www.samajalive.in
Sunday, December 7, 2025
15.1 C
Bhubaneswar

ଦୀର୍ଘ ୯ ମାସ ପରେ ଖୋଲିଲା ଶ୍ରୀ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର : ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ଆଜି ଖୋଲିଛି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। କୋଭିଡ କଟକଣା ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଆଜିଠାରୁ  ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ଓ ସେବାୟତ ପରିବାରକୁ କୋଭିଡ-୧୯ ସୁରକ୍ଷା ମାର୍ଗ ଦର୍ଶୀକା ଅନୁସାରେ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଛି । ଜାନୁଆରୀ ପହିଲା ଓ ୨ ତାରିଖ ଦୁଇ ଦିନ ପାଇଁ ମନ୍ଦିର ବନ୍ଦ ରହିବ କିନ୍ତୁ କେବଳ ଦୈନିକ ନୀତିକାନ୍ତି ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ ଜାନୁଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ନାଗରିକ ମାନଙ୍କୁ କଡାକଡି କୋଭିଡ-୧୯ ସୁରକ୍ଷା ମାର୍ଗ ଦର୍ଶୀକା ଅନୁସାରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ। ତେବେ ନାଗରିକ ମାନଙ୍କୁ ଗତ ୫ ଦିନ ମଧ୍ୟରେ ପାଇଥିବା କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ପଡିବ। ଜାନୁଆରୀ ୬ ତାରିଖ ଠାରୁ ରାଜ୍ୟ ଏବଂ ଦେଶର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ କୋଭିଡ-୧୯ ସୁରକ୍ଷା ମାର୍ଗ ଦର୍ଶୀକା ଅନୁସାରେ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ।

- Advertisement -

ସେହିପରି ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏକ ସମୟରେ ସିଂହଦ୍ବାର ଠାରୁ ଆଡକାଠ ପର୍ୟ୍ୟନ୍ତ ସର୍ବାଧିକ ୫୦୦ ଭକ୍ତଙ୍କୁ ଭିତରକୁ ଛଡାଯିବ । ଏହି ସମୟ ମଧ୍ୟରେ ସ୍ନାନ ଦର୍ଶନ ଓ ଗର୍ଭଗୃହ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ପରବର୍ତ୍ତି ସମୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ସର୍ବାଧିକ ଭକ୍ତଙ୍କୁ ଭିତରକୁ ଛଡାଟିବା ସଂପର୍କରେ ନିଷ୍ପତ୍ତି ନିଆଯିବ। ବିଏମସି ପକ୍ଷରୁ ଆବଶ୍ୟକତା ଅନୁଯାୟୀ ମନ୍ଦିର ବାହାରେ ବ୍ୟାରିକେଟିଂ କରି ପୁଲିସକୁ ହସ୍ତାନ୍ତର କରାଯିବ। ପୁଲିସ ଏହାକୁ ନିୟନ୍ତ୍ରଣ କରିବା ସହ କଟକଣା ମଧ୍ୟରେ ଜନସାଧାରଣ ଯାତାୟତ ନିୟନ୍ତ୍ରଣ କରିବ।

ଜାନୁଆରୀ ୩ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ମନ୍ଦିର ନିକଟରେ ଥର୍ମାଲ ସ୍କ୍ରିନିଂ କେନ୍ଦ୍ର, ଆଣ୍ଟିଜେନ ଟେଷ୍ଟ କେନ୍ଦ୍ର ଦୁଇଟି ବ୍ୟାଚରେ ସକାଳ ୭ଟାରୁ ୧୦ ଯାଏ ଖୋଲା ରହିବ। ସେବାୟତ, ଡ୍ୟୁଟିରେ ଥିବା ପୁଲିସ କର୍ମଚାର, ଫୁଲ ବିକାଳୀ ଏବଂ ସାମର୍ଥ ସେବକମାନଙ୍କର ଆଣ୍ଟିଜେନ ଟେଷ୍ଟକୁ ବାଧ୍ୟତା ମୂଳକ କରାଯାଇଛି।

ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ସଠିକ ଭାବେ ମାସ୍କ ପିନ୍ଧିବା ଏବଂ ୬ ଫୁଟର ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରବେଶ ଓ ପ୍ରସ୍ଥାନ ପଥରେ ହାତଧୁଆ ଏବଂ ସାନିଟାଇଜର ବ୍ୟବସ୍ଥା କରାଯିବ। ପାନ, ଗୁଟୁକା ଖାଇବା ଏବଂ ମନ୍ଦିର ଭିତରେ ଓ ବାହାରେ ଛେପ ପକାଇବା ଉପରେ କଟକଣା ଜାରି କରାଯାଇଛି। ବରିଷ୍ଠ ନାଗରିକ, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପ୍ରବେଶକୁ ବାରଣ କରାଯାଇଛି। ଭାରତ ସରକାରଙ୍କ ନିୟମ ଅନୁସାରେ ବିଦେଶରୁ ପେରିଥିବା ବ୍ୟକ୍ତି କ୍ବାରେଣ୍ଟାଇନ ଓ ଆଇସୋଲେସନର ଅବଧି ଶେଷ କରିବା ପରେ ହିଁ ମନ୍ଦିରରେ ପ୍ରବେଶ କରି ପାରିବେ। ସମସ୍ତ ମାର୍ଗଦର୍ଶୀକାକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଥିବା ବେଳେ ଏଥିରେ ଖିଲାପ କଲେ ବ୍ୟକ୍ତିଗତ କାର୍ଯ୍ୟାନୁଷ୍ଠାନ ଏବଂ ମନ୍ଦିର ଖୋଲିବା ନିଷ୍ପତ୍ତିର ପୁନଃର୍ବିଚାର କରାଯାଇପାରେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories