ବୋଲଗଡ : ଯୁବ ମାନସର ଯୁବ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥୀ ବଲ୍ଲଭ ପଟ୍ଟନାୟକ ଆଜି ମୁଖ୍ୟ ଅତିଥିଭାବେ ଯୋଗଦେଇ ବୋଲଗଡ ବ୍ଲକ ଅନ୍ତର୍ଗତ ବାଙ୍କୋଇଠାରେ ୧୩୬ ତମ କଂଗ୍ରେସ ପ୍ରତିଷ୍ଠା ଦିବସକୁ ଓ ଏକ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ରାଜ୍ୟ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ମାଧବବ ଚନ୍ଦ୍ର ବିଶ୍ୱାଳଙ୍କ ଆବାହକତ୍ୱରେ ବାଙ୍କୋଇ ସ୍ଥିତ ସାଧନା ଶିଳ୍ପ ତାଲିମ କେନ୍ଦ୍ରଠାରେ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା। ନୟାଗଡ ଜିଲା ସରକାରୀ ଡାକ୍ତରଖାନାର ରକ୍ତଭଣ୍ଡାର ଆନୁକୁଲ୍ୟରେ ଡାକ୍ତର ସଂଜୟ କୁମାର ଦାଶ ଓ ରକ୍ତ ସଂଗ୍ରହକାରୀ ଟେକେନସିଆନ୍ ପ୍ରକାଶ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟେକ ତତ୍ୱାବଧାନରେ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
ଏହି ଜନକଲ୍ୟାଣ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ସିମାଞ୍ଚଳ ଖଣ୍ଡାଇ, ଶ୍ରୀଧର ଦତ୍ତ, ଗଣେଶ୍ୱର ସୁବୁଦ୍ଧି, ସୁବାସ ଚନ୍ଦ୍ର ହୋତା, ରଘୁନାଥ ବଳବନ୍ତରାୟ, ଶ୍ରୀନିବାସ ଛୋଟରାୟ, ପାଣ୍ଡବ ସାହୁ ଓ ମନୋରଞ୍ଜନ ମିଶ୍ର, ପ୍ରମୁଖ ସହଯୋଗ କରି ରକ୍ତଦାତା ମାନଙ୍କର ସେବା କରିଥିଲେ। ପରିଶେଷରେ ସଞ୍ଜୟ କୁମାର ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



