www.samajalive.in
Wednesday, December 10, 2025
16.1 C
Bhubaneswar

ଅବ୍ୟବସ୍ଥା ଘେରରେ ବୌଦ୍ଧଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ

ବୌଦ୍ଧ : ବୌଦ୍ଧଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉତ୍ତମ ଶିକ୍ଷାଦାନ ପାଇଁ ରାଜ୍ୟସରକାରଙ୍କ ଦ୍ୱାରା ସ୍ଥାପିତ ତାଲିମକେନ୍ଦ୍ର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଚଳିତ ବର୍ଷ ସହର ଠାରୁ ଦଶ କିଲୋମିଟର ଦୂର ଲାଣ୍ଡିବନ୍ଧଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଅସଂପୁର୍ଣ୍ଣ କୋଠାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ପ୍ରତିଷ୍ଠାନରେ ଦୁଇ ବର୍ଷିଆ କୋର୍ସରେ ପ୍ରତିବର୍ଷ ୯୬ଜଣ ଛାତ୍ରଛାତ୍ରୀ ତାଲିମ ଗ୍ରହଣ କରିଆସୁଛନ୍ତି। ବୌଦ୍ଧ ସହରର ଜନଗହଳି ପୁର୍ଣ୍ଣ ଭିତରେ ଏହି ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଛାତ୍ରମାନଙ୍କ ପାଇଁ ହଷ୍ଟେଲ ରହିଛି। ଛାତ୍ରମାନେ ହଷ୍ଟେଲରେ ରହୁଥିବା ବେଳେ ଛାତ୍ରୀମାନେ ସହରର ବିଭିନ୍ନ ସାହିରେ ଭଡାଘରେ ରହି ତାଲିମ ଗ୍ରହଣ କରୁଛନ୍ତି। ସ୍ଥାନାଭାବ ଯୋଗୁଁ ଏହି ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ସହରଠାରୁ ଦୂରକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।  ନୂତନ ଭାବେ ନିର୍ମାଣାଧିନ କୋଠାର ପ୍ରଶିକ୍ଷଣ ପାଇଁ କୋଠାର ନିର୍ମାଣ କାର୍ଯ୍ୟ ସଂପୁର୍ଣ୍ଣ ହୋଇଥିବାବେଳେ ଉଭୟ ଛାତ୍ର ଛାତ୍ରୀମାନଙ୍କ ପାଇଁ ପୃଥକଭାବେ ନିର୍ମାଣ ହେଉଥିବା ହଷ୍ଟେଲ ଆଜି ପର୍ଯ୍ୟନ୍ତ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। କରୋନା ଯୋଗୁଁ ଯଦିଓ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି ଏହି ତାଲିମ ପ୍ରତିଷ୍ଠାନ ସହରଠାରୁ ଦୂରକୁ ଚାଲିଯିବା ଯୋଗୁଁ ଦୁଇଶହ ଛାତ୍ରଛାତ୍ରୀ ବୌଦ୍ଧ ସହରରୁ ପ୍ରତିଦିନ ବସ୍‌ରେ ଯାତାୟତ କରି ଖର୍ଚ୍ଚାନ୍ତ ହେବା ନଶ୍ଟିତ ହୋଇଯାଇଛି। ଏହାବ୍ୟତୀତ ପ୍ରତିଷ୍ଠାନ ପାଖାପାଖି ଅଞ୍ଚଳରେ କୌଣସି ବଜାର କିମ୍ବା ଦୋକାନ ନଥିବାରୁ ଯେକୌଣସି ସାମଗ୍ରୀପାଇଁ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ବୌଦ୍ଧ ସହର ଉପରେ ନିର୍ଭର କରିବାକୁ ପଡିବ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।  ତେଣୁ କରୋନା କଟକଣା ହଟିବା ପୂର୍ବରୁ ତାଲିମ ପ୍ରତିଷ୍ଠାନର ନୂତନ କୋଠାରେ ସମସ୍ତ ସୁବିଧା ସହ ହଷ୍ଟେଲ କାର୍ଯ୍ୟ ତୁରନ୍ତ ସମାପନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories