www.samajalive.in
Wednesday, December 10, 2025
16.1 C
Bhubaneswar

ବିଜେପି ଫାଉଡ଼ାରେ ଶୁଭେନ୍ଦୁ ବେଣ୍ଟ; ମମତାଙ୍କ ତୃଣମୂଳକୁ ଉପାଡ଼ିବେ ଶାହା

ବିଜେପି ପଶ୍ଚିମବଙ୍ଗରେ ଜିତିବ ୨୦୦ରୁ ଅଧିକ ଆସନ : ଶୁଭେନ୍ଦୁ ଅଧିକାରୀ

କଲକତା: ମମତାଙ୍କ ତୃଣମୂଳକୁ ଓପାଡ଼ିବା ପାଇଁ ବିଜେପି ଫାଉଡ଼ାରେ ଶୁଭେନ୍ଦୁ ଅଧିକାରୀଙ୍କୁ ବେଣ୍ଟ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ଼୍ଡ଼ା ଓ ପୂର୍ବତନ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ୍ ଶାହା । ଏକଦା ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିବା ଓ ତୃଣମୂଳକୁ କ୍ଷମତାକୁ ଆଣିବାରେ ସବୁଠାରୁ ବଡ଼ ସହାୟତା କରିଥିବା ଶୁଭେନ୍ଦୁ ଏବେ ମମତାଙ୍କ ପଣତ ଛାଡ଼ି ବିଜେପିର ପଦ୍ମ ଧରିଛନ୍ତି । ଆଉ ଏହି ସମୟରେ ସେ ମମତାଙ୍କ ବିରୋଧରେ ସବୁଠାରୁ ବଡ଼ ବିପଦ ଭାବରେ ଉଭା ହୋଇଛନ୍ତି । କେବଳ ସେତିକି ନୁହେଁ, ପଶ୍ଚିମବଙ୍ଗରେ ବିଜେପି ୨୦୦ରୁ ଅଧିକ ଆସନ ଜିତିବ ବୋଲି ମଧ୍ୟ ଦୃଢ଼ୋକ୍ତି କରି ମମତାଙ୍କ ଶିବିରରେ ହଇଚଇ ସୃଷ୍ଟି କରିଛନ୍ତି ।

ବିଜେପିରେ ଯୋଗଦେବା ପରେ ମମତା ସରକାରରେ ମନ୍ତ୍ରୀ ଥିବା ଜଣେ ବଳିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଗୁରୁବାର ତାଙ୍କର ଗଡ଼ କୁହାଯାଉଥିବା ମେଦିନପୁର ଜିଲାର କାନ୍ଥିରେ ଏକ ରୋଡ଼ ଶୋ କରିଛନ୍ତି । ଏଥିରେ ବହୁ ସଂଖ୍ୟକ ବିଜେପି ସମର୍ଥକ ଯୋଗ ଦେଇଛନ୍ତି । ଏହି ଅବସରରେ ଶୁଭେନ୍ଦୁ କହିଛନ୍ତି ଯେ ଆଗାମୀ ଦିନରେ ବିଜେପି ୨୦୦ ଆସନ ଜିତିବ ଏବଂ ଆଗାମୀ ନିର୍ବାଚନ ନିମନ୍ତେ ସେ ନୂଆ ସ୍ଲୋଗାନ ‘ଏଥର ଦୁଇଶହ’ ମଧ୍ୟ ଘୋଷଣା କରିଛନ୍ତି ।

- Advertisement -

ଶୁଭେନ୍ଦୁଙ୍କ   ରୋଡ୍ ସୋ’ରେ ବିପୁଳ ଜନସମାଗମ ତୃଣମୂଳ ନେତୃତ୍ବକୁ ବିବ୍ରତ କରିଛି । ,ପରିକି ୫ କିଲୋମିଟର ରୋଡ଼ ଶୋ ଅତିକ୍ରମ କରିବାକୁ ବହୁ ଘଣ୍ଟା ଲାଗିଥିଲା ବୋଲି କୁହାଯାଉଛି । ସେହିପରି ଦଳର କର୍ମୀମାନେ ‘ହରେକୃଷ୍ଣ ହରେହରେ – ବିଜେପି ଘରେଘରେ’। ଶୁଭେନ୍ଦୁ କହିଛନ୍ତି ଯେ ଶ୍ରୀଚୈତନ୍ୟ ସର୍ବଭାରତୀୟ ପ୍ରେମର ବାର୍ତା ବିସ୍ତାର କରିଥିଲେ । ତେଣୁ ଏହି ସ୍ଲୋଗାନ ପ୍ରସ୍ତୁତ କରାଯାଇଛି । ଆମେ ଏକ ସମୟରେ ପୁରୁଷୋତ୍ତମ ଶ୍ରୀରାମ ଓ ଶ୍ରୀ ଚୈତନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ । ତୃଣମୂଳ କଂଗ୍ରେସ ମୋ ଉପରେ  ଯେତେ ଆକ୍ରମଣ କରିବ, ପୂର୍ବ ଏବଂ ପଶ୍ଚିମ ମେଦିନୀପୁରରେ ସେତେ ଅଧିକ ହାରିବ ।  ମୁଁ ରବିବାର ଦିନ ପଶ୍ଚିମ ମେଦିନୀପୁରରେ ଏହି ସମାବେଶକୁ ସମ୍ବୋଧିତ କରିବି। ବଙ୍ଗଳା ମୋର ଘର ଏବଂ ଭାରତ ମୋର ଦେଶ।  ବୋଲି ଶ୍ରୀ ଅଧିକାରୀ କହିଛନ୍ତି ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories