www.samajalive.in
Friday, December 12, 2025
16.1 C
Bhubaneswar

ସରକାରଙ୍କ ନିଘା ନାହିଁ: ବିପଦସଙ୍କୁଳ ରାସ୍ତାରେ ଛାତ୍ରଛାତ୍ରୀ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଆଠବାଟିଆ- ବୁଧେଇ ଗ୍ରାମର ଲୋକମାନେ ନଡିଆ କାଠଗଣ୍ଡି ସହାୟତାରେ ରାସ୍ତା ପାର ହେଉଥିବା ଦେଖାଯାଉଛି। ବର୍ଷାଦିନେ ଏହି ସମସ୍ୟା ଉତ୍କଟ ହେଉଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ବିପଦସଙ୍କୁଳ ରାସ୍ତାରେ ଯାଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ଯାତାୟାତ ବେଳେ ଗ୍ରାମବାସୀଙ୍କ ମଧ୍ୟରୁ ଅନେକ ଲୋକ କାଠଗଣ୍ଡିରୁ ପଡ଼ି ଆହତ ହୋଇଥିବା ଅଭିଯୋଗ ହୋଇଛି।
ଏହି ରାସ୍ତା ଉପରେ ଦୁଇଟି ଗ୍ରାମର ପ୍ରାୟ ୭୦ ପରିବାର ନିର୍ଭର କରୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପୂର୍ତ୍ତବିଭାଗ ରାସ୍ତାକୁ ଲାଗିଥିବା ଏହି ସ୍ଥାନରେ ଅନେକ ସମୟରେ ପାଣି ଜମି ଯାଉଛି। ବର୍ଷା ଦିନେ ସେଠାରେ ଘାଇ ସୃଷ୍ଟି ହେଉଛି। ତେଣୁ ସେହି ସ୍ଥାନରେ ପୋଲ ତିଆରି କରିବା ପାଇଁ ଦୁଇ ଗ୍ରାମର ଅଧିବାସୀ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ଅଭିଯୋଗ ସତ୍ତେ୍ୱ ଏହାର ସ୍ଥାୟୀ ସମାଧାନ ହେଉ ନ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories