www.samajalive.in
Sunday, December 14, 2025
19.1 C
Bhubaneswar

କୋଣାର୍କ “ସୁତନ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର” ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ପୁରୀ/ଭୁବନେଶ୍ୱର : କୋଣାର୍କ ବିଜ୍ଞାପିତ ଅଂଚଳ ପରିଷଦଠାରୁ ଅନତି ଦୂରରେ ଥିବା ‘ସୁତନ’ ଗ୍ରାମ ସ୍ଥିତ ‘ସୁତନ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଡାକ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ଡାକ ଲଫାପା ପ୍ରକାଶ ପାଇଛି। ସୂଚନା ଯୋଗ୍ୟ ଯେ, ଏଠାରେ ପୂର୍ବରୁ ପ୍ରତିଷ୍ଠିତ ହୋଇଥିବା “ସୁତନ ଧର୍ମପଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ” ପରବର୍ତୀ ସମୟରେ ଅଂଚଳର ବିଶିଷ୍ଟ ଶିକ୍ଷାବିତ୍‍ ଓ ଶିକ୍ଷାପ୍ରେମୀ  ଗୌରାଙ୍ଗ ଚରଣ ବିଶ୍ୱାଳଙ୍କ ଉଦ୍ୟମରେ ୧୯୭୧ ମସିହାରେ ବେସରକାରୀ ଭାବେ ସୁତନ ମଧ୍ୟ ଇଂରାଜୀ ବିଦ୍ୟାଳୟ ନାମରେ ପ୍ରତିଷ୍ଠିତ ହୋଇଥିଲା ଓ ପରବର୍ତୀ ସମୟରେ ଏହା ସରକାରୀ ବିଦ୍ୟାଳୟ ଭାବେ “ସୁତନ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ” (ସୁତନ ୟୁ.ଜି.ୟୁ.ପି ସ୍କୁଲ) ନାମରେ ପରିଚିତ ଲାଭ କରିଛି।

ଏହି ୫୦ ବର୍ଷର ସ୍ମୃତିକୁ ପାଥେୟ କରି ବିଦ୍ୟାଳୟ ତରଫରୁ କୋଣାର୍କ ଏନ୍‍.ଏ.ସି ସ୍ଥିତ ଉପ ଡାକଘର ପରିସରରେ ଆୟୋଜିତ ଏକ ଉତ୍ସବରେ ଓଡିଶା ଡାକ ପରିମଣ୍ଡଳ,ଭୁବନେଶ୍ୱରର ମହାଡାକପାଳ କର୍ଣ୍ଣେଲ ଜଳେଶ୍ୱର କଅଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଡାକ ଲଫାଫାକୁ ଉନ୍ମୋଚନ ପୂର୍ବକ ଡାକ ବିଭାଗ ତରଫରୁ ଡାକ ସେବା ସହିତ ବିଭିନ୍ନ ଅନୁଷ୍ଠାନର ଗୌରବମୟ ଦିବସରେ ଐତିହ୍ୟ ଓ ସ୍ମୃତି ସମ୍ବଳିତ ସ୍ୱତନ୍ତ୍ର ଡାକ ଲଫାପା ପ୍ରକାଶ କରାଯାଉଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସୁତନ ୟୁଜିୟୁପି ସ୍କୁଲର ପ୍ରଧାନ ଶିକ୍ଷକ  ପସନ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏଠାରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବେ ପୁରୀ ଡାକ ଡିଭିଜନର ବରିଷ୍ଠ ଡାକ ଅଧିକ୍ଷକ ବିପିନ ବିହାରୀ ମହାନ୍ତି ଉପସ୍ଥିତ ଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ସୁତନ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ,  ଅଶୋକ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଶିକ୍ଷାର ବିକାଶରେ ଓ ଗ୍ରାମରେ ଏକତା ଓ ସଂହତି ପ୍ରତିଷ୍ଠାରେ ତତ୍କାଳୀନ ସୁତନ ଏମ୍‍.ଇ.ସ୍କୁଲ ର ପ୍ରତିଷ୍ଠାତା ସ୍ୱର୍ଗତ ଗୌରାଙ୍ଗ ଚରଣ ବିଶ୍ୱାଳଙ୍କ ଉଦ୍ୟମ ପ୍ରଶଂସନୀୟ ରହିଥିଲା ବୋଲି କହିଥିଲେ।

- Advertisement -

ସୁତନ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ପାଢୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ତର୍ଜାତୀୟ ଡାକ ଟିକଟ ସଂଗ୍ରାହକ (ଫିଲାଟେଲିଷ୍ଟ) ବିଜୟ କୁମାର ବିଶ୍ୱାଳ, ଅନ୍ୟତମ ଫିଲାଟେଲିଷ୍ଟ କାଶୀନାଥ ସାହୁ ଓ ମାନସ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରିଥିଲେ। ସୁତନ ୟୁଜିୟୁପି ସ୍କୁଲ ତରଫରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ, ଗ୍ରାମର ବରିଷ୍ଠ ଜନସାଧାରଣ,ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ। କୋଭିଡ୍‍ କଟକଣା ଅନୁପାଳନ ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଣାର୍କ ଉପ ଡାକଘର କାର୍ଯ୍ୟାଳୟ ତରଫରୁ ଆନୁଷଙ୍ଗିକ ସହଯୋଗ ପ୍ରଦାନ କରାଯାଇଥିଲା।

 

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories