www.samajalive.in
Friday, December 12, 2025
15.1 C
Bhubaneswar

ଦକ୍ଷିଣ ଆଫ୍ରିକାଠୁ ବ୍ରିଟେନ ଭୂତାଣୁ ମାରାତ୍ମକ; ୪ରାଜ୍ୟରେ ଟିକାକରଣର ପୂର୍ବାଭ୍ୟାସ

ଗୁଆହାଟି : ଆସାମ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ପଞ୍ଜାବରେ କରୋନା ଟିକାକରଣ ପ୍ରକ୍ରିୟାର ପୂର୍ବାଭ୍ୟାସ କରାଯିବ। ଡିସେମ୍ବର ୨୮ ଓ ୨୯ ତାରିଖରେ ଏହି ପୂର୍ବାଭ୍ୟାସ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି। ପ୍ରତି ରାଜ୍ୟର ଦୁଇଟି ଜିଲାରେ
ଜିଲାସ୍ତରୀୟ ହସ୍ପିଟାଲ, ସିଏଚସି/ପିଏଚସି, ଘରୋଇ ହସ୍ପିଟାଲରେ ଏହି ପୂର୍ବାଭ୍ୟାସ କରାଯିବ। ଏହି ପୂର୍ବାଭ୍ୟାସ ଦ୍ବାରା ଟିକାକରଣ ସମୟରେ ଦେଖାଯିବାକୁ ଥିବା ସମସ୍ୟାକୁ ସମାଧାନ ନେଇ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଇଂଲଣ୍ଡରେ ଦେଖାଯାଇଥିବା ନୂଆପ୍ରକାର କରୋନା ଭୂତାଣୁ (ବି.୧.୧.୭)ଠାରୁ ଦକ୍ଷିଣ ଆଫ୍ରିକା ଭୂତାଣୁ ୫୦୧.ଭି୨ କମ୍ ବିପଜ୍ଜନକ। ଶୁକ୍ରବାର ଦକ୍ଷିଣ ଆଫ୍ରିକା ସ୍ବାସ୍ଥ୍ୟ ମନ୍ତ୍ରୀ ଜ୍ବିଲିନି ଖିଜେ ଏପରି ଦାବି କରିଛନ୍ତି। ଏହା ପୂର୍ବରୁ ଇଂଲଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ମାଟ୍‌ ହନ୍‌କକ୍ ଦକ୍ଷିଣ ଆଫ୍ରିକା ଭାରିଏଣ୍ଟ ଭୂତାଣୁକୁ ଅଧିକ ବିପଜ୍ଜନକ ବୋଲି କହିଥିଲେ। ମାତ୍ର ଇଂଲଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦାବିକୁ ଦକ୍ଷିଣ ଆଫ୍ରିକା ସ୍ବାସ୍ଥ୍ୟମନ୍ତ୍ରୀ ଅସ୍ବୀକାର ପୂର୍ବକ ନିଜର ଦାବି ଉପସ୍ଥାପନ କରିଥିଲେ। କରୋନାର ନୂଆ ପ୍ରକାର ଭୂତାଣୁ ସଂକ୍ରମଣକୁ ନେଇ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରୋପ ପ୍ରତ୍ୟାରୋପ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories