www.samajalive.in
Saturday, December 13, 2025
21.1 C
Bhubaneswar

ପାକିସ୍ତାନ, ନେପାଳ ଓ ଅନ୍ୟ ରାଷ୍ଟ୍ରଙ୍କ ଉଦ୍‌ବେଗ, ତ୍ରୁଟିପୂର୍ଣ୍ଣ ସାମରିକ ଯନ୍ତ୍ରାଂଶ ଦେଉଛି ଚୀନ

ନୂଆଦିଲ୍ଲୀ : ବିଭିନ୍ନ ସମୟରେ ଚୀନ ଠାରୁ କ୍ରୟ କରିଥିବା ଯୁଦ୍ଧାସ୍ତ୍ର, ବୁଡାଜାହାଜ ଓ ଅନ୍ୟାନ୍ୟ ସାମରିକ ଯନ୍ତ୍ରାଂଶରେ ତ୍ରୁଟିକୁ ନେଇ ପାକିସ୍ତାନ, ନେପାଳ, ବାଂଲାଦେଶ, ମ୍ୟାଁମାର ଭଳି ୬ରୁ ଅଧିକ ରାଷ୍ଟ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବାଂଲାଦେଶର କହିଛି ଯେ ୨୦୧୭ରେ ଏହା ଚୀନ ଠାରୁ ଦୁଇଟି ୦୩୫ଜି ବୁଡାଜାହାଜ ୨୦୦ ନିୟୁତ ଡଲାରରେ କ୍ରୟ କରିଥିଲା। ୧୯୭୦ ଦଶକର ଏହି ଦୁଇଟି ବୁଡାଜାହାଜକୁ ବିଏସଏସ୍ ନୋବୋଜାତ୍ରା ଓ ବିଏନଏସ୍ ଜୟଯାତ୍ରାରେ ସାମିଲ କରାଯାଇଥିଲା। ତେବେ ବୈଷୟିକ ତ୍ରୁଟି କାରଣରୁ ଏହି ଦୁଇଟି ବୁଡାଜାହାଜ ବ୍ୟବହାର ନ ହୋଇ ପଡିରହିଛି।

ସେହିପରି ୨୦୨୦ରେ ବାଂଲାଦେଶ ଚୀନଠାରୁ ଦୁଇଟି ୦୫୩ଏଚ୍୩ ଯୁଦ୍ଧଜାହାଜ କ୍ରୟ କରିଥିଲା। ତେବେ ଏହି ଦୁଇଟି ଯୁଦ୍ଧଜାହାଜରେ ଦିଗ ନିର୍ଣ୍ଣୟକାରୀ ରେଡାର ଓ ବନ୍ଧୁକ ପରିଚାଳନ ବ୍ୟବସ୍ଥା ଠିକ୍ ରୂପେ କାର୍ଯ୍ୟ କରୁ ନଥିବା ବାଲାଂଦେଶର ଉଦ୍‌ବେଗରୁ ଜଣାଯାଇଛି। ସେହିପରି  ମ୍ୟାଁମାର ମଧ୍ୟ ଚୀନ ଯୋଗାଇ ଦେଇଥିବା ଯୁଦ୍ଧାସ୍ତ୍ରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି। ଚୀନର ଯୁଦ୍ଧାସ୍ତ୍ରକୁ ନେଇ ମ୍ୟାଁମାର ଉଦ୍‌ବେଗ ପ୍ରକାଶ କରିବା ପରେ ଏହା ଭାରତ ଠାରୁ ସିନ୍ଧୁବୀର ନାମକ ବୁଡାଜାହାଜ କ୍ରୟ କରିବାକୁ ଯାଉଛି। ଚୀନ ଠାରୁ ନେପାଳ ୬ଟି ୱାଇ୧୨ଇ ଏବଂ ଏମଏ୬୦ ମଡେଲର ଯୁଦ୍ଧବିମାନ କ୍ରୟ କରିଥିଲା।

- Advertisement -

ତେବେ ଏହି ଯୁଦ୍ଧବିମାନଗୁଡିକରେ ବୈଷୟିକ ତ୍ରୁଟି ଦେଖାଯିବାର ଅବ୍ୟବହୃତ ହୋଇପଡିରହିଛି। ଏହି ସବୁ ଯୁଦ୍ଧବିମାନକୁ ବାଂଲାଦେଶ ପ୍ରଥମେ ପ୍ରତ୍ୟାଖ୍ୟାନ କରିଥିଲା। ଆଫ୍ରିକୀୟ ରାଷ୍ଟ୍ର କେନିଆକୁ ଚୀନ ବିକ୍ରି କରିଥିବା ଭିଏନ-୪ ସାମରିକ ପରିବହନ ଗାଡିରେ ତ୍ରୁଟି ଦେଖାଯାଇଛି। ଚୀନର ସରକାରୀ କମ୍ପାନୀ ଚୋଙ୍ଗକ୍ବିଙ୍ଗ ତିଏମା ଇଣ୍ଡଷ୍ଟ୍ରିଜ୍ ୨୦୧୬ରେ ଏହି ଗାଡି ବିକ୍ରି କରିଥିଲା। ତେବେ ଏହି ସାମରିକ ଗାଡି ବାରମ୍ବାର ଦୁର୍ଘଟଣା ହେବା ସହ କେନିଆର କେତେକ ସୈନ୍ୟ ପ୍ରାଣ ହରାଇଥିଲେ। ବିକ୍ରି ସମୟରେ ପରୀକ୍ଷାମୂଳକ ଚାଳନା ସମୟରେ ଚୀନର ବିକ୍ରୟ ପ୍ରତିନିଧିମାନେ ଏହି ଗାଡିରେ ବସିବାକୁ ମନା କରିଥିଲେ। ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଆଲଜେରିଆ ମଧ୍ୟ ଚୀନ ସିଏଚ୍-୪ବି ଡ୍ରୋନକୁ ନେଇ ଅଭିଯୋଗ କରିଛି।

ଏହି ଡ୍ରୋନଗୁଡିକ ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ ହୋଇଛି। ପଶ୍ଚିମ ଏସିଆ ରାଷ୍ଟ୍ର ଜୋର୍ଡାନ ୨୦୧୬ରେ ୬ଟି ସିଏଚ-୪ବି ଡ୍ରୋନ କ୍ରୟ କରିଥିଲା। ଜୁନ ୨୦୧୯ ବେଳକୁ ଏଗୁଡିକ ଅଚଳ ହୋଇପଡିଥିଲା। ଚୀନ ଠାରୁ ପରମ ବନ୍ଧୁ ରାଷ୍ଟ୍ର ପାକିସ୍ତାନ ଏଫ୨୨ପି ଯୁଦ୍ଧଜାହାଜ କ୍ରୟ କରିଥିଲା। ତେବେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହାକୁ ପୁନଃନିର୍ମାଣ କରାଯାଇଛି। ଚୀନଠାରୁ ପାକିସ୍ତାନ ୯ଟି ମୋବାଇଲ ମିଶାଇଲ ସିଷ୍ଟମ୍ କ୍ରୟ କରିଥିବାବେଳେ ଏଥିରୁ ୩ଟି ଏବେ ଅଚଳ ହୋଇପଡିଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories