www.samajalive.in
Saturday, December 6, 2025
26.1 C
Bhubaneswar

ମୁଗଡ଼ାଲି ଦୋସା

ଆବଶ୍ୟକ ସାମଗ୍ରୀ
ମୁଗ ଡ଼ାଲି – ୨ କପ
ପନିର – ଅଳ୍ପ
ଅଦା ବଟା – ୩ ଚାମଚ
ତେଲ – ଆବଶ୍ୟକ ପରିମାଣରେ
ମକା ମଞ୍ଜି – ୧କପ
କଞ୍ଚା ଲଙ୍କା – ୨ଟି
କ୍ୟାପସିକମ – ୧ଟି
ଗାଜର – ୧ଟି
ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମୁଗଡ଼ାଲିକୁ ଭଲ ଭାବେ ଧୋଇ ୨ ଘଣ୍ଟା ବତୁରାଇ ଦିଅନ୍ତୁ। ଏହା ପରେ ଗାଜର, କ୍ୟାପସିକମକୁ ଛୋଟ ଛୋଟ ଖଣ୍ଡ କରି କାଟି ଏକ ପାତ୍ରରେ ରଖନ୍ତୁ। ଏବେ ବତୁରାଇଥିବା ମୁଗଡ଼ାଲିରେ ଅଳ୍ପ ଅଦା ବଟା, କଞ୍ଚା ଲଙ୍କା ଅଳ୍ପ ପାଣି ଦେଇ ପେଷି ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଅଦା ବଟା , କଞ୍ଚା ଲଙ୍କା , ଗାଜର, କ୍ୟାପସିକମ, ମକା ମଞ୍ଜି, ଲୁଣ, ଧନିଆ ପତ୍ର, ପନିରକୁ କୋରି ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଭଲ ଭାବେ ଭାଜିବା ପରେ ଏହି ଭଜାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ଅଳ୍ପ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ପେଷା ହୋଇଥିବା ମୁଗଡ଼ାଲି ବାଟଣକୁ ତାୱାରେ ପକାଇ ପିଠା ପ୍ରସ୍ତୁତ କରନ୍ତୁ। ପିଠାର ଗୋଟେ ପଟ ହୋଇଗଲେ ଦୋସା ଭଳି ଏହା ମଧ୍ୟରେ ପ୍ରସ୍ତୁତ ହୋଇଥିବା ପୁର ଦିଅନ୍ତୁ। ଏହା ପରେ ଏହାକୁ ଓଲଟାଇ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ମୁଗଡ଼ାଲି ଦୋସା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories