www.samajalive.in
Friday, December 5, 2025
26.1 C
Bhubaneswar

ସାଇକଲରେ ଶ୍ମଶାନ

ବୌଦ୍ଧ/ଜହ୍ନାପଙ୍କ : ଗାଁରେ ସାମାଜିକ ବାସନ୍ଦ ହୋଇଥିଲେ। ଏପରିକି ଭାଇମାନେ ମଧ୍ୟ ପର କରି ଦେଇଥିଲେ। ଏଭଳି ପରିସ୍ଥିତିର ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁରେ ଚାରିକାନ୍ଧ ନ ମିଳିବା ପରି ଏକ ଘଟଣା ବୌଦ୍ଧ ଜିଲା ବ୍ରାହ୍ମଣପାଲି ପଞ୍ଚାୟତର କୃଷ୍ଣପାଲି ଗାଁରେ ଘଟିଯାଇଛି। ସାହିପଡିଶା, ପରିବାରବର୍ଗ କିମ୍ବା ଗ୍ରାମବାସୀ କେହି ନ ଆସିବାରୁ ଶେଷରେ ସାଇକଲରେ ବାନ୍ଧି ଶାଳୀର ଶବକୁ ଭିଣୋଇ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ।
ସୂଚନା ଅନୁସାରେ କୃଷ୍ଣପାଲି ଗ୍ରାମରେ ପତ୍ନୀ ଓ ପିଲାଛୁଆଙ୍କ ସହ ରହୁଥିବା ଚର୍ତୁଭୂଜ ବାଙ୍କଙ୍କ ସହ ତାଙ୍କର ଶାଳୀ ପାଞ୍ଚ ମହାକୁଡ ମଧ୍ୟ ରହନ୍ତି। ମଙ୍ଗଳବାର ପତ୍ନୀ ବେଦ ବାଙ୍କ ଓ ଶାଳୀ ପାଞ୍ଚ ଝାଡା ରୋଗରେ ଆକ୍ରାନ୍ତ ହୋଇଥିଲେ। ଚର୍ତୁଭୂଜ ସେମାନଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ପାଞ୍ଚ ମହାକୁଡଙ୍କ ମଙ୍ଗଳବାର ସନ୍ଧ୍ୟାରେ ମୃତ୍ୟୁ ହୋଇ ଯାଇଥିଲା। ଶାଳୀର ମୃତ୍ୟୁ ପରେ ରାତିରେ ମହାପ୍ରୟାଣ ଗାଡିରେ ନେଇ ରାତି ୯ ଟା ବେଳେ ଗ୍ରାମରେ ଚର୍ତୁଭୂଜ ପହଞ୍ଚି ଥିଲେ। ଶାଳୀର ମୃତଦେହକୁ ସଂସ୍କାର ପାଇଁ ଚତୁର୍ଭୁଜ ଗ୍ରାମର ୱାର୍ଡମେମ୍ବରଙ୍କ ନିକଟକୁ ଯାଇଥିଲେ। କିଛି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାପରେ ସେ ନ ଆସିବାରୁ ସେ ସାହିପଡିଶା ଓ ସାମାଜିକ କର୍ମକର୍ତ୍ତାଙ୍କ ନିକଟକୁ ଯାଇଥିଲେ। ତେବେ ତାଙ୍କୁ ବାସନ୍ଦ କରାଯାଇଥିବାରୁ ଗ୍ରାମର କେହି ମଧ୍ୟ ଶବ ସତ୍କାର ପାଇଁ ଆସି ନ ଥିଲେ। ଗ୍ରାମବାସୀ ନ ଆସିବାରୁ ବୁଧବାର ପୂର୍ବାହ୍ନରେ ଚତୁର୍ଭୁଜ ନିଜ ଝିଅ ସହିତ ଶାଳୀର ଶବକୁ ଏକ ସାଇକଲରେ ବାନ୍ଧି ଗ୍ରାମ ନିକଟସ୍ଥ ମଶାଣିକୁ ନେଇ ସେଠାରେ ପୋତି ଦେଇଥିଲେ । ଶ୍ରୀ ବାଙ୍କ ଅଭିଯୋଗ ପ୍ରକାରେ ଶାଳୀର ଶବଦାହ ପାଇଁ ଗ୍ରାମର ୱାର୍ଡମେମ୍ବର, ଗ୍ରାମ ସଂପାଦକ ଏବଂ ଅନ୍ୟ ଗ୍ରାମବାସୀଙ୍କୁ ଡାକିଥିଲେ ମଧ୍ୟ କେହି ନ ଆସିବାରୁ ଶେଷରେ ସେ ଏହି ପଦକ୍ଷେପ ନେଲେ । ଅନ୍ୟପକ୍ଷରେ ଶ୍ରୀ ବାଙ୍କ ସମସ୍ତ ପୈତୃକ ଧନସମ୍ପତି ଖାଇବା ଆଶାରେ ନିଜ ଖୁଡିକୁ ପାଗଳ ଆଖ୍ୟା ଦେଇ ଗୃହବନ୍ଦୀ କରି ରଖିଥିବାରୁ ଗ୍ରାମାବାସୀ ତାଙ୍କୁ ସହଯୋଗ କରୁ ନ ଥିବା ପ୍ରକାଶ କରିଛନ୍ତି। ତାଙ୍କ ଖୁଡିଙ୍କୁ ଗୃହବନ୍ଦୀରୁ ମୁକ୍ତି କରିବା ପାଇଁ ଗ୍ରାମବାସୀ ଦାବି କରୁଥିବା ପ୍ରକାଶ କରିଛନ୍ତି। ଚତୁର୍ଭୁଜଙ୍କ ଅନ୍ୟ ୪ ଭାଇ ସେହି ଗ୍ରାମରେ ରହୁଥିଲେ ମଧ୍ୟ ଜମିବାଡି ବିବାଦ ଯୋଗୁଁ ସେମାନଙ୍କ ସହିତ ମଧ୍ୟ ତାଙ୍କର କୌଣସି ସଂପର୍କ ନାହିଁ। ସେହିପରି ଜମି ପାଇବା ଆଶାରେ ଘରେ ଖୁଡିକୁ ରଖିଥିବାରୁ ୩ ପୁଅ ମଧ୍ୟ ଗ୍ରାମ ଛାଡି ପେଟ ପୋଷିବାକୁ ବାହାରକୁ ଚାଲିଯାଇଥିବା ଜଣାଯାଇଛି। ତେବେ କାରଣ ଯାହା ହେଉ ନା କାହିଁକି ଗୋଟିଏ ଶବକୁ ଚାରି କାନ୍ଧ ନମିଳିବା ଘଟଣାରେ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories