www.samajalive.in
Saturday, December 13, 2025
26.1 C
Bhubaneswar

ବନ୍ଧୁକ ଫୁଟାଇ ଲୁଟିନେଲେ ୩ଲକ୍ଷ ୨୦ ହଜାର ଟଙ୍କା

ବାଲେଶ୍ୱର : ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଶୋଚନୀୟ ହୋଇ ପଡୁଛି। ଛିନତାଇ, ଏଟିଏମ ଲୁଟ ସାଧାରଣ ଘଟଣା ହେବାକୁ ବସିଲାଣି। ତେବେ ସହରରେ ଆପାତତଃ କମ୍‌ ଥିବା ଅପରାଧ ଏବେ ପୁଣି ମୁଣ୍ଡ ଟେକିଲାଣି। ସୋମବାର ଦିନ ଦିପହରେ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିବା କର୍ମଚାରୀଙ୍କୁ ବନ୍ଧୁକ ଫୁଟାଇ ୩ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଜାତୀୟ ରାଜପଥର କୁରୁଡ଼ାଠାରେ ଥିବା ଜେସିବି ଡିଲର ‘ସାମଲ ଇକ୍ୟୁପି’ର ଆକାଉଣ୍ଟାଣ୍ଟ ଅଶୋକ କୁମାର ଜେନା ୩ ଲକ୍ଷ ୨୦ ହଜାର ଟଙ୍କା ନେଇ ପୂର୍ବାହ୍ନ ପ୍ରାୟ ୧୧ ଟା ବେଳେ ବିରୁଆଁ ଷ୍ଟେଟବ୍ୟାଙ୍କ ଶାଖାକୁ ଯାଉଥିଲେ। ପ୍ରତିଷ୍ଠାନର ସିକ୍ୟୁରିଟି ଚାଳାଉଥିବା ବାଇକରେ ଟଙ୍କା ବ୍ୟାଗ ଧରି ବସିଥିବା ବେଳେ ଏହି ଆକ୍ରମଣ ହୋଇଥିଲା।

ଜାତୀୟ ରାଜପଥର ମଡ଼ର୍ଣ୍ଣ ବୈଷୟିକ ଶିକ୍ଷାନୁଷ୍ଠାନ ଅତିକ୍ରମ କରୁଥିବା ବେଳେ ହେଲେମେଟ ପିନ୍ଧିଥିବା ଦୁଇଜଣ ଅଚିହ୍ନା ଯୁବକ ଏକ ନମ୍ବର ବିହିନ ବାଇକରେ ଆସି ସେମାନଙ୍କୁ ଅଟକାଇବା ସହ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଶ୍ରୀ ଜେନା ଓ ସିକ୍ୟୁରିଟି ଗାର୍ଡ଼ ବାଧାଦେବାରୁ ଲୁଟେରା ଯୁବକ ଶ୍ରୀ ଜେନାଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳିଟି ବାମପାଦ ଉପରେ ବାଜିବା ପରେ ସେ ଚିତ୍କାର କରି ତଳେ ବସିପଡ଼ିଥିଲେ।

- Advertisement -

ସେହି ସମୟରେ ଯୁବକ ଦ୍ୱୟ ଟଙ୍କା ବ୍ୟାଗନେଇ ସେଠାରୁ ଚମ୍ପଟ ମାରିଥିଲେ। ସେମାନେ ଜାତୀୟ ରାଜପଥର ରେମୁଣା ଅଭିମୁଖେ ପଳାଇଯାଇଥିବା ଆହତ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ତେବେ ଖବର ପାଇ ସଦର ଥାନା ପୁଲିସ ସମେତ ପୁଲିସର କେତେକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଆହତ ଆକାଉଣ୍ଟାଣ୍ଟ ଶ୍ରୀ ଜେନାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତ ଶୁକ୍ରବାର ବଡ଼ଦିନଠାରୁ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ୩ ଦିନର ବିକ୍ରି ଅର୍ଥକୁ ବ୍ୟାଙ୍କରେ ଜମା ଦେବାକୁ ସେ ଯାଉଥିଲେ। ଏହି ଟଙ୍କା ବାବଦରେ ଲୁଟେରାଙ୍କୁ ଜଣାଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ ସହ ତଦନ୍ତ ଜାରି ରଖଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories