www.samajalive.in
Sunday, December 7, 2025
16.1 C
Bhubaneswar

ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ବିଜେପିର ଆନ୍ଦୋଳନ

ସମ୍ବଲପୁର:  ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ବିଜେପି ଆନ୍ଦୋଳନ କରିଛି । ଆଇନ ଅମାନ୍ୟ ସହ ଜେଲଭରୋ ଆନ୍ଦୋଳନକୁ  ଓହ୍ଲାଇଛି ବିଜେପି । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆଜି ବିଜେପି ପକ୍ଷରୁ ଏକ ରଣହୁଙ୍କାର , ସମାବେଶର ଆୟୋଜନ କରାଯାଇଛି । ଜିଲ୍ଲାରେ ଥିବା ସମସ୍ତ ମଣ୍ଡିରେ ଚାଲିଥିବା ଅବ୍ୟବସ୍ଥା ଉପରେ ମନଇଚ୍ଛା ବର୍ଷିଥିଲେ ବିଜେପି ନେତା । ଟୋକନ ଅବ୍ୟବସ୍ଥା ସାଙ୍ଗକୁ ସମସ୍ତ ମଣ୍ଡିରେ ମିଲର ରାଜ କୁ ଘୋର ବିରୋଧ କରାଯାଇଥିଲା । କଟନୀ ଛଟନୀକୁ ସମ୍ପୂର୍ଣ ଉଛେଦ ସହ ଚାଷୀର ଧାନ ବିକ୍ରୀ ପରିମାଣକୁ ଏକର ପ୍ରତି ୧୩ କୁଇଣ୍ଟାଲ ରୁ ୧୯ କୁଇଣ୍ଟାଲ କୁ ବୃଦ୍ଧି କରିବା ପାଇଁ ଦାବି କରିଥିଲେ । ସର୍ବୋପରି ମଣ୍ଡି ହ୍ୟାଣ୍ଡଳିଙ୍ଗ ଟଙ୍କା କୋଉଠି ବାଟ ମାରଣା ହେଉଛି ଓ ରାଜ୍ୟ ସରକାରଙ୍କ ଚାଷୀଙ୍କୁ ବୋନସ ଟଙ୍କା କିଏ ଖାଉଛି ତାକୁ ନେଇ ପ୍ରଶ୍ନ କରିଛି ବିଜେପି ।ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଧସେଇ ପଶିବା ବେଳେ ପୁଲିସ ଓ କର୍ମୀଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା । ପୁଲିସ ବିଧାୟକ ଜୟନାରାୟଣ , ରେଙ୍ଗାଲି ବିଧାୟକ ନାଉରୀ ନାଏକ, କୁଚିଣ୍ଡା ର ପୂର୍ବତନ ଭିଧାୟକ ରବି ନାଏକ, ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ଗିରଫ କରିଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories