www.samajalive.in
Friday, December 5, 2025
27.1 C
Bhubaneswar

ଭାରତର ଜନସଂଖ୍ୟା ଅଧିକ ଦର୍ଶାଯାଇଛି: ବୈଜ୍ଞାନିକଙ୍କ ଅନୁଶୀଳନ

ଲଣ୍ଡନ : ଭାରତର ଜନସଂଖ୍ୟା ୧୨୫ କୋଟି ବୋଲି ଯାହା ଦର୍ଶାଯାଉଛି ତାହା ବାସ୍ତବରେ ସତ୍ୟ ନୁହେଁ; ବରଂ ଦେଶର ଜନସଂଖ୍ୟା ଅଧିକ ଗଣନା କରାଯାଇଛି ବୋଲି ଅନ୍ତର୍ଜାତୀୟ ଆପ୍ଲାଏଡ୍‍ ସିଷ୍ଟମ୍‍ ଯୋଜନା ପ୍ରତିଷ୍ଠାନର ବିଶ୍ୱ ଜନସଂଖ୍ୟା ନିର୍ଦେଶକ ୱଲ୍‍ଗ୍ୟାଙ୍ଗ ଲୁଟଜ ପ୍ରକାଶ କରିଛନ୍ତି। ବିଭିନ୍ନ ସ୍ଥାନରେ ଲୋକଙ୍କୁ ପ୍ରଦାନ କରାଯାଉଥିବା ଶିକ୍ଷାର ସ୍ତର ତଥା ଏହାର ବିବିଧତା ଆକଳନ କରିବା ଦ୍ୱାରା ଦେଶର ବାସ୍ତବ ଜନସଂଖ୍ୟା ଗଣନା ସମ୍ଭବ ହୋଇପାରିବ। ଏହାଦ୍ୱାରା ଦେଶର ମୁଣ୍ଡପିଛା ଆୟବୃଦ୍ଧି ସମ୍ଭବ ହେବ ଏବଂ ଭାରତ ଏସିଆର ବିକଶିତ ରାଷ୍ଟ୍ର ତାଲିକାରେ ସ୍ଥାନ ଲାଭ କରିବ ବୋଲି ସଂସ୍ଥାର କିଛି ବୈଜ୍ଞାନିକ ପରାମର୍ଶ ଦେଇଛନ୍ତି। ଲୁଟ୍‍ଜ କହିଛନ୍ତି, ୟୁରୋପ ଭଳି ଭାରତ ଏକ ମହାଦେଶ ନୁହେଁ; ବରଂ ଗୋଟିଏ ଉପମହାଦେଶ ଯେଉଁଠି ବିବିଧତା ମଧ୍ୟରେ ଏକତା ଲକ୍ଷ୍ୟ କରାଯାଏ। କେବଳ ଏହି କାରଣରୁ ଏହାକୁ ଗୋଟିଏ ଅସ୍ତିତ୍ୱ ଭାବେ ଗଣନା କରିବା ଉଚିତ ନୁହେଁ। ୨୦୨୫ ସୁଦ୍ଧା ଜନସଂଖ୍ୟା ଦୃଷ୍ଟିରୁ ଭାରତର ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ଚୀନ୍‍କୁ ଅତିକ୍ରମ କରିବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଭାରତ ସମ୍ବନ୍ଧରେ ଏକ ଅନୁଧ୍ୟାନ କରିଥିଲେ। ଏଠାକାର ଗ୍ରାମୀଣ ଏବଂ ସହରାଞ୍ଚଳର ବାସସ୍ଥାନ, ସ୍ଥିତି, ବୟସ, ଲିଙ୍ଗ ଏବଂ ଶିକ୍ଷା ବ୍ୟବସ୍ଥାକୁ ନେଇ ସେମାନେ ଏକ ମଡେଲ ପ୍ରସ୍ତୁତ କରିଥିଲେ। ପରେ ଦେଶର ବିଭିନ୍ନ ସ୍ଥାନରେ କିଭଳି ଜନସଂଖ୍ୟାରେ ପରିବର୍ତ୍ତନ ଘଟିଥିଲା ତାହା ଏହି ମଡେଲକୁ ବ୍ୟବହାର କରି ଅନୁଶୀଳନ କରାଯାଇଥିଲା। ଉଦାହରଣ ସ୍ୱରୂପ ଯେଉଁ ରାଜ୍ୟରେ ପ୍ରଜନନ ହାର ଅଧିକ ତାହା ଦେଶର ଜନସଂଖ୍ୟା ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଶିକ୍ଷାର ପ୍ରସାର ଦ୍ୱାରା ସଚେତନତା ସୃଷ୍ଟି ପୂର୍ବକ ପ୍ରଜନନ ହାର ହ୍ରାସ କରିବା ସମ୍ଭବ। ଏଣୁ ଯେଉଁସ୍ଥାନରେ ଶିକ୍ଷାର ହାର ଅଧିକ ସେଠାରେ ପ୍ରଜନନ ହାର କମ୍‍ ରହିଥିବା ଜଣାପଡିଥିଲା। ସେହିଭଳି ଅନ୍ୟ କ୍ଷେତ୍ରଗୁଡିକ ଉପରେ ବ୍ୟାପକ ଅନୁଶୀଳନ କରିବା ପରେ ବୈଜ୍ଞାନିକମାନେ ଉପରୋକ୍ତ ତଥ୍ୟ ପ୍ରକାଶ କରିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories