www.samajalive.in
Friday, December 12, 2025
15.1 C
Bhubaneswar

ବଡ଼ଦିନରେ ନନ୍ଦନକାନନ ବୁଲିଲେ ୬୭୬୯ ପର୍ଯ୍ୟଟକ

ନନ୍ଦନକାନନ : ବଡ଼ଦିନ ଅବସରରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ଭିଡ଼ ଆଶାନୁରୂପ ହୋଇନାହିଁ। ଅନୁକୂଳ ପାଗ ସତ୍ତ୍ବେ କୋଭିଡ କଟକଣା ପାଇଁ ଚଳିତ ବର୍ଷ ୬ ହଜାର ୭ଶହ ୬୯ଜଣ ପର୍ଯ୍ୟଟକ ଆସିଥିବା ନନ୍ଦନକାନନ ଉପନିର୍ଦେଶକ କହିଛନ୍ତି। ଗତ ବର୍ଷ ଅପେକ୍ଷା ୨୨ହଜାର ୯ଶହ ୩୨ଜଣ ପର୍ଯ୍ୟଟକ କମିଥିବାବେଳେ ଲକ୍ଷାଧିକ ଟଙ୍କାର ରାଜସ୍ୱ ହ୍ରାସ ପାଇଛି।
ଶୁକ୍ରବାର ବଡ଼ଦିନରେ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନର ୨୨୦ ଖୁଆଡ଼ରେ ରହୁଥିବା ୧୫୭ ପ୍ରଜାତିର ୩୭୭୫ ଜୀବଜନ୍ତୁ ବୁଲି ଦେଖିଥିଲେ। ସରୀସୃପ ଉଦ୍ୟାନର ନୂତନ ସେଲ୍‌ଫି ପଏଣ୍ଟରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଅନ୍ୟପଟେ ଉଦ୍ୟାନରେ ବୋଟିଂ, ସଫାରୀ, ବ୍ୟାଟେରିଚାଳିତ ଗାଡ଼ି ଓ ଦୋଳି ଘର ବନ୍ଦ ଥିବାରୁ ପର୍ଯ୍ୟଟକ ନିରାଶରେ ଫେରୁଥିବା ଦେଖିବାକୁ ମିଳିଥିଲା।
ସେହିପରି ବଟାନିକାଲ ଗାର୍ଡେନକୁ ଆଜି ୮୫୧ଜଣ ପର୍ଯ୍ୟଟକ ବୁଲିଆସିଥିଲେ। ବଣଭୋଜି ବନ୍ଦ ଥିବାରୁ ଗତବର୍ଷ ଅପେକ୍ଷା ୩୧୫୦ ପର୍ଯ୍ୟଟକ କମିଛନ୍ତି। ବଡ଼ଦିନ ଅବସରରେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା ବୋଲି ଉପ ନିର୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ପର୍ଯ୍ୟଟକ ଏସିଏଫ୍‍ ଅମୂଲ୍ୟ ପରିଡ଼ାଙ୍କ ତତ୍ତ୍ୱାବଧାନରେ ସିକ୍ୟୁରିଟି ରେଞ୍ଜର ବିନ୍ଦୁ ପ୍ରସାଦ ପ୍ରଧାନ, ରେଭିନ୍ୟୁ ମହିଳା ରେଞ୍ଜର ସ୍ୱାଗତିକା ସାହୁ, ଶିକ୍ଷା ବିଭାଗ ଅଧିକାରୀ ମିଲନ ପଣ୍ଡା, ଷ୍ଟୋର ରେଞ୍ଜର କମଳ ପଟ୍ଟନାୟକ ସମେତ ନନ୍ଦନକାନନ ପୁଲିସ ସହ ୩ ସେକ୍ସନ୍‍ ପୁଲିସ ଫୋର୍ସ, ଦମକଳବାହିନୀ ପ୍ରମୁଖ ପର୍ଯ୍ୟଟକଙ୍କ ସୁରକ୍ଷା ତଦାରଖ କରିଥିଲେ।
ଅନ୍ୟପକ୍ଷରେ ପ୍ରାଣୀଉଦ୍ୟାନରେ ଓଟିଡିସି ତରଫରୁ ଖୋଲା ଯାଇଥିବା ରେସ୍ତୋରାଁ ଓ କ୍ୟାଣ୍ଟିନରେ ପ୍ରସ୍ତୁତ ଖାଦ୍ୟର ମାନକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏନେଇ କଲକାତା ୨୪ ପ୍ରଗଣାର ଅମିତ୍‍ ଚାଟାର୍ଜୀ ଓ କେନ୍ଦ୍ରାପଡ଼ା ଅଞ୍ଚଳର ଛତିଶ ସାହୁ ଅଭିଯୋଗ କରିଥିଲେ ହେଁ ରେସ୍ତୋରାଁ ପରିଚାଳକ ସଏଦ୍‍ ତାରିକ୍‍ ଏହାକୁ ଖଣ୍ଡନ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories