www.samajalive.in
Wednesday, December 10, 2025
23.1 C
Bhubaneswar

ବଡ଼ଦିନ ପାଇଁ ବଡ଼ ବ୍ୟବସ୍ଥା; ସମଗ୍ର ଜିଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଫୁଲବାଣୀ: କନ୍ଧମାଳ ଜିଲାରେ ବଡ଼ଦିନ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ବ୍ୟବସ୍ଥା। କନ୍ଧମାଳ ଜିଲାରେ ବାସ କରୁଥିବା ପ୍ରାୟ ଦେଢ ଲକ୍ଷ ଖ୍ରୀଷ୍ଟୀୟ ସଂପ୍ରଦାୟର ଲୋକେ ପ୍ରତି ବର୍ଷ ବଡଦିନ ପର୍ବକୁ ଅତି ଆଗ୍ରହର ସହ ଅପେକ୍ଷା କରି ରହି ଥାଆନ୍ତି। ଜିଲାରେ ଥିବା ଶତାଧିକ ଗୀର୍ଜାଘର ଏହି ଦିନ ଉତ୍ସବ ମୂଖରିତ ହୋଇଥାଏ। ତେବେ ଚଳିତ ବର୍ଷ କରୋନା ମହାମାରି କାରଣରୁ ବଡଦିନ ମଧ୍ୟ ଫିକା ପଡିଛି। ଏଥରକ ଖ୍ରୀଷ୍ଟମାସ କିଭଳି ପାଳନ କରାଯିବ ସେ ନେଇ ଗତ କିଛି ଦିନ ଧରି ଆଶା ଓ ଆଶଂକା ଲାଗି ରହିିଥିଲା। ନେଇ ଜିଲା ପ୍ରଶାସନ ପକ୍ଷରୁ ଗତ ୨୧ ତାରିଖ ଦିନ ଏକ ଶାନ୍ତି କମିଟି ବୈଠକର ଆୟୋଜନ କରାଯାଇ ଏ ବିଷୟରେ ବିସ୍ତୃତ ଆଲୋଚନ କରାଯାଇଥିଲା। ଖ୍ରୀଷ୍ଟୀୟ ସଂପ୍ରଦାୟ ପ୍ରତିନିଧି ମାନେ ଏହା ସେମାନଙ୍କର ଏକମାତ୍ର ପ୍ରମୂଖ ପର୍ବ ହୋଇଥିବାରୁ ଚର୍ଚ୍ଚରେ ଏହା ପାଳନ କରିବାକୁ ଅନୁମତି ଦେବା ପାଇଁ ଜିଲା ପ୍ରଶାସନକୁ ନିବେଦନ କରିଥିଲେ। ଏହାକୁ ବିଚାର କରି ଆଜି ଜିଲାପାଳ ଡଃ ବୃନ୍ଦା ଡି ଏ ନେଇ ନିର୍ଦ୍ଦେଶ ଜାରୀ କରିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲାର ବିଭିନ୍ନ ଚର୍ଚ୍ଚରେ ବଡଦିନ ପାଳନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏଥି ପାଇଁ ଜିଲା ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି। ଆଦେଶ ଅନୁଯାୟୀ ଚର୍ଚ୍ଚରେ ବଡଦିନ ପାଳନ କରାଯାଇ ପାରିବ। କିନ୍ତୁ ବଡ ଚର୍ଚ୍ଚରେ ୫୦ରୁ ଅଧିକ ଏବଂ ସାନ ଚର୍ଚ୍ଚରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ପାରିବେ ନାହିଁ। ଚର୍ଚ୍ଚ ଭିତରେ ଆଲୋକସଜ୍ଜା ଏବଂ ଡାକବାଜି ଯନ୍ତ୍ର ବ୍ୟବହାର କରାଯାଇ ପାରିବ। କିନ୍ତୁ କୌଣସି ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ। ପର୍ବ ପାଳନ ସ୍ଥାନରେ ମାସ୍କ ଏବଂ ସାମାଜିକ ଦୂରତା, ସାନିଟାଇଜେସନ ଭଳି ସମସ୍ତ କୋଭିଡ ଲଟକଣାକୁ ପାଳନ କରାଯିବ।

କୌଣସି ସଂକ୍ରମଣ ଜନିତ ରୋଗ ଭୋଗିୁଥିବା ବ୍ୟକ୍ତି, ବୟସ୍କ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ପିଲାଙ୍କୁ ଏହି ସ୍ଥାନକୁ ଯିବା ଅନୁମତି ମିଳିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରା୍‍ଯାଇଛି। ସେହିଭଳି ବିଦେଶରୁ ଫେରିଥିବା ଲୋକଙ୍କୁ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ସମସ୍ତ କଟକଣାକୁ ମାନି ଏହି ପର୍ବରେ ଅଂଶଗ୍ରହଣ କରିବାକୁ କୁହା୍‍ଯାଇଛି। ତେବେ କଟକଣା ସତ୍ୱେ ଗୀର୍ଜାଘରେ ବଡଦିନ ପାଳିବାକୁ ଅନୁମତି ମିଳିଥିବାରୁ ଖ୍ରୀଷ୍ଟ୍ରୀୟ ସଂପ୍ରଦାୟ ମଧ୍ୟରେ ଆନନ୍ଦ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବଡ଼ଦିନକୁ ଦୃଷ୍ଟିରେ ରଖି ସମଗ୍ର ଜିଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛିା ଆଜି ଖୋଦ୍‍ ଫୁଲବାଣୀ ସହରରେ ଟାଉନ୍‍ ପୁଲିସ୍‍ ପକ୍ଷରୁ ପ୍ଳାଗ ମାର୍ଚ କରାଯାଇଥିବା ବେଳେ ସମଗ୍ର ଥାନା ଅଞ୍ଚଳରେ ଯାନ ବାହାନ ଯାଞ୍ଚକୁ ଜୋରଦାର କରାଯାଇଛି। ସେହିଭଳି ସମଗ୍ର ଜିଲାରେ ସୁରକ୍ଷା ପାଇଁ ୩୨ ପ୍ଳାଟୁନ୍‍ ପୋଲିଓ୍‍ ଫୋର୍ସ ସହିତ ୨ କମ୍ପାନି ସିଆରପିଏଫ୍‍ ଜବାନ ନିୟୋଜିତ କରାଯାଇଛି। ଏଥିସହିତ ବଛାବଛା ୭୧ ଜଣ ପୁଲିସ୍‍ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି। ସେହିଭଳି ସମ୍ବେଦନ ଶୀଳ ଅଞ୍ଚଳ ମାନଙ୍କରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ତଦାରଖ ପାଇଁ ନିଜେ କନ୍ଧମାଳ ଏସପି ଭିନିତ୍‍ ଅଗ୍ରୱାଲା ଜିଲାର ବିଭିନ୍ନ ଥାନା ଅଞ୍ଚଳ ଗସ୍ତ କରି ସମୀକ୍ଷା କରୁଥିବା ପ୍ରକାଶ।

- Advertisement -

 

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories