www.samajalive.in
Monday, December 8, 2025
14.1 C
Bhubaneswar

ବୋହୂକୁ ମରଣାନ୍ତକ ନିର୍ଯ୍ୟାତନା ଦେଇ ଶାଶୁ ଓ ଶ୍ବଶୁର ଥାନାରେ ଅଟକ

ବୁଗୁଡା : ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ପାଞ୍ଚାୟତର ଡାଙ୍ଗିସାହି ଗ୍ରାମରେ ଗତ ରାତିରେ ଜନୈକା ନବବଧୂଙ୍କୁ ତାଙ୍କ ସ୍ବାମୀଙ୍କ ଅନୁପସ୍ଥିତରେ ଶାଶୁ ଓ ଶ୍ବଶୁର ମାଡ ମାରି, ହାତଗୋଡ଼ ବାନ୍ଧି ପଡିଶା ଘର ବାରି ପଟେ ଥିବା ଏକ ବାଉଁଶ ଡୋଲିରେ ପକାଇ ଦେଇଥିଲେ । ଆଜି ସକାଳେ ପଡିଶା ଘର ଲୋକେ ପ୍ରଥମେ ଏହା ଦେଖି ଗ୍ରାମର ଲୋକଙ୍କୁ ଜଣାଇବା ପରେ ସେମାନେ ନବବଧୂ ଝିଲ୍ଲୀ ପ୍ରଧାନ(୨୦)ଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ମାଣିତରା ମେଡିକାଲ ଏବଂ ପରେ ବୁଗୁଡା ମେଡ଼ିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ । ସେଠାରେ ଝିଲ୍ଲୀଙ୍କର ପ୍ରାଥମିକ ଚିକିତ୍ସା ପରେ ଚେତା ଫେରିଥିଲେ ସୁଦ୍ଧା ସେ କଥା କହିପାରୁ ନଥିଲେ ଏବଂ ଅବସ୍ଥା ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ପ୍ରକାଶ ଯେ, ଡାଙ୍ଗିସାହି ଗ୍ରାମର ସତ୍ୟ ନାରାୟଣ ଆରୁଖଙ୍କ ପୁଅ ଜିତେନ୍ଦ୍ର ବୁଗୁଡା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ପଠାଣ ପ୍ରଧାନଙ୍କ ଝିଅ ଝିଲ୍ଲୀଙ୍କୁ ଗତ ଫେବୃୟାରୀ ୧୬ ତାରିଖରେ ବିବାହ କରିଥିଲେ। ସ୍ଵାମୀ ଜିତେନ୍ଦ୍ର ହାଇଦ୍ରାବାଦରେ ଶ୍ରମିକ ଭାବେ କାର୍ୟ୍ୟ କରୁଥିଲା ବେଳେ ତାଙ୍କର ଅନୁପସ୍ଥିତିରେ ଶାଶୁ ଓ ଶ୍ବଶୁର ଝିଲ୍ଲୀକୁ ଯୌତୁକ ଦାବୀ କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ। ତେବେ ୧୫ ଦିନ ତଳେ ବାପଘରୁ ଶାଶୁ ଘରକୁ ଫେରି ଥିବା ବୋହୂ ଝିଲ୍ଲୀକୁ ଗତ ରାତିରେ ଶାଶୁଘର ଲୋକେ ଭୀଷଣ ମାଡମାରି ହାତଗୋଡ ବାନ୍ଧି ବେକ ଓ ମୁହଁରେ ଲୁଗା ଗୁଡାଇ ପଡୋଶୀ ଘର ଡୋଲିରେ ପକାଇ ଦେଇଥିଲେ । ସାରା ରାତି ଡୋଲି ଭିତରେ ପଡ଼ିଥିବା ବୋହୂ ଝିଲ୍ଲୀକୁ ସକାଳେ ଉଦ୍ଧାର କରାଯାଇଥିଲା। ଏନେଇ ଝିଲ୍ଲୀଙ୍କ ବାପା ବୁଗୁଡ଼ା ଥାନାରେ ଝିଅର ଶାଶୁ, ଶ୍ବଶୁର ଓ ନଣନ୍ଦଙ୍କ ବିରୋଧରେ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ ୩୯୬/୨୦ରେ ଏକ ମାମଲା ରୁଜୁ କରିବା ସହ ଶାଶୁ ଓ ଶ୍ବଶୁରକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ନେଇ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଉକ୍ତ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ଜଣାଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories