www.samajalive.in
Monday, December 15, 2025
16.1 C
Bhubaneswar

ଦେଶରେ ପ୍ରଥମ: ଦିଲ୍ଲୀରେ ଗଡ଼ିଲା ଚାଳକ ବିହୀନ ଟ୍ରେନ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପ୍ରଥମ କରି ରାଜଧାନୀ ନୂଆଦିଲ୍ଲୀରେ ଗଡ଼ିଛି ଚାଳକ ବିହୀନ ଟ୍ରେନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ (ଜନକପୁରୀ ପଶ୍ଚିମ-ବଟାନିକାଲ ଗାର୍ଡେନ)ରେ ଚଳାଚଳ କରିବ।

ଭିଡିଓ କନ୍‌ପରେନ୍ସିଂରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଭବିଷ୍ୟତର ଆବଶ୍ୟକତା ପାଇଁ ନିଜକୁ ଏବଂ ଦେଶକୁ ପ୍ରସ୍ତୁତ କରିବା ଆମର ପ୍ରାଥମିକତା। ପୂର୍ବରୁ ଭବିଷ୍ୟତର ଆବଶ୍ୟକତାକୁ ନେଇ କାମ ହେଉ ନ ଥିଲା। ଭବିଷ୍ୟତର ଚ୍ୟାଲେଞ୍ଜକୁ ସାମ୍ନା କରିବା ଲାଗି ଆମ ସହରଗୁଡ଼ିକୁ ପ୍ରସ୍ତୁତ କରାଯାଉଛି। ସହରୀକରଣକୁ ଏକ ଚ୍ୟାଲେଞ୍ଜ ବୋଲି ନ ମାନି ତାହାକୁ ଏକ ସୁଯୋଗ ବୋଲି ଧରିବା ଉଚିତ। ୨୦୨୫ ସୁଦ୍ଧା ଆମେ ଏହି ଚାଳକ ବିହୀନ ଟ୍ରେନ ଚଳାଚଳ ସୁବିଧା ଦେଶର ୨୫ରୁ ଅଧିକ ସହରରେ କାର୍ଯ୍ୟକ୍ଷମ କରିବୁ। ୨୦୧୪ରେ ଦେଶରେ ୧୭ ଲକ୍ଷ ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରା କରୁଥିଲେ। ଏବେ ଦୈନିକ ୮୫ ଲକ୍ଷ ଲୋକ ଟ୍ରେନ୍‌ ଯାତ୍ରା କରୁଛନ୍ତି। ଏହା ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌ର ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

- Advertisement -

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେନ (ଡିଏମ୍ଆରସି) କହିଛି ଯେ, ଏହି ଟ୍ରେନ ସମ୍ପୂର୍ଣ୍ଣ ସ୍ବୟଂଚାଳିତ। ଏଥିରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସେବା ଉପଲବ୍ଧ ରହିଛି। ଏହାଦ୍ବାରା ଭାରତ ବିଶ୍ବର ପ୍ରମୁଖ ମେଟ୍ରୋ ରେଳ ସେବା ପ୍ରଦାନକାରୀ ରାଷ୍ଟ୍ର ବର୍ଗରେ ସାମିଲ ହୋଇଛି। ଦିଲ୍ଲୀ ମେଟ୍ରୋ ଟ୍ରେନ ୨୮୫ଟି ଷ୍ଟେନ ଓ ୧୧ଟି କରିଡର ମଧ୍ୟରେ ଚଳାଚଳ କରୁଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories