www.samajalive.in
Saturday, December 6, 2025
26.1 C
Bhubaneswar

‘ଘଟଣା ବିଷୟରେ ଜାଣିଥିଲେ ସରୋଜ ପରିବାର’

ଭୁବନେଶ୍ଵର: ଯଦୁପୁର ନାବାଳିକା ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସଆଇଟି ଗୁରୁବାର ବଡ଼ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦେଇଛି। ସରୋଜ ନାବାଳିକାକୁ ହତ୍ୟା କରିଥିବା ଘଟଣା ବିଷୟରେ ତା’ର ପରିବାର ଲୋକେ ଜାଣିଥିଲେ ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗଣମାଧ୍ୟମକୁ କହିଛନ୍ତି।

ବୋଥ୍ରା କହିଛନ୍ତି, ପରିବାରର କେହି ନା କେହି ଏକଥା ଜାଣିଥିଲେ। ତେବେ କେବେ ଏକଥା ଜାଣିଲେ ସେ ଦିଗରେ ଆମେ ତଦନ୍ତ କରୁଛୁ। ବୋଥ୍ରା ଆହୁରି କହିଛନ୍ତି, ସରୋଜ ପୁଲିସର ତଦନ୍ତକୁ ଟ୍ରାକ୍‌ କରୁଥିଲା। ଏମିତି କି ମୋ ବିଷୟରେ ସେ ଗୁଗଲରୁ ବହୁତ ତଥ୍ୟ ସଂଗ୍ରହ କରିଥିଲା। ମୁଁ ତା’ ବିଷୟରେ ଯେତିକି ଜାଣିଥିଲି, ତା’ଠାରୁ ବେଶୀ ସେ ମୋ ବିଷୟରେ ଜାଣିଥିଲା। ଏସଆଇଟି ତଦନ୍ତକୁ ନେଇ ସେ ନିୟମିତ ନ୍ୟୁଜ୍‌ ଦେଖୁଥିଲା।

- Advertisement -

ସେହିପରି ରିମାଣ୍ଡ ସମୟରେ ସରୋଜର ବ୍ୟବହାରକୁ ନେଇ ବୋଥ୍ରା କହିଛନ୍ତି ଯେ, ସରୋଜ କେତେବେଳେ ରାଗି ଯାଉଛି ତ ପୁଣି କେତେବେଳେ ସ୍ବାଭାବିକ ରହୁଛି। ତେବେ ବୋଥ୍ରାଙ୍କ ଏସବୁ ମନ୍ତବ୍ୟ ଉପରେ ସରୋଜ ପରିବାର ଲୋକେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେ କିଛି ଜାଣି ନାହୁଁ। ସରୋଜ ନିର୍ଦୋଷ। ତା’କୁ ଫସାଯାଉଛି ବୋଲି ସରୋଜ ମା’ ଗଣମାଧ୍ୟମ ଆଗରେ କହିଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories