www.samajalive.in
Saturday, December 13, 2025
18.1 C
Bhubaneswar

ଭର୍ତ୍ତୃହରିଙ୍କ ସମେତ ୫ଜଣଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର

ନୂଆଦିଲ୍ଲୀ : ବିଜୁ ଜନତା ଦଳ (ବିଜେଡି) ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ବିଭିନ୍ନ ଦଳର ୫ଜଣ ସାଂସଦଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ସଂସଦର କେନ୍ଦ୍ରୀୟ ହଲ୍‍ରେ ଆୟୋଜିତ ଏକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭର୍ତ୍ତୃହରିଙ୍କୁ ୨୦୧୭ ବର୍ଷ ପାଇଁ ଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ତୃଣମୂଳ କଂଗ୍ରେସର ଦିନେଶ ତ୍ରିବେଦୀଙ୍କୁ ୨୦୧୬, କଂଗ୍ରେସର ଗୁଲାମ ନବୀ ଆଜାଦଙ୍କୁ ୨୦୧୫, ବିଜେପିର ହୁକୁମଦେବ ନାରାୟଣ ଯାଦବଙ୍କୁ ୨୦୧୪ ଓ ବିଜେପିର ପୂର୍ବତନ ସାଂସଦ ନଜମା ହେପତୁଲ୍ଲାଙ୍କୁ ୨୦୧୩ ବର୍ଷ ପାଇଁ ଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ରର ଆତ୍ମା ସଂସଦରେ ରହିଛି। ସାଂସଦମାନେ କୌଣସି ଦଳ କିମ୍ବା ନିର୍ବାଚନମଣ୍ଡଳୀର ପ୍ରତିନିଧି ନୁହନ୍ତି। ସେମାନେ ସାମ୍ବିଧାନିକ ଆଦର୍ଶର ମୂଳପିଣ୍ଡ। ଦେଶବାସୀଙ୍କର ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ପାଇଁ ସେମାନେ ଉତ୍ତରଦାୟୀ ଅଟନ୍ତି। ଏହା ଏକ ବଡ ଦାୟିତ୍ୱ। ତେଣୁ ପ୍ରତ୍ୟେକ ସାଂସଦ ତାଙ୍କର ଏହି ଗୁରୁ ଦାୟିତ୍ୱକୁ ସୂଚାର ରୂପେ ତୁଲାଇବା ଦରକାର। ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ବାଚସ୍ପତି ସୁମିତ୍ରା ମହାଜନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories