www.samajalive.in
Wednesday, December 10, 2025
18.1 C
Bhubaneswar

ଜିଏସଟି କ୍ଷତିପୂରଣ : ରାଜ୍ୟ ଗୁଡିକକୁ ୬ ହଜାର କୋଟି ଟଙ୍କା ପ୍ରଦାନ

ନୂଆଦିଲ୍ଲୀ :  ଜିଏସଟି କ୍ଷତିପୂରଣ ବାବଦରେ ଅର୍ଥ ମନ୍ତ୍ରଣାଳୟ ସୋମବାର ରାଜ୍ୟ ଗୁଡିକକୁ ୬ ହଜାର କୋଟି ଟଙ୍କା ପ୍ରଦାନ କରିଛି। ଏଥିମଧ୍ୟରୁ ୨୩ଟି ରାଜ୍ୟକୁ ପାଞ୍ଚ ହଜାର ପାଞ୍ଚ ଶହ ୧୬ କୋଟିରୁ ଅଧିକ ଟଙ୍କା ଏବଂ ୪୮୩ କୋଟିରୁ ଅଧିକ ଟଙ୍କା ଦିଲ୍ଲୀ, ଜାମ୍ମୁ କାଶ୍ମୀର ଏବଂ ପୁଡୁଚେରୀ ସହିତ ତିନି କେନ୍ଦ୍ର ଶାସିତ ଅଞ୍ଚଳକୁ ଦିଆଯାଇଛି। ଜିଏସଟି ଲାଗୁ ହେବାରୁ ଅବଶିଷ୍ଟ ପାଞ୍ଚଟି ରାଜ୍ୟ, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମରେ ରାଜସ୍ୱ ସଂଗ୍ରହରେ କୌଣସି ଫରକ ପଡି ନାହିଁ।
ଜିଏସଟି ଲାଗୁ ହେବାରୁ ରାଜସ୍ୱରେ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର ଅଭାବକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ଚଳିତ ବର୍ଷ ଅକ୍ଟୋବରରେ ଏକ ସ୍ୱତନ୍ତ୍ର ବରୋଇଙ୍ଗ ୱିଣ୍ଡୋ ସ୍ଥାପନ କରିଥିଲେ। ଏହି ୱିଣ୍ଡୋ ମାଧ୍ୟମରେ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଭାରତ ସରକାରଙ୍କ ପକ୍ଷରୁ ଦେୟ ପ୍ରଦାନ କରାଯାଉଛି। ଏପର୍ଯ୍ୟନ୍ତ ବରୋଇଙ୍ଗ ୱିଣ୍ଡୋ ମାଧ୍ୟମରେ ୨୩ ଅକ୍ଟୋବର, ୨ ନଭେମ୍ବର, ୯ ନଭେମ୍ବର, ୨୩ ନଭେମ୍ବର, ୧ ଡିସେମ୍ବର, ୭ ଡିସେମ୍ବର, ୧୪ ଡିସେମ୍ବର, ୨୧ ଡିସେମ୍ବର ଏବଂ ଆଜି ୨୮ ଡିସେମ୍ବର ରାଜ୍ୟଗୁଡିକୁ ସହାୟତା ରାଶି ଦିଆଯାଇଛି।
ଏହି ସପ୍ତାହରେ ପ୍ରଦାନ କରାଯାଇଥିବା ପରିମାଣ ରାଜ୍ୟମାନଙ୍କୁ ପ୍ରଦାନ କରାଯାଉଥିବା ଏହି ପାଣ୍ଠିର ୯ମ କିସ୍ତି ଥିଲା। ଏହି ପରିମାଣ ୫.୧୫ ପ୍ରତିଶତ ସୁଧ ହାରରେ ଏହି ସପ୍ତାହ ଶେଷରେ ପ୍ରଦାନ କରାଯାଇଛି। ଏପର୍ଯ୍ୟନ୍ତ ୪.୭୬ ପ୍ରତିଶତ ସୁଧ ହାରରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ବରୋଇଙ୍ଗ ୱିଣ୍ଡୋ ମାଧ୍ୟମରେ ୫୪ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories