www.samajalive.in
Saturday, December 6, 2025
26.1 C
Bhubaneswar

ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ପାଞ୍ଚଦିନିଆ ଓଡ଼ିଶାଗସ୍ତ

ଭୁବନେଶ୍ବର : ଭାରତର ମୁଖ୍ୟ ମହାଲେଖାକାର (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ୫ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି(ଶନିବାର) ଅପରାହ୍ନରେ ଆସିଛନ୍ତି। ଶ୍ରୀ ମୁର୍ମୁ ବିମାନବନ୍ଦରରେ ଅପରାହ୍ନ ପ୍ରାୟ ଗୋଟାଏରେ ପହଞ୍ଚିବା ପରେ ସେଠାରୁ ସେ ବାଲେଶ୍ବର ଅଭିମୁଖେ ଗସ୍ତ କରିଛନ୍ତି। ଆଜି ଶ୍ରୀ ମୁର୍ମୁଙ୍କ ବାରିପଦା ଗସ୍ତରେ ଯାଇଛନ୍ତି ।

ସେହିପରି ୨୮ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବେ। ୨୯ରେ ରାଜ୍ୟ ମହାଲେଖାକାର କାର୍ଯ୍ୟାଳୟକୁ ପରିଦର୍ଶନରେ ଆସିବେ। ଉକ୍ତଦିନ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ୩୦ତାରିଖ ସନ୍ଧ୍ୟା ୭ଟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।
ସୂଚନାଯୋଗ୍ୟ ଯେ ଶ୍ରୀ ମୁର୍ମୁ ସିଏଜି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଅଫିସିଆଲ ଓଡ଼ିଶା ଗସ୍ତ। ତେବେ ଏହି ଗସ୍ତ ବେଳେ ଶ୍ରୀ ମୁର୍ମୁଙ୍କର କେତେକ ଘରୋଇ କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories