www.samajalive.in
Sunday, December 14, 2025
26.1 C
Bhubaneswar

ନିଜ ପସନ୍ଦରେ ବିବାହ ଓ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କରାଯାଇପାରିବ ନାହିଁ: କଲକାତା ହାଇକୋର୍ଟ

କଲକାତା: ଯଦି କେହି ପ୍ରାପ୍ତ ବୟସ୍କା ଝିଅ କିମ୍ବା ପୁଅ ନିଜ ପସନ୍ଦରେ ବିବାହ ଏବଂ ଧର୍ମ ପରିବର୍ତ୍ତନ କରୁଛନ୍ତି, ତେବେ ଏଥିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ଜଣେ ଝିଅର ବାପାଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ମାମଲାର ଶୁଣାଣି ସମୟରେ କଲକାତା ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି।

ସୂଚନା ଅନୁସାରେ, ଜଣେ ୧୯ ବର୍ଷୀୟା ଝିଅର ବାପା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ତାଙ୍କ ଝିଅକୁ ଅନ୍ୟ ଏକ ଧର୍ମର ବ୍ୟକ୍ତିଙ୍କ ସହିତ ବିବାହ କରିବାକୁ ଅନୁଚିତ ଭାବେ ପ୍ରଭାବିତ କରାଯାଇଥିବା ନେଇ ପିଟିଶନ ଦାୟର କରିଥିଲେ। ସେ ପ୍ରଥମେ ଏ ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ। ପୁଲିସ ଯୁବତୀଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ହାଜର କରିଥିଲା। ସେଠାରେ ତାଙ୍କର ବୟାନ ରେକର୍ଡ ହୋଇଥିଲା। ଯୁବତୀ ଜଣକ ନିଜ ବୟାନରେ କହିଥିଲେ ଯେ, ସେ ନିଜ ଇଚ୍ଛାରେ ଏହି ବିବାହ କରିଛନ୍ତି।

- Advertisement -

ତେବେ ଯୁବତୀଙ୍କୁ କୌଣସି ପ୍ରକାରେ ପ୍ରଲୋଭିତ କରାଯାଇ ଏହି ବିବାହ ପାଇଁ ରାଜି କରାଯାଇଥିବା ତାଙ୍କ ବାପା ହାଇକୋର୍ଟରେ ଅଭିଯୋଗ କରି ପିଟିଶନ ରୁଜୁ କରିଥିଲେ। ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ବିଚାରପତି ଅରିଜିତ ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି କହିଥିଲେ, ଯଦି କୌଣସି ପ୍ରାପ୍ତ ବୟସ୍କ ନିଜ ପସନ୍ଦରେ ବିବାହ କରୁଛନ୍ତି ଏବଂ ଧର୍ମ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଉଛନ୍ତି ଅଥବା ସେ ନିଜ ବାପାଙ୍କ ଘରକୁ ଫେରିବାକୁ ମନା କରିଦେଉଛନ୍ତି, ତେବେ ଏଭଳି ମାମଲାରେ କୌଣସି ହସ୍ତକ୍ଷେପ କରାଯାଇ ପାରିବ ନାହିଁ।

ଯୁବତୀଙ୍କୁ ତେହେଟ୍ଟାର ବରିଷ୍ଠ ଅତିରିକ୍ତ ଜିଲା ଜଜ୍‌ଙ୍କ ସହିତ ସାକ୍ଷାତ୍‌ କରାଯାଉ ଏବଂ ତାଙ୍କ ଉପରେ କୌଣସି ପ୍ରକାର ଅଯଥା ଚାପ ନ ପକାଯାଉ ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories