୍ରର ନୂତନ କୃଷି ଆଇନକୁ ବିରୋଧ କରୁଥିବା କୃଷକ ସଂଗଠନ ୪ ସୂତ୍ରୀ ପ୍ରସଙ୍ଗ ଦୋହରାଇଛନ୍ତି।

ଏହି ଦାବିଗୁଡିକ ମଧ୍ୟରେ କୃଷି ଆଇନ ପ୍ରତ୍ୟାହାର, ସର୍ବନିମ୍ନ ସହାୟତା ମୂଲ୍ୟ ସ୍ଥିର ନିମନ୍ତେ ଆଇନଗତ ବ୍ୟବସ୍ଥା କରିବା, ସମସ୍ତ କୃଷକ ଏବଂ କୃଷିଜାତ ଦ୍ରବ୍ୟ ପାଇଁ ଆଇନଗତ ଅଧିକାର ଏବଂ ଦିଲ୍ଲୀରେ ଜାରି ହୋଇଥିବା ଜାତୀୟ ରାଜଧାନୀ ଆକ୍ଟରେ ସଂଶୋଧନ ପୂର୍ବକ ଜୋରିମାନା ଦେବା ପ୍ରକ୍ରିୟାରୁ କୃଷକଙ୍କୁ ବାଦ ଦେବା ବିଷୟ ରହିଛି।

- Advertisement -

ସଂଯୁକ୍ତ କିସାନ ମୋର୍ଚ୍ଚା କହିଛି ଯେ ପ୍ରାସଙ୍ଗିକ ପ୍ରସଙ୍ଗଗୁଡ଼ିକର ଯୁକ୍ତିଯୁକ୍ତ ସମାଧାନ ପାଇଁ ସଂଗଠନ ଦ୍ୱାରା ଦିଆଯାଇଥିବା ଏଜେଣ୍ଡା ଅନୁଯାୟୀ ଆଲୋଚନା ହେବା ଉଚିତ୍। ଡିସେମ୍ବର ୩୦ରେ ଦିଲ୍ଲୀର ବିଜ୍ଞାନ ଭବନରେ ଏହି ଆଲୋଚନା ହେବ। ଇତି ମଧ୍ୟରେ ବିରୋଧୀ କୃଷକ ଏବଂ ସରକାର ୫ ରାଉଣ୍ଡ ଆଲୋଚନା କରିଛନ୍ତି। ପୂର୍ବରୁ କୃଷକ ସଂଗଠନର ପ୍ରତିନିଧିମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବୈଠକ କରିଥିଲେ।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories