www.samajalive.in
Friday, December 12, 2025
14.1 C
Bhubaneswar

ଜାନୁଆରୀ ୨ ଯାଏଁ କର୍ଣ୍ଣାଟକରେ ରାତ୍ରିକାଳୀନ କର୍ଫ୍ୟୁ, ମହାରାଷ୍ଟ୍ରରେ ପୁଣି ଖୋଲିବ ପର୍ଯ୍ୟଟନ ସ୍ଥଳୀ

ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ଆଜି ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ରାତ୍ରିକାଳୀନ ଜାନୁୟାରୀ ୨ ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ ପରିସ୍ଥିତିର ଅନୁଧ୍ୟାନ କରିବା ପରେ ନିଷ୍ପତ୍ତି ନିଆଯିବ। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ।

ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାର ପୁଣି ଥରେ ରାଜ୍ୟରେ ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୋଭିଡ୍ -୧୯ର ନିଅମାବଳୀକୁ ସବୁ ସ୍ଥାନରେ ପାଳନ କରିବାକୁ ପଡିବ ବୋଲି କୁହାଯାଇଛି। ତେବେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଟୁରିଷ୍ଟ ପ୍ଲେସ୍ ଖୋଲିବା ପାଇଁ ଅନୁମତି ମିଳିଛି। ଏହା ସହିତ ଜଳ କ୍ରୀଡା, ବୋଟିଂ, ପାର୍କ, ଇନଡୋର ମନୋରଞ୍ଜନ କାର୍ଯ୍ୟକଳାପକୁ ମଧ୍ୟ ଅନୁମତି ମିଳିଛି।

- Advertisement -

ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ କେରଳର ଅବସ୍ଥା ଏବେ ଖରାପ ଆଡକୁ ଗତି କରୁଛି। ସେଠାରେ ପ୍ରତିଦିନ ୫ରୁ ୬ ହଜାର ମାମଲା ଚିହ୍ନଟ ହେଉଛି। ମଙ୍ଗଳବାର ସେଠାରେ ୬ ହଜାର ୪୯ ଜଣ ରୋଗୀ ଚିହ୍ନଟ କରାଯାଇଛି। କିଛି ଦିନ ପୂର୍ବରୁ ଶୀର୍ଷରେ ଥିବା ମହାରାଷ୍ଟ୍ର ସଂକ୍ରମଣ ମାମଲାର ଏହା ପ୍ରାୟ ଦୁଇ ଗୁଣ। ଏବେ କେରଳରେ ୬୧ ହଜାର ସକ୍ରିୟ ମାମଲା ଥିବାବେଳେ ମହାରାଷ୍ଟ୍ରରେ ୫୮ ହଜାର ସକ୍ରିୟ ମାମଲା ରହିଛି।

ଇତି ମଧ୍ୟରେ ବ୍ରିଟେନରେ ଦେଖାଦେଇଥିବା ନୂତନ କରୋନା ଧାରାର ବ୍ୟାପିବାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ଏକ ମାସ ମଧ୍ୟରେ (ନଭେମ୍ବର ୨୫ରୁ ଡିସେମ୍ବର ୨୨ ପର୍ଯ୍ୟନ୍ତ) ବ୍ରିଟେନରୁ ଭାରତ ଆସିଥିବା ସମସ୍ତ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି ଭାରତ। ଏହି ତାଲିକା ରାଜ୍ୟଗୁଡ଼ିକୁ ପଠାଯାଇଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ଗତ ଏକ ମାସ ମଧ୍ୟରେ ବ୍ରିଟେନରୁ ମୋଟ ୫୦ ହଜାର ୮୩୨ ଜଣ ଭାରତ ଆସିଛନ୍ତି। ଦିଲ୍ଲୀରେ ସର୍ବାଧିକ ୧୬ ହଜାର ୨୮୧ ଜଣ ଅବତରଣ କରିଛନ୍ତି। ଏ

ତେବେ ବ୍ରିଟେନରୁ ଭାରତ ଆସିଥିବା ଲୋକଙ୍କ ମଧ୍ୟରୁ ୨୪ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ତେଣୁ ଭାରତ ସମେତ ମୋଟ ୪୯ଟି ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ବନ୍ଦ କରି ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories