www.samajalive.in
Saturday, December 13, 2025
26.1 C
Bhubaneswar

ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ନେବେ କରୋନା ଟୀକା ସ୍ପୁଟନିକ୍-ଭି

ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶରେ ପ୍ରସ୍ତୁତ କରୋନାଟୀକା ସ୍ପୁଟନିକ୍ -ଭି ନେବେ । ପୂର୍ବରୁ ତାଙ୍କର ଝିଅ ଏହି ଟୀକା ନେଇଛନ୍ତି । ରୁଷ ରାଷ୍ଟ୍ରପତି ଭବନ କ୍ରେମଲିନର ମୁଖପାତ୍ର  ଦିମିତ୍ରୀ ପେସ୍କୋଭ ରବିବାର ସରକାରୀ ଭାବରେ ଏହା ଘୋଣୋ କରିଛନ୍ତି

ରୋସିଆ ଟିଭି ଚ୍ୟାନେଲକୁ ଦିମିତ୍ରି ଦେଇଥିବା ସୂଚନା ଅନୁସାରେ ଏ ସମ୍ପର୍କରେ ରାଷ୍ଟ୍ରପତି ନିଷ୍ପତ୍ତି ନେଇ ସାରିଛନ୍ତି ଓ କେବଳ ଔପଚାରିକତା ବାକି ଅଛି ।

- Advertisement -

ଏହା ପୂର୍ବରୁ ରୁଷ ସରକାର ସ୍ପୁଟନିକ୍ ଭି ଟୀକାର ସ୍ବେଚ୍ଛାକୃତ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପ୍ରଥମେ ଅସୁରକ୍ଷିତ ବା କରୋନା ସଂକ୍ରମଣ ଆଶଙ୍କା ଥିବା ବର୍ଗ (ସ୍ବାସ୍ଥ୍ୟକର୍ମୀ)ଙ୍କୁ ଟୀକା ଦିଆଯାଇଛି । ଅନ୍ୟପକ୍ଷରେ ମସ୍କୋ ମେୟର ଏସ୍. ସୋବିଆନିନ ପୃଥକ୍ ପରୀକ୍ଷା ପରେ ରୁଷ ସରକାର ବୟସ୍କ ଲୋକମାନଙ୍କୁ ଟୀକା ଦେବା ନିମନ୍ତେ ସୁପାରିସ କରିଛନ୍ତି ।

ସୂଚନାଯୋଗ୍ୟ ଯେ ରୁଷରେ କରୋନା ସଂକ୍ରମଣ ପରେ ରାଷ୍ଟ୍ରପତି ପୁଟିନ୍ ଯଥେଷ୍ଟ ସତର୍କତା ଅବଲମ୍ବନ କରିଛନ୍ତି ଓ ଅଧିକାଂଶ ସରକାରୀ କାର୍ଯ୍ୟକ୍ରମ ଭିଡ଼ିଓ ଯୋଗେ କରିଛନ୍ତି । ସେହିପରି କମ୍ ଯାତ୍ରା ଓ ସଭାସମିତିରେ ମଧ୍ୟ ଯୋଗ ଦେଇଛନ୍ତି । ତାଙ୍କର ଝିଅ ଅଗଷ୍ଟରେ ସ୍ପୁଟନିକ୍ ଭି ଟୀକାର କ୍ଲିନିକାଲ ଟ୍ରାଏଲରେ ଭାଗ ନେଇଥିଲେ ଓ ସେ ଏବେ ସୁସ୍ଥ ଅଛନ୍ତି । ତାଙ୍କଠାରେ କୌଣସି ପାଶ୍ବର୍ର୍ ପ୍ରତିକ୍ରିୟା ଦେଖା ଯାଇ ନାହିଁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories