ମୁଙ୍ଗେର: ବିହାର ମୁଙ୍ଗେର ଜିଲାରେ ୩ବର୍ଷର ଏକ ଶିଶୁ ୪୪ଫୁଟ୍ ବୋରୱେଲ ଗାତରେ ଖସି ପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ଶିଶୁଟି ହଠାତ୍ ଏହି ଗାତରେ ଖସି ପଡ଼ିଥିଲା। ସ୍ଥାନୀୟ ପ୍ରଶାସନ ଓ ଏସଡିଆରଏଫ ଟିମ ପକ୍ଷରୁ ବିଳମ୍ବିତ ରାତିରୁ ଉକ୍ତ ଶିଶୁକୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ଶିଶୁକୁ ପର୍ଯ୍ୟାପ୍ତ ମାତ୍ରାରେ ଅମ୍ଳଜାନ ଯୋଗାଇ ଦିଆଯାଉଛି। ସନା ନାମକ ଏହି ଶିଶୁଟି ତା’ ଆଇଁ ଘରକୁ ବୁଲିବାକୁ ଆସିଥିଲା। ସନ୍ଧ୍ୟାରେ ଘର ବାହାରେ ଖେଳୁଥିବାବେଳେ ନିକଟରେ ଖୋଳା ଯାଇଥିବା ବୋରୱେଲ ଗାତରେ ଖସି ପଡ଼ିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସିସି ଟିଭି ମାଧ୍ୟମରେ ଶିଶୁର ସ୍ୱସ୍ଥ୍ୟବସ୍ଥା ଉପରେ ନଜର ମଧ୍ୟ ରଖାଯାଇଛି। ଶିଶୁକୁ ଉଦ୍ଧାର ନିମନ୍ତେ ୫୦ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିବାବେଳେ ଜେସିବି ମେସିନର ସହଯୋଗ ମଧ୍ୟ ନିଆଯାଇଛି।
Popular Categories



