www.samajalive.in
Tuesday, December 9, 2025
17.1 C
Bhubaneswar

ଜିଲା ଓକିଲ ସଂଘର ବୃକ୍ଷରୋପଣ ଓ ଆଲୋଚନା

ବଲାଙ୍ଗିର : ରବିବାର ବଲାଙ୍ଗିର ଜିଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ତହସିଲ କୋର୍ଟ ପରିସରରେ ବୃକ୍ଷରୋପଣ କରାଯାଇଛି। ପରେ ତହସିଲ କୋର୍ଟର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ତହସିଲଦାର ମଘବାନ ବାଗଙ୍କ ସହ ଓକିଲମାନେ ଆଲୋଚନା କରିଥିଲେ। ସଭାପତି ପ୍ରବୀଣ କୁମାର ମିଶ୍ର ଓ ସଂପାଦକ ବାସୁଦେବ ରଥଙ୍କ ମିଳିତ ପରିଚାଳନାରେ ଅନୁଷ୍ଠିତ ସଭାରେ ତହସିଲ ଅଫିସରେ ଚାଲିଥିବା ଦଲାଲି ଓ ଷ୍ଟାମ୍ପ ପେପରର କଳାବଜାରୀକୁ କିପରି ରୋକାଯାଇ ପାରିବ ସେ ନେଇ ତହସିଲଦାରଙ୍କ ସହ ଆଲୋଚନା ହୋଇଥିଲା। ତହସିଲ ଅଫିସରେ ମ୍ୟୁଟେସନ କାମ ଓ ଅନ୍ୟାନ୍ୟ ଜମିବାଡି ସଂକ୍ରାନ୍ତୀୟ କାମରେ ତହସିଲ ଅଫିସର କିଛି ଅସାଧୁ କର୍ମଚାରୀ ଓକିଲଙ୍କୁ ଅଯଥାରେ ହଇରାଣ କରି କାମ ବିଳମ୍ବ କରୁଥିବା ବେଳେ ଲାଞ୍ଚ ଦେଲେ ତୁରନ୍ତ କାମ ହୋଇଯାଉଥିବା ଓକିଲମାନେ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ। ପୁଣି ତହସିଲ ଅଫିସରେ କିଛି କର୍ମଚାରୀ ବର୍ଷ ବର୍ଷ ଧରି ଏଠାରେ ରହି ନିଜର ମନମୁଖୀ କାରବାର ଚାଳାଇ ଆସିଥିବା ଅଭିଯୋଗ ହୋଇଛି। ଏ ନେଇ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବାଗ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନାରେ ଏଡ୍ଭୋକେଟ ରବି ନାରାୟଣ ବହିଦାର, ମାଧବ ପୁରୋହିତ, ସୁରେନ୍ଦ୍ର ମିଶ୍ର, ନୋଟାରୀ କରୁଣାକର ଷଡଙ୍ଗୀ, ବିଜୟ ରଥ, ଓଁକାର ନାୟକ, ରୁଦ୍ର ଥନାପତି, ସଂଜୀବ ହୋତା, ବାବୁ ପାଣ୍ଡେ, ଲତାଶ୍ରୀ ରାଓ, ସ୍ମିତା ମହାପାତ୍ର, ହରିଶଙ୍କର ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories